ନୂଆଦିଲ୍ଲୀ: କୋରୋନା ସଚେତନତାରେ ସାମିଲ ହୋଇଛନ୍ତି ଭାରତୀୟ ତୀରନ୍ଦାଜ ଷ୍ଟାର ଅଭିଷେକ ବର୍ମା । କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନକୁ ମାନିବା ସହ, ସମସ୍ତଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି ଅଭିଷେକ ।
"ସମସ୍ତେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ପରିବାର ସହ ସମୟ ବିତାନ୍ତୁ । କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ସହ, ସରକାରଙ୍କୁ ସହଯୋଗ କରନ୍ତୁ ।" ଏହା କହିଛନ୍ତି ତୀରନ୍ଦାଜ ଷ୍ଟାର ଅଭିଷେକ ବର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 14ରେ ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।