ETV Bharat / sports

କୁସ୍ତିଯୋଦ୍ଧା ସୁଶୀଲ କୁମାର ନାମରେ ଦିଲ୍ଲୀ ପୋଲିସର ଲୁକ୍ଆଉଟ ନୋଟିସ

ଦିଲ୍ଲୀ ପୋଲିସ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ନାମରେ ଲୁକ୍‌ ଆଉଟ ନୋଟିସ ଜାରି କରିଛି । ଅଧିକ ପଢନ୍ତୁ...

author img

By

Published : May 10, 2021, 5:04 PM IST

Chhatrasal brawl: Lookout notice issued against wrestler Sushil Kumar
କୁସ୍ତିଯୋଦ୍ଧା ସୁଶୀଲ କୁମାର ନାମରେ ଦିଲ୍ଲୀ ପୋଲିସର ଲୁକ୍ଆଉଟ ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ନାମରେ ଲୁକ୍‌ ଆଉଟ ନୋଟିସ ଜାରି କରିଛି । ଉତ୍ତର ପଶ୍ଚିମ ଦିଲ୍ଲୀରେ ଥିବା ଛତ୍ରଶାଲ ଷ୍ଟାଡିୟମରେ ଜଣେ ପୂର୍ବତନ ଜୁନିୟର ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧାଙ୍କ ହତ୍ୟା ମାମଲାରେ ସଂପୃକ୍ତି ନେଇ ନୋଟିସ ଜାରି ହୋଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶୀଲ ଫେରାର ଅଛନ୍ତି ।

Chhatrasal brawl: Lookout notice issued against wrestler Sushil Kumar
କୁସ୍ତିଯୋଦ୍ଧା ସୁଶୀଲ କୁମାର

ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁଶୀଲଙ୍କୁ ଦିଲ୍ଲୀ ପୋଲିସ ଖୋଜିବାରେ ଲାଗିଛି । ଦିଲ୍ଲୀ ଶିକ୍ଷା ଓ କ୍ରୀଡା ବିଭାଗର କ୍ରୀଡା ବିଭାଗ ସହ ଛତ୍ରଶାଲ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର ଡ୍ୟୁଟିରେ ଅଫିସର ଭାବେ ନିୟୋଜିତ ହୋଇଥିଲେ ।

ଏସ ଲୁକ୍‌ ଆଉଟ ନୋଟିସ ସୁଶୀଲ କୁମାରଙ୍କ ପାଇଁ ଜାରି ହୋଇଛି । ଏହା କହିଛନ୍ତି, ଉତ୍ତର-ପଶ୍ଚିମ ଦିଲ୍ଲୀର ଅତିରିକ୍ତ ଡେପୁଟି କମିଶନର ଡକ୍ଟର ଗୁରିପାଲ ସିଂହ ସିଧୁ । ତେବେ ସେ ବର୍ତ୍ତମାନ ଛୁଟିରେ ଥିବାରୁ ଘଟଣା ସଂପର୍କରେ ଅଧିକ କିଛି କହିପାରିବେ ନାହିଁ ।

ଗତ ସପ୍ତାହରେ ଛତ୍ରଶାଲ ଷ୍ଟାଡିୟମରେ ଏକ ବିବାଦ ସମୟରେ, ଏକ କୁସ୍ତିଯୋଦ୍ଧା ଗୋଷ୍ଠୀ 23 ବର୍ଷୀୟ ପୂର୍ବତନ ଅନ୍ତର୍ଜାତୀୟ ଗ୍ରେକୋ ରୋମାନ କୁସ୍ତିଯୋଦ୍ଧା ସାଗର ଧନକରଙ୍କୁ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛି ଲୋକେ ଏଥିରେ ଆହତ ମଧ୍ୟ ହୋଇଥିଲେ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ପରେ ଦିଲ୍ଲୀ ପୋଲିସ କିଛି ଲୋକଙ୍କ ବୟାନ ରେକର୍ଡ କରିଥିଲା ଓ ସେମାନଙ୍କ ମଧ୍ୟରୁ କିଛିଜଣ ସୁଶୀଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.