ETV Bharat / sports

Chess Olympiad 2022: ଚେନ୍ନାଇରେ ଚେସ୍‌ ଅଲମ୍ପିଆଡ୍‌, 94 ବର୍ଷ ପରେ ଭାରତ ଆୟୋଜକ

author img

By

Published : Mar 17, 2022, 8:50 PM IST

ଭାରତ ଆୟୋଜନ କରିବ FIDE ଚେସ୍‌ ଅଲମ୍ପିଆଡ୍‌ ୨୦୨୨ । ଜୁଲାଇ ୨୬ରୁ ଅଗଷ୍ଟ ୮ ମଧ୍ୟରେ ଚେନ୍ନାଇରେ ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳାଯିବ । ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ତାମିଲନାଡୁ ସରକାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Chennai will host the FIDE Chess Olympiad 2022 tentatively between July 26 and August 8
Chess Olympiad 2022: ଚେନ୍ନାଇରେ ଚେସ୍‌ ଅଲମ୍ପିଆଡ୍‌, 94 ବର୍ଷ ପରେ ଭାରତ ଆୟୋଜକ

ଚେନ୍ନାଇ: ଭାରତ ଆୟୋଜନ କରିବ FIDE ଚେସ୍‌ ଅଲମ୍ପିଆଡ୍‌ ୨୦୨୨ । ଜୁଲାଇ ୨୬ରୁ ଅଗଷ୍ଟ ୮ ମଧ୍ୟରେ ଚେନ୍ନାଇରେ ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳାଯିବ । ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ତାମିଲନାଡୁ ସରକାର ଘୋଷଣା କରିଛନ୍ତି । ତାମିଲନାଡୁ ସରକାର ସହଭାଗିତାରେ ସର୍ବଭାରତୀୟ ଚେସ୍‌ ମହାସଂଘ ଚେସ୍‌ ଅଲମ୍ପିଆଡ୍‌ ୨୦୨୨ର ଆୟୋଜକ ରହିବ ।

ଯୁଦ୍ଧ ସ୍ଥିତି ଲାଗି ରହିଥିବାରୁ FIDE ଚେସ୍‌ ଅଲମ୍ପିଆଡ ୨୦୨୨ର ଆୟୋଜନ ଋଷିଆରୁ ବାହାରେ କରିବାକୁ ଘୋଷଣା କରିଥିଲା FIDE । ଏହାପରେ ବିଶ୍ବର ଅନେକ ଦେଶ ଏହି ସମ୍ମାନଜନକ ଇଭେଣ୍ଟର ଆୟୋଜକ ମାନ୍ୟତା ହାତେଇବାକୁ ଆଗେଇ ଆସିଥିଲେ । ତେବେ ଏହି ବିଡ୍‌ରେ ବିଜୟୀ ହୋଇ ଭାରତରେ ପ୍ରତିଯୋଗିତା ଆୟୋଜନ ପଛରେ ତାମିଲନାଡୁ ସରକାରଙ୍କ ସମସ୍ତ ଅଧିକାରୀଙ୍କ ଆଗ୍ରହ, AICF ର ସଦସ୍ୟଙ୍କ ସହଯୋଗ ତଥା ମୁଖ୍ୟମନ୍ତ୍ରୀ ଏମ. କେ.ଷ୍ଟାଲିନଙ୍କ ବ୍ୟକ୍ତିଗତ ଇଚ୍ଛା ସଫଳ ହୋଇଛି ।

FIDE ପକ୍ଷରୁ ନୂଆ ଆୟୋଜକ ସନ୍ଧାନରେ ଥିବା ଘୋଷଣା ଦିନଠାରୁ ୧୦ ଦିନ ପର୍ଯ୍ୟନ୍ତ AICF, ତାମିଲନାଡୁ ସରକାରଙ୍କ ସହ ସଂପର୍କରେ ରହିଥିଲା । ଏପରିକି କିଛି ଘଣ୍ଟା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଅନୁମୋଦନ ସହ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଅବଗତ କରାଯାଇ ଆୟୋଜକ ପାଇଁ ବିଡ୍‌ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା ।

ବର୍ଷ ୧୯୨୭ ଠାରୁ ଅତୀତରେ ୪୩ ଥର ଆୟୋଜନ ହୋଇସାରିଥିବା FIDE ଚେସ୍‌ ଅଲମ୍ପିଆଡ୍‌ରେ ଭାରତ ଗୋଟିଏ ଥର ମଧ୍ୟ ଆୟୋଜକ ଦେଶ ହୋଇପାରିନଥିଲା । ତେବେ ୪୪ତମ FIDE ଚେସ୍‌ ଅଲମ୍ପିଆଡ୍‌ ୨୦୨୨ର ଆୟୋଜକ ମାନ୍ୟତା ଲାଭ କରିଥିବାରୁ ଚେସ୍‌ ଇଭେଣ୍ଟ ଆୟୋଜନ ଇତିହାସରେ ସବୁଠୁ ସଫଳ ଆୟୋଜନ ପାଇଁ ପ୍ରୟାସ ରହିଛି ।

ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ମେଗା ଇଭେଣ୍ଟରେ ପ୍ରାୟ ୨୦୦ରୁ ଅଧିକ ଦେଶରୁ ୨୦୦୦ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଭାରତ ଏହି ପ୍ରତିଯୋଗିତାରେ ଆୟୋଜକ ଦେଶ ଭାବେ ଖେଳିବ ଓ ଟାଇଟେଲ ବିଜେତା ହେବାନେଇ ଲକ୍ଷ୍ୟ ରଖିଛି । ତାମିଲନାଡୁ ସରକାର ସର୍ବଦା ଚେସ୍‌ର ବଡ ପ୍ରଶଂସକ ରହିଆସିଛନ୍ତି । ସ୍କୁଲ୍‌ରେ ଚେସ୍‌ ଖେଳର ପ୍ରସାର ଠାରୁ ଆରମ୍ଭ କରି ଚେସ୍‌ ଟୁର୍ନାମଣ୍ଟ ଆୟୋଜନ ପାଇଁ ଭିତ୍ତିଭୂମୀ ଯୋଗାଇବା ଓ ଚେସ୍‌ ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପର୍ଯ୍ୟନ୍ତ ତାମିଲନାଡୁ ସରକାର ରାଜ୍ୟରେ ଏହି ଖେଳର ଉନ୍ନତି ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ।

ଗତବର୍ଷ FIDE ଅନଲାଇନ ଅଲମ୍ପିଆଡ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୪ଜଣ ଖେଳାଳିଙ୍କୁ ତାମିଲନାଡୁ ସରକାର ସମ୍ବର୍ଦ୍ଧିତ କରିଛନ୍ତି । FIDE ୱାର୍ଲ୍ଡ ଟିମ ୨୦୧୯, FIDE ଅନଲାଇନ ଅଲମ୍ପିଆଡ୍‌ ୨୦୨୧ରେ ବ୍ରୋଞ୍ଜ, ନୂଆ ଗ୍ରାଣ୍ଡମାଷ୍ଟର, ମହିଳା ଗ୍ରାଣ୍ଡମାଷ୍ଟର ଓ ଅନ୍ତର୍ଜାତୀୟ ମାଷ୍ଟରଙ୍କୁ ୧ କୋଟି ୯୮ ଲକ୍ଷ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଚେସ୍‌କୁ ରାଜ୍ୟ ସରକାରଙ୍କ ଏହି ସକରାତ୍ମକ ପ୍ରୋତ୍ସାହନର ସୁଫଳ ମଧ୍ୟ ମିଳିଛି । ୭୩ଜଣ ଗ୍ରାଣ୍ଡ ମାଷ୍ଟରଙ୍କ ମଧ୍ୟରୁ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନନ୍ଦ, ଗ୍ରାଣ୍ଡମାଷ୍ଟର ଗୁକେଶ, ଗ୍ରାଣ୍ଡମାଷ୍ଟର ଶ୍ରୀକାନ୍ତ ଓ ବିଶ୍ବ ବିଖ୍ୟାତ ଗ୍ରାଣ୍ଡମାଷ୍ଟର ବିଶ୍ବନାଥ ଆନନ୍ଦଙ୍କ ଭଳି ୨୪ ଜଣ ଗ୍ରାଣ୍ଡମାଷ୍ଟର ତାମିଲନାଡୁର ରହିଛନ୍ତି । ନିକଟ ଭବିଷ୍ୟତରେ ଆହୁରି ଅଧିକ ଗ୍ରାଣ୍ଡମାଷ୍ଟର ରାଜ୍ୟରୁ ବାହାରିବେ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.