ETV Bharat / sports

Chess World Cup 2023 Final: ପ୍ରଜ୍ଞାନନ୍ଦ ଓ କାର୍ଲସେନଙ୍କ ମଧ୍ୟରେ ଦ୍ବିତୀୟ ଗେମ୍‌ ଡ୍ର', ଗୁରୁବାର ଟାଇବ୍ରେକ୍‌

FIDE ବିଶ୍ବକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମଙ୍ଗଳବାର ପରି ବୁଧବାର ଖେଳାଯାଇଥିବା ଦ୍ବିତୀୟ ଗେମ୍‌ ମଧ୍ୟ ଡ୍ର' ରହିଛି । ତେବେ ଫାଇନାଲ୍‌ ଫଳାଫଳ ପାଇଁ ଗୁରୁବାର ଖେଳାଯିବ ଟାଇବ୍ରେକ୍‌ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 23, 2023, 8:32 PM IST

ପ୍ରଜ୍ଞାନନ୍ଦ ଓ କାର୍ଲସେନଙ୍କ ମଧ୍ୟରେ ଦ୍ବିତୀୟ ଗେମ୍‌ ଡ୍ର

ନୂଆଦିଲ୍ଲୀ: ଅଜରବୈଜାନର ବାକୁରେ ଚାଲିଥିବା FIDE ବିଶ୍ବକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ନରୱେର ମାଗ୍‌ନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ବୁଧବାର ଅନୁଷ୍ଠିତ ଫାଇନାଲର ଦ୍ବିତୀୟ ଗେମ୍‌ ମଧ୍ୟ ଡ୍ର' ରହିଛି । ଏହା ପୂର୍ବରୁ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଗେମ୍‌ ମଧ୍ୟ ଡ୍ର' ରହିଥିଲା । ତେଣୁ ଏବେ ସମସ୍ତଙ୍କ ନଜର ଗୁରୁବାର ଖେଳାଯିବାକୁ ଥିବା ଟାଇବ୍ରେକ୍‌ ଉପରେ । ଏଥିରେ ହିଁ ସ୍ଥିର ହେବ ଏହି ଚେସ୍‌ ଚମ୍ପିଆନ୍‌ କିଏ ।

  • Magnus Carlsen takes a quiet draw with white against Praggnanandhaa and sends the final to tiebreaks. The winner of the #FIDEWorldCup will be decided tomorrow!

    📷 Maria Emelianova pic.twitter.com/aJw1vvoFnK

    — International Chess Federation (@FIDE_chess) August 23, 2023 " class="align-text-top noRightClick twitterSection" data=" ">

ତେବେ ଆଜିର ଗେମ୍‌ ଡ୍ର' ହେବା ଓ ଟାଇବ୍ରେକ୍‌କୁ ନିର୍ଣ୍ଣାୟକ ଖେଳ ଯିବା ପରେ ମାଗ୍‌ନସ୍ କାର୍ଲସେନ୍‌ କହିଛନ୍ତି, "ମୁଁ ଭଲ ଭାବରେ ଜାଣିଛି ଯେ ପ୍ରଜ୍ଞାନନ୍ଦ ଜଣେ ବହୁତ ଭଲ ଖେଳାଳି । ସେ ବହୁତ ପ୍ରଭାବୀ ଖେଳାଳିଙ୍କ ସହ ବହୁ ଟାଇବ୍ରେକ୍‌ ଖେଳି ସାରିଛନ୍ତି । ହେଲେ ଯଦି ମୁଁ ଆଜି ଟିକିଏ ସୁସ୍ଥ ଥାଆନ୍ତି, ତେବେ ମୋ ପାଇଁ ଆଜି ଚାନ୍ସ ରହିଥିଲା । ତେବେ ମୋତେ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସଙ୍କୁ ମୁଁ ଧନ୍ୟବାଦ ଦେଉଛି । ସେମାନଙ୍କ ପ୍ରଚେଷ୍ଟାରେ ଆଜି ମୁଁ ସାମାନ୍ୟ ସୁସ୍ଥ ଅନୁଭବ କରୁଛି । ହେଲେ ଆଶା କରୁଛି ଆସନ୍ତାକାଲି ଫାଇଟ୍‌ ପାଇଁ ଅଧିକ ସୁସ୍ଥ ରହିଥିବି ।"

ଏହା ମଧ୍ୟ ପଢ଼ନ୍ତୁ...Chess World Cup 2023 Final: ପ୍ରଥମ ଗେମ୍‌ରେ ବାହାରି ପାରିଲାନି ଫଳାଫଳ, ବୁଧବାର ଦ୍ବିତୀୟ ମୁକାବିଲା

ସେହିଭଳି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ କହିଛନ୍ତି, "ମାଗ୍‌ନସ୍ କାର୍ଲସେନ୍‌ ଡ୍ର' ପାଇଁ ଖେଳିବେ ବୋଲି ମୁଁ ବାସ୍ତବରେ ଭାବି ନଥିଲି । ହେଲେ ଆସନ୍ତାକାଲି ମୁଁ ସବୁପ୍ରକାର ଚେଷ୍ଟା କରିବି । ତାପରେ ଯାଇ ମୋ ମନ ସ୍ଥିର ହେବ । ତେବେ ତାଙ୍କ (କାର୍ଲସେନ) ନିକଟରେ ଅଧିକ ଶକ୍ତି ଥିବା ଭଳି ମୋତେ ଅନୁଭବ ହେଉନଥିଲା । ଆଶା କରୁଛି କାଲିର ଫାଇଟ୍‌ ପାଇଁ ସେ ସୁସ୍ଥ ହୋଇଥିବେ । ତେବେ ଆସନ୍ତାକାଲି ମୁଁ ସ୍ଥିର ମାନସିକତାର ସହ ଖେଳିବି । ଏହି ବିଶ୍ବକପ୍‌ରେ ମୁଁ ବହୁତ ଟାଇବ୍ରେକ୍‌ ଖେଳିସାରିଛି । ମୁଁ ଜାଣିଛି, ଏହା ଜିତିବା ପାଇଁ ଅନେକ ଗେମ୍‌ ଖେଳିବାକୁ ପଡ଼େ, କେବେ କେବେ ଖୁବ୍‌ କମ୍‌ ସମୟରେ ଫଳାଫଳ ଆସିଯାଏ ।" ତେବେ ମୋତେ ସବୁକିଛି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି କହିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.