ଗଜପତି: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଚାଲିଥିବା 65ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏଥିରେ ବାଳକ ବିଭାଗରେ ମାଲକାନଗିରି ଏବଂ କୋରାପୁଟ ଚାମ୍ପିଆନ ହୋଇଥିବା ବେଳେ ବାଳିକା ବିଭାଗରେ ଭୁବନେଶ୍ବର ଚାମ୍ପିଅନ ହୋଇଛି ।
ଗତ 3ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଗଜପତି ଭଳି ଏକ ଉପାନ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଅତି ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।
ଗତ 24ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ଉଦଘାଟନ କରିଥିଲେ । ଏହାର ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ଏବଂ ଏସପି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିଅନ ଏବଂ ରନର୍ସ ଟିମ୍ କୁ ପୁରସ୍କୃତ କରିଥିଲେ । 14ବର୍ଷରୁ କମ୍ ବାଳକ ବିଭାଗରେ ଗଜପତିକୁ 15-10,15-10 ଗୋଲରେ ହରାଇ ମାଲକାନଗିରି ଚାମ୍ପିଆନ ହୋଇଛି । ସେହିପରି 17ବର୍ଷରୁ କମ୍ ବାଳକ ବିଭାଗରେ ଗଞ୍ଜାମକୁ 12-15, 15-11 ଏବଂ 10-8 ଗୋଲରେ ହରାଇ କୋରାପୁଟ ଚାମ୍ପିଆନ ହୋଇଛି । ସେହିଭଳି 17ବର୍ଷରକୁ କମ୍ ବାଳିକା ବିଭାଗରେ ଭୂବନେଶ୍ବର 15-9 ଏବଂ 15-8 ଗୋଲରେ ନୂଆପଡାକୁ ହରାଇ ଚାମ୍ପିଆନ ହୋଇଛି ।
ଏହି ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ଏବଂ ଏସପିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଅତିଥି ଭାବେ ଯୋଗଦେଇ ଚାମ୍ପିଆନ ଟିମକୁ ଅଭିନନ୍ଦନ ଜଣାଇଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ