ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ନିର୍ମାଣ ହେବ ‘ଉଚ୍ଚତମ କ୍ରୀଡ଼ା ତାଲିମ କେନ୍ଦ୍ର’ । ତେବେ ରାଜ୍ୟ ସରକାର ଏଥିପାଇଁ ଜମି ପ୍ରଦାନ କରିବା ଆବଶ୍ୟକ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛି । ଏହାକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ।
ଆଗାମୀ ଦିନରେ ହିମାଚଳ ପ୍ରଦେଶକୁ ଏକି କ୍ରୀଡ଼ା ହବ୍ ଭାବରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଉଚ୍ଚତମ କ୍ରୀଡ଼ା ତାଲିମ କେନ୍ଦ୍ରରେ କ୍ରୀଡ଼ାବିତଙ୍କ ପାଇଁ ସମସ୍ତ ପ୍ରକାର ବିଶ୍ବସ୍ତରୀୟ ସୁବିଧା ଉପଲବ୍ଧ ହେବ । ଯଦି ରାଜ୍ୟ ସରକାରଙ୍କ ଅନୁମତି ରହିବ ତେବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ତାଲିମ କେନ୍ଦ୍ର ଖୋଲାଯିବ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ ମାନେ ଦମଦାର ପ୍ରଦର୍ଶନ କରି ୭ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହାକୁ ନେଇ ଦେଶରେ ମୋଦି ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଉଛନ୍ତି । ଧର୍ମଶାଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଅନୁରାଗ ଠାକୁର ।
ଧର୍ମଶାଳା ଭଳି ଉଚ୍ଚ ସ୍ଥାନରେ କ୍ରିକେଟ ଷ୍ଟାଡିୟମ ତିଆରି କରିବାରେ ଅନୁରାଗ ନିଜ ଭୂମିକା ବଖାଣିଛନ୍ତି । ସେହି ସମୟରେ ଅନୁରାଗ ଠାକୁର ବିସିସିଆଇ ସଭାପତି ଦାୟିତ୍ବରେ ରହିଥିଲେ । ଧର୍ମଶାଳା ତାଙ୍କ ଦ୍ବିତୀୟ ଘର ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ