ନୂଆଦିଲ୍ଲୀ: ଲଣ୍ଡନରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିଆନସିପରେ ଭାରତୀୟ ଷ୍ଟାର ଅସିଚାଳିକା ଭବାନୀ ଦେବୀ ଟାଇଟଲ ବଜାୟ ରଖିଛନ୍ତି । ମହିଳା ସିବର ବ୍ୟକ୍ତିଗତ ବର୍ଗର ଟାଇଟଲ ଟକ୍କରରେ ସେ ଦ୍ବିତୀୟ ସିଡ ଅଷ୍ଟ୍ରେଲିଆର ଭୋରୋନିକା ଭସିଲେଭାଙ୍କୁ 15-10ରେ ପରାସ୍ତ କରିଥିଲେ । ଏହା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭବାନୀ । ବର୍ତ୍ତମାନ ବିଶ୍ବ ମାନ୍ୟତାର 42 ତମ ସ୍ଥାନରେ ରହିଛନ୍ତି ଭବାନୀ ଦେବୀ ।
-
BHAVANI DEVI IS COMMONWEALTH FENCING CHAMPION 🏆
— SAI Media (@Media_SAI) August 9, 2022 " class="align-text-top noRightClick twitterSection" data="
🇮🇳's @IamBhavaniDevi wins GOLD 🥇 at Commonwealth #Fencing 🤺 Championship 2022 in Senior Women's Sabre Individual category
She won 15-10 against 🇦🇺's Vasileva in the Sabre final
Hearty congratulations, Bhavani 🙂#IndianSports pic.twitter.com/8UOs6OcvLm
">BHAVANI DEVI IS COMMONWEALTH FENCING CHAMPION 🏆
— SAI Media (@Media_SAI) August 9, 2022
🇮🇳's @IamBhavaniDevi wins GOLD 🥇 at Commonwealth #Fencing 🤺 Championship 2022 in Senior Women's Sabre Individual category
She won 15-10 against 🇦🇺's Vasileva in the Sabre final
Hearty congratulations, Bhavani 🙂#IndianSports pic.twitter.com/8UOs6OcvLmBHAVANI DEVI IS COMMONWEALTH FENCING CHAMPION 🏆
— SAI Media (@Media_SAI) August 9, 2022
🇮🇳's @IamBhavaniDevi wins GOLD 🥇 at Commonwealth #Fencing 🤺 Championship 2022 in Senior Women's Sabre Individual category
She won 15-10 against 🇦🇺's Vasileva in the Sabre final
Hearty congratulations, Bhavani 🙂#IndianSports pic.twitter.com/8UOs6OcvLm
ପ୍ରଥମ ଭାରତୀୟ ମହିଳା ଫେନ୍ସର ଭବେ ଟୋକିଓ ଅଲମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲେ ଭବାନୀ ଦେବୀ । ଗତ ଫେନ୍ସିଂ ବିଶ୍ବକପ ସେ 23 ତମ ସ୍ଥାନରେ ରହିଥିଲେ । ଦ୍ବିତୀୟ ରାଉଣ୍ଡରେ ତାଙ୍କର ଅଭିଯାନ ଶେଷ ହୋଇଥିଲା । ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିଆନସିପ ତାଙ୍କ କ୍ୟାରିଅରର ଦଶମ ଅନ୍ତର୍ଜାତୀୟ ପ୍ରତିଯୋଗିତା ।
ଭବାନୀଙ୍କ ଏହି ସଫଳତା ପାଇଁ ତାଙ୍କୁ ଫେନ୍ସିଂ ମହାସଂଘର ସାଧାରଣ ସମ୍ପାଦକ ରାଜୀବ ମେହଟା ଶୁଭେଚ୍ଛା ଜଣାଇଛନ୍ତି । ସଫଳତା ପରେ ଭବାନୀ ଦେବୀ କହିଛନ୍ତି, ‘ମୁଁ ବହୁତ ଖୁସି ଯେ ଚମ୍ପିଆନସିପ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ଫାଇନାଲ ମୁକାବିଲା କଷ୍ଟକର ଥିଲା ତଥାପି ମୁଁ ଦେଶ ପାଇଁ ପଦକ ଜିତିଛି।' ସମର୍ଥନ ପାଇଁ ତାମିଲନାଡୁ ସରକାର ଓ TANGEDCOଙ୍କୁ ଧନ୍ୟବାଦ ଦେଇଛନ୍ତି ଭବାନୀ ଦେବୀ।