ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ପାଇବେ ଲନ୍ ବଲ୍ ଖେଳାଳି ପିଙ୍କି ସିଂ । କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନିତ କରାଯାଇଛି । ଆସନ୍ତା ମାସ ଜାନୁଆରୀ 9 ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ପିଙ୍କି ସିଂ । ଅର୍ଜୁନ ପୁରସ୍କାର ପାଇଁ ପିଙ୍କିଙ୍କ ନାମ ଘୋଷଣା ପରେ ସେ ବେଶ ଖୁସୀ ପ୍ରକାଶ କରିଛନ୍ତି । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ନିଜ ସ୍ପୋର୍ଟର୍ସ କ୍ୟାରିଅର ଅନୁଭୂତି ସମ୍ପର୍କରେ କହିଛନ୍ତି ପିଙ୍କି ।
ଭାରତୀୟ ଲନ ବଲ ଟିମର ଖେଳାଳି ହେଉଛନ୍ତି ପିଙ୍କି ସିଂ । 2022ରେ ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ପିଙ୍କି ସହିଛନ୍ତି, "2007 ମସିହାରୁ ମୁଁ ଲନ ବଲ ଖେଳିବା ଆରମ୍ଭ କରିଥିଲି । ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ସେ ସମୟରେ ଡିଆରପିଏସ୍ ସ୍କୁଲର ପୂର୍ବତନ ଭାଇସ ପ୍ରିନ୍ସିପାଲ ଆର.କେ ପୁରାମ ଏହି ଖେଳ ମୋତେ ଶିଖାଇଥିଲେ । 2009ରେ ମୁଁ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିଥିଲି । ଏସୀୟ ଚମ୍ପିଆନସିପ୍ରେ ମୁଁ ପଦକ ହାସଲ କରିଥିଲି । ପରେ 2022 କମନୱେଲଥ୍ ଗେମ୍ସର ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲି । ଏଥିସହ ଜାତୀୟ ସ୍ତରରେ ଖେଳାଯାଇଥିବା ପ୍ରତିଯୋଗିତାରେ ମୁଁ ସ୍ୱର୍ଣ୍ଣ ପଦକ ହାସଲ କରିଛି ।"
ଏହା ମଧ୍ୟ ପଢନ୍ତୁ-ଯୁବ କ୍ରିକେଟ୍ରଙ୍କ ପାଇଁ ସୁବର୍ଣ୍ଣ ବର୍ଷ ଥିଲା 2023, ସୁଯୋଗର ଉଠାଇଲେ ଭରପୁର ଫାଇଦା
ଅର୍ଜୁନ ପୁରସ୍କାର ପାଇଁ ମନୋନିତ ହେବା ପ୍ରଶ୍ନରେ ପିଙ୍କି କହିଛନ୍ତି ଯେ, "ମୁଁ ଅର୍ଜୁନ ପୁରସ୍କାର ପାଇଁ ମନୋନିତ ହୋଇଥିବା ବହୁତ ଖୁସି । ଏହି ସଫଳତା ପାଇଁ ଗର୍ବିତ ଅନୁଭବ କରୁଛି । ମୁଁ ଗତ 4 ରୁ 5 ବର୍ଷ ଧରି ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରି ଆସୁଥିଲି । ଯେତେବେଳେ ମୁଁ କମନ୍ୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲି ସେତେବେଳେ ମୁଁ ପୁରସ୍କାର ପାଇଁ ଆଶା କରିଥିଲି । କିନ୍ତୁ ସେତେବେଳେ ତାହା ହୋଇନଥିଲା । ମୋର ସଫଳତା ପାଇଁ ମୁଁ ବୋଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆକୁ ଶ୍ରେୟ ଦେବାକୁ ଚାହୁଁଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "2022 ମସିହାରେ ମୋ ପାଇଁ ସବୁଠାରୁ କଷ୍ଟଦାୟକ ସମୟ ଥିଲା । ଯେତେବେଳେ କମନୱେଲଥ ଗେମ୍ସ ପାଇଁ ମୋତେ ଚୟନ କରାଯାଇଥିଲା । ସେହି ବର୍ଷ ମୋର ବିବାହ ବିଚ୍ଛେଦ ହୋଇଥିଲା । ତେଣୁ ମୁଁ ଚାପରେ ରହୁଥିଲି । 2019ରେ ମୋର ବିବାହ ହୋଇଥିଲା । କିନ୍ତୁ ବୈବାହିକ ଜୀବନ ମୋର ଭଲରେ କଟିନଥିଲା । ତେଣୁ 2021ରେ ମୁଁ ଛାଡପତ୍ର ପାଇଁ ଆବେଦନ କରିଥିଲି । କିନ୍ତୁ କୋଭିଡ ଯୋଗୁଁ 2022ରେ ମୋର ଛାଡପତ୍ର ହୋଇଥିଲା। ଏତେ କଷ୍ଟ ସମୟରେ ବି ମୁଁ ହାରିଯାଇନଥିଲି । ଲନ୍ ବଲ୍ରେ ଭାରତୀୟ ଟିମ ପାଇଁ ଚୟନ ହେବା ପରେ କମନ୍ଓ୍ବେଲଥ ଗେମ୍ସରେ ମୁଁ ଭଲ ପ୍ରଦର୍ଶନ କରିଥିଲି । ଯାହା ଫଳରେ ଆମ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ।"
ଆଗକୁ 2024ରେ ଏସୀୟ ଚାମ୍ପିଅନସିପ ଆୟୋଜିତ ହେବାକୁ ଯାଉଛି । ଭାରତୀୟ ଦଳ ପାଇଁ ଆଗକୁ ଖେଳାଳି ଚୟନ କରାଯିବ । ଏହାପରେ ଅଭ୍ୟାସ ଆରମ୍ଭ ହେବ । ବର୍ତ୍ତମାନ ମୋର ଲକ୍ଷ୍ୟ କିପରି ଆରମ୍ଭ ହେବାକୁ ଥିବା ପରବର୍ତ୍ତୀ ଚମ୍ପିଆନସିପ୍ରେ ଭଲ ପ୍ରଦର୍ଶନ କରିବି । ପୁଣି ଥରେ ଭାରତୀୟ ଲନ୍ ବଲ୍ ଟିମ୍ ଗୋଲ୍ଡ ମେଡାଲ ହାସଲ କରିବ ବୋଲି ଆଶା ରହିଥିବା କହିଛନ୍ତି ପିଙ୍କି ସିଂ ।