ହାଇଦ୍ରାବାଦ: ଓଡିଶାର ସୁନା ପୁଅ ପ୍ରମୋଦଙ୍କ ଆଉ ଏକ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ବିଜୟ । ଚାଇନା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ 2ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ।
ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଉଭୟ ଇଭେଣ୍ଟରେ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ଏହି ପାରା-ବ୍ୟାଡମିଣ୍ଟନ ଷ୍ଟାର । ପ୍ରମୋଦଙ୍କ ଏହି ସଫଳତା ପରେ ଦେଶ ତମାମରୁ ତାଙ୍କୁ ପ୍ରଂଶସାର ସୁଅ ଛୁଟୁଛି । ପ୍ରମୋଦ ଟୋକିଓ ଅଲମ୍ପିକ୍ସ ପାଇଁ ନିଜ ସ୍ଥାନ ସୁରକ୍ଷିତ କରିସାରିଛନ୍ତି ।