ETV Bharat / sports

ଅମିତ ଓ ସଞ୍ଜୀପଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ଦେବେ ରାଜ୍ୟ ସରକାର

author img

By

Published : Jan 14, 2023, 8:46 AM IST

ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୁଇ ଓଡିଆ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅମିତ ଓ ସଞ୍ଜୀପଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ପୁରସ୍କାର । ଅଧିକ ପଢନ୍ତୁ

CM announces ten lakh reward for two Odia players

ଭୁବନେଶ୍ବର: ଶୁକ୍ରବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଚଳିତ ହକି ବିଶ୍ବକପରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ସୁନ୍ଦରଗଡର ଦୁଇ ହକି ତାରକା ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ୍ । ବିଶ୍ବକପରେ ସାମିଲ ହୋଇଥିବାରୁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ବର୍ତ୍ତମାନ ଦଳର ଅଧିନାୟକ ଅଛନ୍ତି ଅମିତ ରୋହିଦାସ ।

ସୁନ୍ଦରଗଡ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ସୁନ୍ଦରଗଡର ଖେଳାଳି ସ୍ଥାନ ପାଇଥିବା ବେଳେ ବେଶ ଗର୍ବିତ ଜିଲ୍ଲାବାସୀ । ସଉନାମୁରାରେ ଜନ୍ମିତରେ ଅମିତ ରୋହିଦାସ ପୂର୍ବରୁ ଟୋକିଓ ଅଲିମ୍ପିକ୍ କାଂସ୍ୟ ପଦକ ହାସଲ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୨୭ଟି ମ୍ୟାଚ ଖେଳିଛନ୍ତି । ଖେଳିଥିବା ମ୍ୟାଚରେ ତାଙ୍କର ମୋଟ ଗୋଲ ସ୍କୋର ରହିଛି ୧୮। ସେହିପରି ନୀଲମ ସଞ୍ଜୀପ ଖେସଙ୍କ ଘର କୁଆରମୁଣ୍ଡା ବ୍ଲକର ସରନାଟୋଲି ଗ୍ରାମରେ । ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଏବେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବ ପାଲଟିଛନ୍ତି ନୀଲମ । ବର୍ତ୍ତମାନ ସୁଦ୍ଧା ସେ ମୋଟ ୩୦ଟି ମ୍ୟାଚ ଖେଳିଥିବା ବେଳେ ଭାରତୀୟ ଦଳ ତରଫରୁ ଖେଳି ମୋଟ ୫ଟି ଗୋଲ ସ୍କୋର କରିଛନ୍ତି ।

ଓଡିଶାରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ବକପ ମ୍ୟାଚ । ପ୍ରଥମ ଦିନରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯାଇଥିଲା । ଶେଷ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ ରାଉରକେଲା ଷ୍ଟାଡିୟମରେ ଖେଳାଯାଇଥିଲା । ନୀଳ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ ଟିମ ଇଣ୍ଡିଆ । ଭାରତୀୟ ଦଳରେ ଦୁଇ ଓଡିଆ ଖେଳାଳି ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସକୁ ଦେଖି ଦର୍ଶକ ବେଶ ଉତ୍ସାହିତ ହୋଇପଡିଥିଲେ । କରତାଳିରେ କମ୍ପି ଉଠିଥିଲା ହକି ଷ୍ଟାଡିୟମ । ଖେଳ ଦେଖିବାକୁ ଉଭୟ ଖେଳାଳୀଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ ।

ଏହି ମ୍ୟାଚରେ ୨-୦ ଗୋଲରେ ସ୍ପେନକୁ ମାତ ଦେଇ ଓଡିଶା ମାଟିରୁ ବିଜୟ ଅଭିୟାନ ଆରମ୍ଭ କରିଥିଲା ଭାରତ । ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳର ଅମିତ ରୋହିଦାସ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ଦଳକୁ ଦ୍ବିତୀୟ ଗୋଲ ଦେଇଥିଲେ ବାର୍ଦ୍ଦିକ ସିଂହ । କିନ୍ତୁ ସ୍ପେନ ଗୋଟିଏବି ଗୋଲ ଦେଇନପାରି ଭାରତ ଠାରୁ ପରାଜିତ ହୋଇଥିଲା । ତେବେ ଦଳକୁ ପ୍ରଥମ ଗୋଲ ଦେଇଥିବାରୁ ଅମିତ ରୋହିଦାସଙ୍କୁ ମ୍ୟାନ ଅଫଦ ମ୍ୟାଚ ଘୋଷଣା କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.