ଚେନ୍ନାଇ: 28 ଜୁଲାଇରୁ ତାମିଲନାଡୁ ରାଜଧାନୀ ଚେନ୍ନାଇରେ 44ତମ ଚେସ ଅଲମ୍ପିଆଡ ଅନୁଷ୍ଠିତ ହୋଇଛି । ବିଭିନ୍ନ ଦେଶରୁ ଖେଳାଳିମାନେ ଏହି ଚେସ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗିତାକୁ ଅଧିକ ସଚେତନ ପାଇଁ ପ୍ରୋତ୍ସାହନମାନ ଗ୍ରହଣ କରାଯାଇଛି । ତେବେ ଏସପି ଅରବିନ୍ଦ, ତରୁଣ ଶ୍ରୀ ଏବଂ ଅନ୍ୟମାନେ ଏକ ଅନ୍ୟନ୍ୟ ପ୍ରୟାସ କରିଛନ୍ତି ।

ସମୁଦ୍ର ଭିତରେ ଚେସ ଫିଭର ଦେଖିବାକୁ ମିଳିଛି । ଚେନ୍ନାଇ ନୀଳଗିରି ସମୁଦ୍ରରେ 60 ଫୁଟ ପାଣି ଭିତରେ ଖେଳାଳିମାନେ ଚେସ ଖେଳିଛନ୍ତି । ନମ ଚେନ୍ନାଇ ନମ ଚେସ ପୋଷ୍ଟର ଧରି ଖେଳକୁ ପ୍ରେତ୍ସାହିତ କରିଛନ୍ତି । ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି । ଚେନ୍ନାଇରେ 44ତମ ଚେସ ଅଲମ୍ପିଆଡ ଅଗଷ୍ଟ 9ରେ ଶେଷ ହେବ ।

ପ୍ରକାଶ ଥାଉ କି, ଆୟୋଜିତ 44ତମ ଚେସ ଅଲମ୍ପିଆଡରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି । ଓପନ ବର୍ଗରେ ପରସ୍ପର ବିପକ୍ଷ ଦଳ ପକ୍ଷରେ ବିଜୟ ଧାରା ବଜାୟ ରଖିଛି ଭାରତ । 12 ଗେମରେ 12 ପଏଣ୍ଟ ସହ ଟେବୁଲ ଟପରେ ରହିଛି ‘ଭାରତ ବି’ ଦଳ। ଟେବୁଲ ଷଷ୍ଠ ସ୍ଥାନରେ ‘ଭାରତ ଏ’ ରହିଛି ।