ETV Bharat / sports

ପୁଣି ପଦାରେ ଭାରତୀୟ ଅଲମ୍ପିକ ଆସୋସିଏସନର ଅନଃକନ୍ଦଳ

author img

By

Published : Jul 2, 2020, 5:20 PM IST

ଭାରତୀୟ ଅଲମ୍ପିକ ଆସୋସିଏସନର ସହକାରୀ କାର୍ଯ୍ୟନିବାହୀ ପରିଷଦର ସଦସ୍ୟ ଭୋଳାନାଥ ସିଂ, ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟାଙ୍କ ଆଇଓ କାର୍ଯ୍ୟାଳୟ ମରାମତି ପାଇଁ ଟେଣ୍ଡର ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Bholanath Singh questions Rajeev Mehta's decision to take out tender for repair work in IOA office
ଭାରତୀୟ ଅଲମ୍ପିକ ଆସୋସିଏସନରେ ଅନଃକନ୍ଦଳ ଜାରୀ

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନରେ ଅନଃକନ୍ଦଳ ଜାରି ରହିଛି । ଶେଷ ହେଉନି ଶୀର୍ଷ ନେତ୍ବତ୍ବଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ । ଉପ-ସଭାପତି ସୁଧାଂଶୁ ମିତ୍ତଲ ଓ ସଭାପତି ନରିନ୍ଦର ବାତ୍ରାଙ୍କ ମଧ୍ୟରେ ବିଦାଦ ଶେଷ ହୋଇନଥିବା ବେଳେ, ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟାଙ୍କ ଏକ ନିଷ୍ପତିକୁ ନେଇ ଅନ୍ୟଜଣେ ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଅଲମ୍ପିକ ଆସୋସିଏସନର ସହକାରୀ କାର୍ଯ୍ୟନିବାହୀ ପରିଷଦର ସଦସ୍ୟ ଭୋଳାନାଥ ସିଂ, ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟାଙ୍କ ଆଇଓ କାର୍ଯ୍ୟାଳୟ ମରାମତି ପାଇଁ ଟେଣ୍ଡର ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏନେଇ ଭୋଳାନାଥ ସିଂ, ମେହେଟ୍ଟାଙ୍କୁ ଏକ ମେଲ ପଠାଇ ଆପତ୍ତି ଜାହିର କରିଛନ୍ତି । କୋରୋନା ଭାଇରସ ସଂକ୍ରମଣ ଭୟ ସମୟରେ କାର୍ଯ୍ୟଳୟ ମରାମତି ନେଇ କଣ ଏତେ ଶ୍ରୀଘ୍ର ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ।

ମରାମତି କାର୍ଯ୍ୟର ମୂଲ୍ୟ ପ୍ରାୟ 64 ଲକ୍ଷ ଟଙ୍କା ରହିଛି । 2020-21 ବଜେଟରେ ଏହି ମରାମତିକୁ ଅନୁମତି ମିଳିଛି ବୋଲି ପ୍ରଶ୍ନ କରିଛନ୍ତି ଭୋଳାନାଥ ସିଂ । ଆଇଓଏ କୋଷାଧ୍ୟକ୍ଷଙ୍କ ଅନୁୟାୟୀ କୌଣସି ବଜେଟ କମିଟି ବୈଠକ ଅନୁଷ୍ଠିତ ହୋଇନାହିଁ । ଆସୋସିଏସନ ନିକଟରେ ଅର୍ଥ ଥିଲେ, ତେବେ କୋରୋନା ଭାଇରସ ଭଳି କଠିନ ସମୟରେ ରାଜ୍ୟ ଅଲମ୍ପିକ ଆସୋସିଏସନ(SOAs) ଓ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(NSFs) ଗୁଡିକୁ ପ୍ରଦାନ କରାଯିବ ଉଚିତ ।

ତରବରିଆ ଭାବେ ଏହି ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ପଛରେ କଣ ସ୍ବାର୍ଥ ('ହିଡେନ ଏଜେଣ୍ଡା') ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଭାରତୀୟ ଅଲମ୍ପିକ ଆସୋସିଏସନର ଜଣେ ସହକାରୀ କାର୍ଯ୍ୟନିବାହୀ ସଦସ୍ୟ ଭାବେ, ଏହି କାର୍ଯ୍ୟପାଇଁ ସମର୍ଥନ କରିବେ ନାହିଁ କିମ୍ବା ଅନୁମତି ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଯଦି ଭାରତୀୟ ଅଲମ୍ପିକ ଆସୋସିଏସନ ନିକଟରେ ବଳକା ଅର୍ଥ ରହିଛି, ତେବେ ଏହାକୁ NSFs ଓ SOAsକୁ ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.