ହାଇଦ୍ରାବାଦ: ରାଜଧାନୀର ଦକ୍ଷିଣ ଦିଲ୍ଲୀ ସିଟ୍ରୁ କଂଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବେ ବକ୍ସର ବିଜେନ୍ଦ୍ର ସିଂ ନିର୍ବାଚନ ଲଢୁଛନ୍ତି । ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପୂର୍ବରୁ ଆଉ ଏକ ଖୁସି ଖବର ନିଜ ପ୍ରଶଂସକଙ୍କୁ ଟ୍ବିଟ କରି ଜଣାଇଛନ୍ତି । ସେ ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି ।

2011ରେ ଅର୍ଚ୍ଚନା ସିଂଙ୍କ ସହ ବିବାହ କରି ନିଜର ବୈବାହିକ ଜୀବନ ଆରମ୍ଭ କରିଥିଲେ ବିଜେନ୍ଦ୍ର । ତାଙ୍କର ଧର୍ମପତ୍ନୀ ଅର୍ଚ୍ଚନା ଜଣେ ସଫ୍ଟଓ୍ବେୟର ଇଞ୍ଜିନିୟର । ବକ୍ସର ବିଜେନ୍ଦ୍ର ସିଂ ସାଧାରଣ ପରିବାରରୁ ଆସିଛନ୍ତି । ତାଙ୍କର ବାପା ହରିୟାଣାର ଜଣେ ବସ୍ ଡ୍ରାଇଭର ଥିଲେ ।