ETV Bharat / sports

ଦିନେ ବାଧ୍ୟ ହୋଇ ଆପଣାଇଥିଲେ ଫେନସିଂ, ଆଜି ଭାରତକୁ ବିଜୟ ଭେଟିଦେଲେ ଭବାନୀ

author img

By

Published : Oct 19, 2021, 9:42 AM IST

ଫ୍ରାନ୍ସ ଫେନସିଂ ପ୍ରତିଯୋଗିତାରେ ଜିତିଛନ୍ତି ଭାରତର ତାରକା ଫେନସର ଭବାନୀ ଦେବୀ । ମହିଳା ବ୍ୟକ୍ତିଗତ ସାବ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏନେଇ ଟ୍ବିଟ କରି ଜଣାଇଛନ୍ତି ଭବାନୀ । ଅଧିକ ପଢନ୍ତୁ...

ଫ୍ରାନ୍ସ ଫେନସିଂ ପ୍ରତିଯୋଗିତା ଜିତିଲେ ଭବାନୀ
ଫ୍ରାନ୍ସ ଫେନସିଂ ପ୍ରତିଯୋଗିତା ଜିତିଲେ ଭବାନୀ

ନୂଆଦିଲ୍ଲୀ: ଭାରତୀୟ ମହିଳା ଖଡ୍ଗଯୋଦ୍ଧା ବା ଫେନସିଂ ଚାଳକ ଭବାନୀ ଦେବୀ ଟୋକିଓ ଅଲମ୍ପିକ୍ସରେ ହାରିଛନ୍ତି ସତ ହେଲେ ଫ୍ରାନ୍ସ ଫେନସିଂ ପ୍ରତିଯୋଗିତାରେ ଜିତିଛନ୍ତି ଭାରତର ତାରକା ଫେନସର ଭବାନୀ ଦେବୀ । ମହିଳା ବ୍ୟକ୍ତିଗତ ସାବ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏନେଇ ଟ୍ବିଟ କରି ଜଣାଇଛନ୍ତି ଭବାନୀ।

  • Won the Charlellville National Competition, France in the Women's Sabre individual.
    Many thanks to coach Christian Bauer, Arnaud Schneider ,and all teammates
    Congratulations to all for a great start of the season. pic.twitter.com/C0dflvOtlZ

    — C A Bhavani Devi (@IamBhavaniDevi) October 17, 2021 " class="align-text-top noRightClick twitterSection" data=" ">

ଟ୍ବିଟ କରି ସେ ଲେଖିଛନ୍ତି ଫ୍ରାନ୍ସ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛି। ସଫଳତା ପାଇଁ କୋଚ୍ ଖ୍ରୀଷ୍ଟିଆନ ବାଓର, ଅର୍ନାଡ ସ୍ନାଇଡର ଏବଂ ସାଥି ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୮ ବର୍ଷୀୟ ଭବାନୀ ପ୍ରଥମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇ ଇତିହାସ ରଚିଥିଲେ। ସେ ରାଉଣ୍ଡ-୬୪ରେ ୧୫-୩ରେ ଟ୍ୟୁନିସିୟାର ନାଦିୟା ବେନି ଅଜିଜଙ୍କୁ ପରାଜିତ କରିଛନ୍ତି । ରାଉଣ୍ଡ ୩୨ରେ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ବ୍ରୋଞ୍ଜ ପଦକ ବିଜୟିନୀ ଫ୍ରାନ୍ସର ମାନନ ବ୍ରୁନେଟଙ୍କଠାରୁ ହାରି ଟୋକିଓରୁ ବିଦାୟ ନେଇଥିଲେ। ଭବାନୀ ବିଶ୍ବ ମାନ୍ୟତାର ୫୦ତମ ସ୍ଥାନରେ ରହିଛନ୍ତି ।

୮ ଥର ଜାତୀୟ ଚାମ୍ପିୟନ ଭବାନୀ ବିଜୟ ସହ ନିଜର ଅଲମ୍ପିକ ଅଭିଯାନ ଜାରି ରଖିଥିଲେ । ପାଠ ପଢୁଥିବାବେଳେ ବିଦ୍ୟାଳୟରେ ଖେଳ ପାଇଁ ନାମ ଲେଖାଇବାର ଥିଲା। ସମସ୍ତ ଖେଳ ବିଭାଗରେ ଖେଳାଳିଙ୍କ ନାମ ଲେଖା ସରିଥିଲା। କେବଳ ଖଡ୍ଗଯୁଦ୍ଧରେ ସ୍ଥାନ ଖାଲି ରହିଥିଲା । ଭବାନୀଙ୍କ ପାଖରେ ଏହାକୁ ଆପଣେଇବା ଛଡ଼ା ଆଉ ଅନ୍ୟ ଉପାୟ ନଥିଲା । ଅନ୍ୟ ସ୍ଥାନ ଖାଲି ନଥିବାରୁ ଖଡ୍ଗ ଯୁଦ୍ଧକୁ ଆପଣେଇଥିବା ଭବାନୀ ଯେ ଦିନେ ଏହି ଖେଳରେ ଏତେ ଆଗକୁ ଯିବେ ତାହା କେହି ଭାବି ନଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.