ETV Bharat / sports

ସାଗର ରାଣା ହତ୍ୟା ମାମଲା, ରେସଲର ସୁଶୀଲ କୁମାର ଗିରଫ

ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାର ଓ ତାଙ୍କ ସହଯୋଗୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଅଭିଯୁକ୍ତ ସୁଶୀଲ କୁମାର ଗିରଫ
ଅଭିଯୁକ୍ତ ସୁଶୀଲ କୁମାର ଗିରଫ
author img

By

Published : May 23, 2021, 11:30 AM IST

ନୂଆଦିଲ୍ଲୀ: ପୋଲିସ କବଜାରେ କୁସ୍ତି ଖେଳାଳୀ ସୁଶୀଲ କୁମାର । ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାର ଓ ତାଙ୍କ ସହଯୋଗୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଆଜି(ରବିବାର) ସକାଳୁ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ ସୁଶୀଲଙ୍କୁ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ସ୍ବତନ୍ତ୍ର ପୋଲିସ କମିଶନର ନୀରଜ ଠାକୁର । ସୁଶୀଲଙ୍କ ନାଁରେ ଏକ ଜାମିନ ବିହୀନ ବେଲ ୱାରେଣ୍ଟି ଜାରି ହୋଇଛି । ଏହା ସହିତ ଛତ୍ରଶାଳା ଷ୍ଟାଡିୟମରେ ସାଗର ରାଣା ହତ୍ୟା ମାମଲାରେ ଜଡିତ ସୁଶୀଲଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ।

ପ୍ରକାଶ ଥାଉ କି, ସାଗର ରାଣା ହତ୍ୟା ମାମଲାରେ ଫେରାର ଥିବା ଭାରତର ତାରକା ସୁଶୀଲ କୁମାର ଗିରଫ ଭୟରେ ଦିଲ୍ଲୀର ରୋହୀଣି କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ବୁଧବାର ତାଙ୍କ ଜାମିନ ଖାରଚ କରିଥିଲେ । ଗତ ସୋମବାର ସୁଶୀଲଙ୍କୁ ଧରିବା ପାଇଁ 1 ଲକ୍ଷ ଟଙ୍କା ଓ ତାଙ୍କ ସାଥୀ ପାଇଁ 50 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଦିଲ୍ଲୀ ପୋଲିସ ।

ମେ ମାସ 4 ତାରିଖରେ ଛତ୍ରଶାଳା ଷ୍ଟାଡିୟମରେ ସୁଶୀଲ ଓ ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଏହି ଘଟଣାରେ ସାଗରଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ସୁଶୀଲ ଓ ତାଙ୍କ ସାଥୀ ଫେରାର ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.