ETV Bharat / sports

ଦୂତୀ ଚାନ୍ଦ ବର୍ଷର ଶ୍ରେଷ୍ଠ ମହିଳା କ୍ରୀଡାବିତ ମନୋନୀତ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - CM wishes Dutee Chand

ଓଡିଆ ଦୌଡରାଣୀ ଦୂତୀ ଚାନ୍ଦ ପୁଣି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଅଧିକ ପଢନ୍ତୁ...

CM wishes Dutee Chand on nomination for BBC Indian Sportswoman award
ଦୂତୀ ଚାନ୍ଦ ବର୍ଷର ଶ୍ରେଷ୍ଠ ମହିଳା କ୍ରୀଡାବିତ ମନୋନୀତ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
author img

By

Published : Feb 9, 2021, 3:18 PM IST

Updated : Feb 9, 2021, 3:58 PM IST

ଭୁବନେଶ୍ବର: ଓଡିଆ ଦୌଡରାଣୀ ଦୂତୀ ଚାନ୍ଦ ପୁଣି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଏଥର କୌଣସି ରେକର୍ଡ କିମ୍ବା ମେଡାଲ ସହିତ ନୁହେଁ ବରଂ ସମ୍ମାନ ଜନକ ଆୱାର୍ଡ ପାଇଁ । ବର୍ଷର ଶ୍ରେଷ୍ଠ ବିବିସି ଭାରତୀୟ ମହିଳା କ୍ରୀଡାବିତ ଭାବେ ମନୋନୀତ ହୋଇଛନ୍ତି ଦୂତୀ ।

  • Congratulations #Odisha’s ace sprinter @DuteeChand on being nominated for BBC Indian Sportswomen of the year. Wish her the very best and wish her to keep inspiring.

    — Naveen Patnaik (@Naveen_Odisha) February 9, 2021 " class="align-text-top noRightClick twitterSection" data=" ">
  • Heartiest congratulations to @DuteeChand for being nominated for the BBC Indian Sportswoman of the Year 2021 award. Odisha is proud of this amazing feat. You are an inspiration for every Odia girl. pic.twitter.com/FOLItoBawk

    — Niranjan Patnaik (@NPatnaikOdisha) February 9, 2021 " class="align-text-top noRightClick twitterSection" data=" ">

ଏହାପରେ ଦୂତୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଓଡିଶାର ତାରକା ଧାବିକା ଦୂତୀ ଚାନ୍ଦଙ୍କୁ ବର୍ଷର ଶ୍ରେଷ୍ଠ ବିବିସି ଭାରତୀୟ ମହିଳା କ୍ରୀଡାବିତ ଭାବେ ମନୋନୀତ ହୋଇଥିବାରୁ ଅନେକ ଶୁଭେଚ୍ଛା,ଅନ୍ୟମାନଙ୍କ ପାଇଁ ସର୍ବଦା ପ୍ରେରଣାଦାୟୀ ହୋଇରୁହ, ଶୁଭକାମନା ।"

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୂତୀଙ୍କୁ ଉଚ୍ଚ ପ୍ରଶଂସା ସହ ଶୁଭେଚ୍ଛା ଜଣାଇଛନ୍ତି । "ଓଡିଶାର ଗୌରବ ଦୂତୀ ଚାନ୍ଦ 2021 ବର୍ଷ ପାଇଁ ସମ୍ମାନଜନକ ବିବିସି ଭାରତୀୟ ଶ୍ରେଷ୍ଠ ମହିଳା କ୍ରୀଡାବିତ ଆୱାର୍ଡ ପାଇଁ ମନୋନୀତ ହୋଇଥିବାରୁ ଶୁଭେଚ୍ଛା ।" ଏଥିସହ ଏହି ଆୱାର୍ଡ ପାଇଁ ମନୋନୀତ ହୋଇଥିବା ମହିଳା ହକି ଟିମ ଇଣ୍ଡିଆର କ୍ୟାପଟେନ ରାନୀ, ସୁଟର ମନୁ ଭାକର, କୁସ୍ତିଯୋଦ୍ଧା ବିନେଶ ଫୋଗଟ ଓ ହମ୍ପି କୋନେରୁଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । "ଏହି ଉପଲବ୍ଧି ପାଇଁ ଓଡିଶା ଆପଣଙ୍କ ପାଇଁ ଗର୍ବିତ । ପ୍ରତ୍ୟେକ ଓଡିଆ ଝିଅଙ୍କ ପାଇଁ ତୁମେ ପ୍ରେରଣା । "ଦୂତୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତାରେ ଏହା ଟ୍ବିଟରେ ଉଲ୍ଲେଖ କରିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2021, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.