ETV Bharat / sports

Asian Games 2023: କବାଡିରେ ଭାରତକୁ ଉଭୟ ପୁରୁଷ ଓ ମହିଳା ଦେଲେ ସ୍ବର୍ଣ୍ଣ - ଚାଇନିଜ୍‌ ତାଇପେଇକୁ ହରାଇ ସ୍ବର୍ଣ୍ଣ ହାତେଇଲା ଭାରତୀୟ ଦଳ

ଏସିଆନ ଗେମ୍ସ ୨୦୨୩ କବାଡିରେ ଉଭୟ ପୁରୁଷ ଓ ମହିଳା ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଚାଇନିଜ୍‌ ତାଇପେଇକୁ ସଂଘର୍ଷପୂର୍ଣ୍ଣ ୨୬-୨୫ରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଭାରତୀୟ ମହିଳା ଟିମ୍‌ । ସେପଟେ ପୁରୁଷ କବାଡିରେ ହାଇଡ୍ରାମା ପରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇରାନକୁ ୩୩-୨୯ରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଭାରତୀୟ ଦଳ । ଅଧିକ ପଢ଼ନ୍ତୁ

କବାଡିରେ ଭାରତକୁ ଉଭୟ ପୁରୁଷ ଓ ମହିଳା ଦେଲେ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Oct 7, 2023, 4:17 PM IST

ହାଙ୍ଗଝୌ: ଏସିଆନ ଗେମ୍ସ ୨୦୨୩ ପୁରୁଷ କବାଡିରେ ହାଇଡ୍ରାମା ପରେ ଭାରତକୁ ମିଳିଛି ସ୍ବର୍ଣ୍ଣ । ଆଜି ଫାଇନାଲ ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇରାନକୁ ୩୩-୨୯ରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଭାରତୀୟ ଦଳ । ଇରାନର କଡ଼ା ଚ୍ୟାଲେଞ୍ଜ୍‌ ସତ୍ତ୍ବେ ଶେଷରେ 'ମେନ୍‌ ଇନ୍‌ ବ୍ଲ୍ୟୁ' ବାଜିମାରି ନେଇଛନ୍ତି । ପୁରୁଷ ଟିମ୍‌ ପୂର୍ବରୁ ଆଜି ଭାରତୀୟ ମହିଳା ଦଳ ମଧ୍ୟ କବାଡିରେ ଦେଶକୁ ସ୍ବର୍ଣ୍ଣ ପଦକ ଆଣିଛନ୍ତି । ଏଥିରେ ଚାଇନିଜ୍‌ ତାଇପେଇକୁ ସଂଘର୍ଷପୂର୍ଣ୍ଣ ୨୬-୨୫ରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଭାରତୀୟ ମହିଳା ଟିମ୍‌ ।

ପୁରୁଷ କବାଡିରେ ମ୍ୟାଚ୍‌ ଆରମ୍ଭରୁ ଭାରତ ଉପରେ ଇରାନ୍‌ ପ୍ରାରମ୍ଭିକ ଚାପ ପକାଇଥିଲା । ଦଳ ୩ ପଏଣ୍ଟ ଲିଡ୍‌ରେ ମଧ୍ୟ ରହିଥିଲା । କିନ୍ତୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ପବନ ଶେରାୱତଙ୍କ ଭାରତୀୟ ଟିମ ଜବରଦସ୍ତ କମବ୍ୟାକ କରି ଇରାନକୁ ଅଲଆଉଟ କରିଦେଇଥିଲା । କିନ୍ତୁ ଡିଫେଣ୍ଡିଂ ଚମ୍ପିଆନ୍‌ ଇରାନ୍‌ ମଧ୍ୟ ଛାଡ଼ିବା ମୁଡ୍‌ରେ ନଥିଲା । ଉଭୟ ରେଡ୍‌ ଓ ଡିଫେଣ୍ଡରେ କଡ଼ା ଟକ୍କର ଦେଇ ଭାରତ ଉପରେ ପୁନର୍ବାର ଚାପ ସୃଷ୍ଟି କରିଥିଲା ଇରାନ୍‌ । ଭାରତ ମଧ୍ୟ ଇରାନର ସବୁ ଉଦ୍ୟମକୁ ପଣ୍ଡ କରିଥିଲା । ତେବେ ମ୍ୟାଚ୍‌ ଶେଷ ହେବାକୁ ମାତ୍ର ୧ ମିନିଟ ୫ ସେକେଣ୍ଡ ଥିବାବେଳେ ସେଠାରେ ବିବାଦର ସୂତ୍ରପାତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନରେ ଭାରତକୁ ସ୍ବର୍ଣ୍ଣ

ଉଭୟ ଦଳର ସ୍କୋର ୨୮-୨୮ରେ ରହିଥିବାବେଳେ ଭାରତ ପକ୍ଷରୁ ଅଧିନାୟକ ପବନ ଶେରାୱତ ରେଡ୍‌ କରିବାକୁ ଯାଇଥିଲେ । ଏହି ସମୟରେ ଇରାନର କୌଣସି ଖେଳାଳିଙ୍କୁ ସ୍ପର୍ଶ ନକରି ଲବିକୁ ଫେରିଯାଇଥିଲେ ପବନ । ତାଙ୍କୁ ଡ୍ୟାସ ଆଉଟ୍‌ କରିବାକୁ ଇରାନର ୪ ଖେଳାଳି ମଧ୍ୟ ଲବିକୁ ଚାଲି ଯାଇଥିଲେ । ତେଣୁ ନିୟମ ଅନୁସାରେ ପବନଙ୍କ ସହ ଇରାନର ୪ ଖେଳାଳି ଆଉଟ୍‌ ହେବାକଥା । କିନ୍ତୁ ଅମ୍ପାୟାର ଏହା କରିବା ପରିବର୍ତ୍ତେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ଦେଇଥିଲେ । ଯାହାକୁ ଭାରତୀୟ ଦଳ ପ୍ରତିବାଦ କରିଥିଲା । ଫଳରେ ବେଶ୍‌ କିଛି ସମୟ ସେଠାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ରେଫରୀ ବିବାଦର ସମାଧାନ କରିନପାରିବାରୁ ଅନ୍ତର୍ଜାତୀୟ କବାଡିର ଅଧିକାରୀମାନେ ଆସିଥିଲେ । ଏମାନେ ମଧ୍ୟ ରେଫରୀଙ୍କ ପୂର୍ବ ନିଷ୍ପତ୍ତିକୁ ସମର୍ଥନ କରି ଉଭୟ ଟିମ୍‌କୁ ଗୋଟିଏ ଲେଖାଏଁ ପଏଣ୍ଟ ଦେବାକୁ କହିଥିଲେ । କିନ୍ତୁ ଏହାକୁ ଭାରତୀୟ ଦଳର କୋଚ ବିରୋଧ କରିଥିଲେ । ଭାରତୀୟ ଖେଳାଳିମାନେ ମଧ୍ୟ କୋର୍ଟରେ ବସି ପ୍ରତିବାଦ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ବର୍ଷା ଧୋଇନେଲା ଫାଇନାଲ୍‌ ମ୍ୟାଚ୍‌, ରାଙ୍କିଂ ଅନୁଯାୟୀ ଭାରତକୁ ପ୍ରଥମ ସ୍ବର୍ଣ୍ଣ

ଶେଷରେ ଉଭୟ ଦେଶର ଟିମ୍‌ ମ୍ୟାନେଜମେଣ୍ଟ ଓ ଏସିଆନ୍‌ ଗେମ୍ସ ଆୟୋଜକଙ୍କୁ ବିବାଦରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଏଠାରେ ଦୀର୍ଘ ୩୦ ମିନିଟରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ସବୁ ପ୍ରକାରର ନିୟମ କାନୁନକୁ ଏଠାରେ ଉପସ୍ଥାପନ କରାଯାଇଥିଲା । ଶେଷରେ ଭାରତକୁ ୪ ପଏଣ୍ଟ୍‌ ମିଳିଥିଲା । କିନ୍ତୁ ଇରାନ୍‌ର ଖେଳାଳି ଓ ଅଧିକାରୀ ଏହାକୁ ବିରୋଧ କରିବାରୁ ପୁଣି କିଛି ସମୟ ପାଇଁ ମ୍ୟାଚ୍‌ ବନ୍ଦ ରହିଥିଲା । ବହୁ ଆଲୋଚନା ଓ ବିତର୍କ ପରେ ଭାରତକୁ ୪ ପଏଣ୍ଟ ଓ ଇରାନକୁ ଗୋଟିଏ ପଏଣ୍ଟ୍‌ ମିଳିଥିଲା । ଏହା ସହିତ ଭାରତ ୩୨-୨୯ରେ ଲିଡ୍‌ ନେଇଯାଇଥିଲା । ଇରାନ୍‌ର ଖେଳାଳି ଶେଷରେ ରେଡ୍‌ କରିଥିଲେ ହେଁ ସେ ଭାରତୀୟ ଖେଳାଳିଙ୍କ ହାତରେ ଧରା ପଡ଼ିଯାଇଥିଲେ । ଶେଷରେ ଭାରତ ୩୩-୨୯ରେ ମ୍ୟାଚ୍‌ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.