ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ଇଭେଣ୍ଟରେ ପଦକ ପରେ ପରେ ହାତେଇଛନ୍ତି ଖେଳାଳି । ପାରା ଆଥଲେଟ ଭାବିନା ପଟେଲ ତାଙ୍କ ବିଜୟ ଧାରା ବଜାୟ ରଖିଛନ୍ତି । ମହିଳା ପାରା ଟେବୁଲ ଟେନିସ କ୍ଲାସ 3-5 ବର୍ଗରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି ଭାବିନା । ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ଜିତିଥିଲେ ଭାବିନା ପଟେଲ ।
-
BHAVINA WINS G🤩LD
— SAI Media (@Media_SAI) August 6, 2022 " class="align-text-top noRightClick twitterSection" data="
History Maker at #Tokyo2020 Paralympics @BhavinaOfficial wins her maiden medal at #CommonwealthGames 😍😍
With a straight 3-0 victory over 🇳🇬's I. Ikpeoyi, Bhavina maintains her unbeaten streak at #B2022 🔥
Phenomenal effort 💙
Congratulations!#Cheer4India pic.twitter.com/kctTdvLXIl
">BHAVINA WINS G🤩LD
— SAI Media (@Media_SAI) August 6, 2022

Congratulations!#Cheer4India pic.twitter.com/kctTdvLXIlBHAVINA WINS G🤩LD
— SAI Media (@Media_SAI) August 6, 2022
History Maker at #Tokyo2020 Paralympics @BhavinaOfficial wins her maiden medal at #CommonwealthGames 😍😍
With a straight 3-0 victory over 🇳🇬's I. Ikpeoyi, Bhavina maintains her unbeaten streak at #B2022 🔥
Phenomenal effort 💙
Congratulations!#Cheer4India pic.twitter.com/kctTdvLXIl
ନାଇଜେରିଆର ଇଫେଚୁକଉଡ କ୍ରିଷ୍ଟିଆନା ଇକପୋଇଙ୍କୁ 3-0ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାବିନା । ସେ 12-10,11-2 ଓ 11-9 ସେଟରେ ଏହି ମ୍ୟାଚ ଜିତିଛନ୍ତି । ଗୁଜୁରାଟର ମେହସାନା ଜିଲ୍ଲାର ସୁନ୍ଧିୟା ଗ୍ରାମରେ ଭାବିନାଙ୍କ ଜନ୍ମ । ଦିବ୍ୟାଙ୍କ ହୋଇ ମଧ୍ୟ ଦୃଢ ଆତ୍ମବିଶ୍ବାସ ଓ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି ।
ଏହା ବି ପଢନ୍ତୁ...CWG 2022: ହକି ଫାଇନାଲରେ ପୁରୁଷ ଭାରତୀୟ ଦଳ
ପଦକ ଜିତିବା ପରେ ଭାବିନା କହିଛନ୍ତି, ‘‘ମୋ ପ୍ରଦର୍ଶନ ପାଇଁ ମୁଁ ଖୁସି । 2024 ଅଲମ୍ପିକ୍ସ ମୋର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ମୁଁ ବହୁତ ଉତ୍ସାହିତ । ଏହି ପଦକକୁ ମୁଁ ମୋର ପରିବାର, କୋଚ, ବନ୍ଧୁ ଏବଂ ପ୍ରତିଟି ଭାରତୀୟଙ୍କୁ ଉତ୍ସର୍ଗ କରୁଛି ।’’
ସେହିପରି ମହିଳା ପାରା ଟେବୁଲ ଟେନିସ କ୍ଲାସ 3-5 ବର୍ଗରେ ଭାରତ ପାଇଁ କାଂସ୍ୟ ଜିତିଛନ୍ତି ସୋନଲ ବେନ ମନୁଭାଇ ପଟେଲ । ସେ ଇଂଲଣ଼୍ଡର ସୁବେଲୀଙ୍କୁ 11-5.11-2 ଓ 11-3 ସେଟରେ ପରାସ୍ତ କରି ବ୍ରୋଞ୍ଜ ଜିତିଛନ୍ତି । ପଦକ ଜିତିବା ପରେ ସୋନଲ କହିଛନ୍ତି, ''କମନୱେଲଥ ଗେମ୍ସ ଏକକରେ ପ୍ରଥମ ପଦକ ଜିତି ମୁଁ ବହୁତ ଖୁସି । ମୋ ସ୍ବାମୀ, ପରିବାର, କୋଟ ଓ ଦେଶବାସୀଙ୍କୁ ଏ ପଦକ ଉତ୍ସର୍ଗ କରିୁଛି । ’’