ETV Bharat / sports

National Games 2023: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସରିଲା ଜାତୀୟ କ୍ରୀଡା, ଓଡିଶାକୁ ରେକର୍ଡ 58 ପଦକ

author img

By ETV Bharat Odisha Team

Published : Nov 10, 2023, 8:36 AM IST

ଗୋଆରେ ଆୟୋଜିତ ହୋଇଥିବା 37ତମ ଜାତୀୟ କ୍ରୀଡ଼ା ଉଦଯାପିତ ହୋଇଛି । 228 ପଦକ ସହ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ରେକର୍ଡ 58 ପଦକ ହାସଲ କରିଛି । ଅଧିକ ପଢ଼ନ୍ତୁ

National Games 2023 Closing Ceremony
National Games 2023

ପାନାଜୀ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚିକମିକ ଆଲୋକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୋଆରେ ଆୟୋଜିତ 37ତମ ଜାତୀୟ କ୍ରୀଡ଼ା ସମାପ୍ତ ହୋଇଛି । ଏଥିରେ ମହାରାଷ୍ଟ୍ର ରେକର୍ଡ 228 ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ସେଥିରେ 75ଟି ସ୍ବର୍ଣ୍ଣ ରହିଛି । ସର୍ଭିସେସ 126 ପଦକ ସହ ଦ୍ବିତୀୟ ଓ ହରିୟାଣା 192 ପଦକ ସହ ତୃତୀୟ ସ୍ଥାନରେ ରହିଛି । ଓଡ଼ିଶା 58 ପଦକ ହାସଲ କରି 16ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ପରବର୍ତ୍ତୀ 38ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡରେ ଆୟୋଜିତ ହେବ । ଭାରତୀୟ ଅଲିମ୍ପିକ ସଂଘ ଉତ୍ତରାଖଣ୍ଡକୁ ପତାକା ପ୍ରଦାନ କରିଥିଲେ ।

ଓଡିଶାକୁ ରେକର୍ଡ 58 ପଦକ: 37ତମ ଜାତାୟ କ୍ରୀଡ଼ାରେ ଓଡ଼ିଶା ଏଥର ରେକର୍ଡ ପଦକ ହାସଲ କରିଛି । ରାଜ୍ୟରୁ 300ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ମୋଟ 58 ପଦକ ହାସଲ କରି 16ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ମୋଟ 58ପଦକରେ 10ଟି ସ୍ୱର୍ଣ୍ଣ, 18ଟି ରୌପ୍ୟ ଓ 30ଟି ବ୍ରୋଞ୍ଜ ପଦକ ରହିଛି । ପୂର୍ବ ସଂସ୍କରଣରେ ଓଡ଼ିଶା 6 ସ୍ବର୍ଣ୍ଣ ପଦକ ସହ ମୋଟ 28ଟି ପଦକ ଜିତିଥିଲା ମାତ୍ର ଏଥର ରେକର୍ଡ ପଦକ ଜିତିବାରେ ସଫଳ ହୋଇଛି । ପ୍ରଥମ ଥର ପାଇଁ ଓଡିଶା 50ରୁ ଅଧିକ ପଦକ ଜିତିଛି । ଜିମ୍ନାଷ୍ଟିକ୍‌ରେ ପ୍ରଣତୀ ନାୟକ ଯୁଗ୍ମ ଭାବରେ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ ବିବେଚିତ ହୋଇଛନ୍ତି । ସେ 4 ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...National Games 2023: ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣିମ ସଫଳତା, ଓଡିଶାର ପଦକ ସଂଖ୍ୟା 42

Kirtee Malini Dhir Samanta, Kunda Majhi, and Parween Asif bagged bronze for #Odisha in Sqay Martial Art at the 37th National Games Goa 2023.

Many Congratulations!#OdishaForSports pic.twitter.com/YPZp1B63cl

— Odisha Sports (@sports_odisha) November 9, 2023 " class="align-text-top noRightClick twitterSection" data=" ">

ଉଦଯାପନୀ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଯୋଗ ଦେଇ କହିଛନ୍ତି, "କ୍ରୀଡ଼ା କ୍ଷେତ୍ରରେ ଦେଶ ଆଗଉଛି । 2014ରେ ଦେଶକୁ ଏକ ମଜଭୁତ ସରକାର ମିଳିଥିଲା । ସଫଳ ମଜଭୁତ ନେତୃତ୍ବ ପାଇଁ ସବୁ କ୍ଷେତ୍ରରେ ସଫଳତା ହାସଲ କରିଛି ଭାରତ । 2036ରେ ଭାରତ ଅଲମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ଆମ ଭାରତ ଯେଉଁ କରିସ୍ମା କରିଛି ତାହାକୁ ଦେଖି ଦୁନିଆ ଚକିତ ହୋଇଛି । ଫ୍ରାନ୍ସ ଓ ୟୁକେକୁ ପଛରେ ପକାଇ ଭାରତ 5ମ ସର୍ବବୃହତ୍ତ ଅର୍ଥନୈତିକ ଦେଶ ହୋଇଛି । 2030 ସୁଦ୍ଧା ଭାରତ ତୃତୀୟ ସର୍ବବୃହତ୍ତ ଅର୍ଥନୈତିକ ଦେଶ ହେବ । ଜାତୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା । ଏହି କ୍ରୀଡାରେ ଭାଗ ନେଇଥିବା ସମସ୍ତେ ଜଣେ ଜଣେ ଚମ୍ପିଆନ ।"

ଏହା ବି ପଢନ୍ତୁ...National Games 2023: ରୋଡ ସାଇକ୍ଲିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ସ୍ୱସ୍ତି, 58 ଛୁଇଁଲା ଓଡ଼ିଶାର ପଦକ ସଂଖ୍ୟା

ଗୋଆରେ ଅକ୍ଟୋବର 26 ତାରିଖରୁ 37ତମ ଜାତୀୟ କ୍ରୀଡ଼ା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ଦେଶରୁ 10 ହଜାରରୁ ଅଧିକ ଆଥଲେଟ୍‌ ଏଥିରେ ଅଂଶ ଗ୍ରହଣ କରିଥିଲେ । 43ଟି ଇଭେଣ୍ଟରେ 28ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଆୟୋଜିତ ହୋଇଥିଲା । ନ୍ୟାସନାଲ ଗେମ୍ସରେ ଖୋ'ଖୋ', ଯୋଗାସନ ଏବଂ ମଲଖମ୍ବ ଭଳି କ୍ରୀଡ଼ାକୁ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲା । ଉଦଯାପନୀ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ରାଜ୍ୟପାଳ ପିଏଲ ଶ୍ରୀଧରନ ପିଲାଇ, ଭାରତୀୟ ଅଲମ୍ପିକ ସଂଘ ସଭାପତି ପିଟି ଉଷା ପ୍ରମୁଖ ଉପସ୍ଥିତ ଥିଲେ ।

ପାନାଜୀ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚିକମିକ ଆଲୋକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୋଆରେ ଆୟୋଜିତ 37ତମ ଜାତୀୟ କ୍ରୀଡ଼ା ସମାପ୍ତ ହୋଇଛି । ଏଥିରେ ମହାରାଷ୍ଟ୍ର ରେକର୍ଡ 228 ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ସେଥିରେ 75ଟି ସ୍ବର୍ଣ୍ଣ ରହିଛି । ସର୍ଭିସେସ 126 ପଦକ ସହ ଦ୍ବିତୀୟ ଓ ହରିୟାଣା 192 ପଦକ ସହ ତୃତୀୟ ସ୍ଥାନରେ ରହିଛି । ଓଡ଼ିଶା 58 ପଦକ ହାସଲ କରି 16ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ପରବର୍ତ୍ତୀ 38ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡରେ ଆୟୋଜିତ ହେବ । ଭାରତୀୟ ଅଲିମ୍ପିକ ସଂଘ ଉତ୍ତରାଖଣ୍ଡକୁ ପତାକା ପ୍ରଦାନ କରିଥିଲେ ।

ଓଡିଶାକୁ ରେକର୍ଡ 58 ପଦକ: 37ତମ ଜାତାୟ କ୍ରୀଡ଼ାରେ ଓଡ଼ିଶା ଏଥର ରେକର୍ଡ ପଦକ ହାସଲ କରିଛି । ରାଜ୍ୟରୁ 300ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ମୋଟ 58 ପଦକ ହାସଲ କରି 16ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ମୋଟ 58ପଦକରେ 10ଟି ସ୍ୱର୍ଣ୍ଣ, 18ଟି ରୌପ୍ୟ ଓ 30ଟି ବ୍ରୋଞ୍ଜ ପଦକ ରହିଛି । ପୂର୍ବ ସଂସ୍କରଣରେ ଓଡ଼ିଶା 6 ସ୍ବର୍ଣ୍ଣ ପଦକ ସହ ମୋଟ 28ଟି ପଦକ ଜିତିଥିଲା ମାତ୍ର ଏଥର ରେକର୍ଡ ପଦକ ଜିତିବାରେ ସଫଳ ହୋଇଛି । ପ୍ରଥମ ଥର ପାଇଁ ଓଡିଶା 50ରୁ ଅଧିକ ପଦକ ଜିତିଛି । ଜିମ୍ନାଷ୍ଟିକ୍‌ରେ ପ୍ରଣତୀ ନାୟକ ଯୁଗ୍ମ ଭାବରେ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ ବିବେଚିତ ହୋଇଛନ୍ତି । ସେ 4 ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...National Games 2023: ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣିମ ସଫଳତା, ଓଡିଶାର ପଦକ ସଂଖ୍ୟା 42

ଉଦଯାପନୀ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ଯୋଗ ଦେଇ କହିଛନ୍ତି, "କ୍ରୀଡ଼ା କ୍ଷେତ୍ରରେ ଦେଶ ଆଗଉଛି । 2014ରେ ଦେଶକୁ ଏକ ମଜଭୁତ ସରକାର ମିଳିଥିଲା । ସଫଳ ମଜଭୁତ ନେତୃତ୍ବ ପାଇଁ ସବୁ କ୍ଷେତ୍ରରେ ସଫଳତା ହାସଲ କରିଛି ଭାରତ । 2036ରେ ଭାରତ ଅଲମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ଆମ ଭାରତ ଯେଉଁ କରିସ୍ମା କରିଛି ତାହାକୁ ଦେଖି ଦୁନିଆ ଚକିତ ହୋଇଛି । ଫ୍ରାନ୍ସ ଓ ୟୁକେକୁ ପଛରେ ପକାଇ ଭାରତ 5ମ ସର୍ବବୃହତ୍ତ ଅର୍ଥନୈତିକ ଦେଶ ହୋଇଛି । 2030 ସୁଦ୍ଧା ଭାରତ ତୃତୀୟ ସର୍ବବୃହତ୍ତ ଅର୍ଥନୈତିକ ଦେଶ ହେବ । ଜାତୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା । ଏହି କ୍ରୀଡାରେ ଭାଗ ନେଇଥିବା ସମସ୍ତେ ଜଣେ ଜଣେ ଚମ୍ପିଆନ ।"

ଏହା ବି ପଢନ୍ତୁ...National Games 2023: ରୋଡ ସାଇକ୍ଲିଂରେ ସ୍ୱର୍ଣ୍ଣ ପଦକ ଜିତିଲେ ସ୍ୱସ୍ତି, 58 ଛୁଇଁଲା ଓଡ଼ିଶାର ପଦକ ସଂଖ୍ୟା

ଗୋଆରେ ଅକ୍ଟୋବର 26 ତାରିଖରୁ 37ତମ ଜାତୀୟ କ୍ରୀଡ଼ା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ଦେଶରୁ 10 ହଜାରରୁ ଅଧିକ ଆଥଲେଟ୍‌ ଏଥିରେ ଅଂଶ ଗ୍ରହଣ କରିଥିଲେ । 43ଟି ଇଭେଣ୍ଟରେ 28ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଆୟୋଜିତ ହୋଇଥିଲା । ନ୍ୟାସନାଲ ଗେମ୍ସରେ ଖୋ'ଖୋ', ଯୋଗାସନ ଏବଂ ମଲଖମ୍ବ ଭଳି କ୍ରୀଡ଼ାକୁ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲା । ଉଦଯାପନୀ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ରାଜ୍ୟପାଳ ପିଏଲ ଶ୍ରୀଧରନ ପିଲାଇ, ଭାରତୀୟ ଅଲମ୍ପିକ ସଂଘ ସଭାପତି ପିଟି ଉଷା ପ୍ରମୁଖ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.