ETV Bharat / sports

Australian Open 2023 Women's Doubles: କ୍ରେଜିକୋବା-ସିନିୟାକୋବା ଯୋଡି ହାତେଇଲେ 2ୟ ଟାଇଟଲ

author img

By

Published : Jan 29, 2023, 8:57 PM IST

ବାରବୋରା କ୍ରେଜିକୋବା ଏବଂ କେଟରୀନା ସିନିୟାକୋବା ହାତେଇଲେ ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଲାମ ୨୦୨୩ ମହିଳା ଡବଲ୍ସ ଟାଇଟଲ । ଅଧିକ ପଢନ୍ତୁ

କ୍ରେଜିକୋବା ସିନିୟାକୋବା ଯୋଡି
କ୍ରେଜିକୋବା ସିନିୟାକୋବା ଯୋଡି

ମେଲବର୍ଣ୍ଣ : ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଲାମ ୨୦୨୩ ମହିଳା ଡବଲ୍ସ ଟାଇଟଲ ହାତେଇଲେ ବାରବୋରା କ୍ରେଜିକୋବା ଏବଂ କେଟରୀନା ସିନିୟାକୋବା । ପୁଣି ଥରେ କମାଲ ଦେଖାଇଲା ବାରବୋରା କ୍ରେଜିକୋବା ଏବଂ କେଟରୀନା ସିନିୟାକୋବାଙ୍କ ଯୋଡି । ୨୦୨୨ ଚମ୍ପିଆନ ଏହି ମହିଳା ଡବଲ୍ସ ଯୋଡି ନିଜର ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିବା କ୍ରମ ଜାରି ରଖିବା ସହିତ ଆଜି (ରବିବାର) ଅଷ୍ଟ୍ରେଲିଆ ଓପନ ୨୦୨୩ର ମହିଳା ଡବଲ୍ସ ହାତେଇବାରେ ସଫଳ ରହିଛନ୍ତି । ଏହି ଯୋଡି ୨୦୨୧ ଗ୍ରାଣ୍ଡ ସ୍ଲାମ ମହିଳା ଡବଲ୍ସ ମ୍ୟାଚରେ ପରାଜୟର ମୁହଁ ଦେଖିନାହାଁନ୍ତି । ସେମନେ ଗତ ବର୍ଷ ଅଷ୍ଟ୍ରେଲିଆ ଓପନ, ୱିମ୍ବଲଡନ ଏବଂ ୟୁଏସ ଓପନ ଟାଇଟାଲ ଜିତିବାରେ ସଫଳ ରହିଥିଲେ ।

ବାରବୋରା କ୍ରେଜିକୋବା ଏବଂ କେଟରୀନା ସିନିୟାକୋବାଙ୍କ ମହିଳା ଡବଲ୍ସ ଯୋଡି ଏକ ଘଣ୍ଟା ୨୯ ମିନିଟର ମୁକାବିଲା ପରେ ଏହି ଟାଇଟଲ ହାତେଇବାରେ ସକ୍ଷମ ହୋଇଥିଲେ । ପ୍ରତିଦ୍ବନ୍ଦୀ ଯୋଡି ଶୁକୋ ଆଓୟାମା ଏବଂ ଏନା ଶିବହାରାଙ୍କୁ ଫାଇନାଲରେ ଭେଟିଥିଲେ ଏହି ବିଜୟୀ ଯୋଡି । ୬-୪ ଏବଂ ୬-୩ ସେଟରେ ପରାସ୍ତ ହୋଇଥିଲେ ପ୍ରତିଦ୍ବନ୍ଦୀ ଯୋଡି । ଉଭୟ ଦଳ ମଧ୍ୟରେ ପ୍ରଥମ ସେଟ ଏବଂ ଦ୍ବିତୀୟ ସେଟରେ ଜୋରଦାର ଟକ୍କର ହୋଇଥିଲା । ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଲାମ ୨୦୨୩ ମହିଳା ଡବଲ୍ସ ଫାଇନାଲ ମ୍ୟାଚରେ ଟାଇଟଲ ହାତେଇବା ପାଇଁ ଦୁଇ ପ୍ରତିଦ୍ବନ୍ଦୀ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ ମୁକାବିଲା । କେହି କାହାଠାରୁ ପରାସ୍ତ ହେବାକୁ ପ୍ରସ୍ତୁତ ନଥିଲେ । ପ୍ରଥମ ସେଟରେ ବାରବୋରା କ୍ରେଜିକୋବା ଏବଂ କେଟରୀନା ସିନିୟାକୋବାଙ୍କ ମହିଳା ଡବଲ୍ସ ଯୋଡି ୬-୪ ରେ ଆଗୁଆ ରହିଥିଲା । ପୁଣି ଦ୍ବିତୀୟ ସେଟରେ ମଧ୍ୟରେ ପରସ୍ପର ବିପକ୍ଷ ଦଳ ମଧ୍ୟ ଦେଖାଦେଇଥିଲା କଡା ଟକ୍କର । ଦ୍ବିତୀୟ ସେଟରେ ପ୍ରତିଦ୍ବନ୍ଦୀ ଯୋଡି ଆଓୟାମା ଏବଂ ଏନା ଶିବହାରା କଡା ମୁକାବିଲା ସହିତ ୨-୨ ଦ୍ବିତୀୟ ସେଟରେ ବରାବର ରଖିଥିଲେ । ଏହା ପରେ ୬-୩ ରେ ଆଗୁଆ ରହିଥିଲେ ବାରବୋରା କ୍ରେଜିକୋବା ଏବଂ କେଟରୀନା ସିନିୟାକୋବାଙ୍କ ମହିଳା ଡବଲ୍ସ ଯୋଡି । ତେବେ ଦ୍ବିତୀୟ ସେଟରେ ବିଜୟ ସହିତ ଟାଇଟଲ ବାଜିମାତ୍ କରିବାରେ ସଫଳ ହୋଇଛି ଏହି ଯୋଡି ।

ଟାଇଟଲ ହାତେଇବା ଅବସରରେ ସିନିୟାକୋବା କହିଛନ୍ତି, "ଏହି ଟ୍ରଫିକୁ ହାତେଇ ମୁଁ ପୁଣି ଥରେ ବେଶ୍ ଉତ୍ସାହିତ ଅଛି । ଗତ କିଛି ମାସରେ ଆମ ଯୋଡି ଯାହା ହାସଲ କରିଥିଲା, ତାହା ପଛକୁ ଫେରି ଦେଖିଲେ ଏହା ବହୁତ ଆଶ୍ଚର୍ଯ୍ୟ ଲାଗୁଛି । ଏହି ଟାଇଟଲ ହାତେଇବା ପରେ ଆମ ମହିଳା ଡବଲ୍ସ ଯୋଡିକୁ ନେଇ ମୁଁ ବହୁତ ଗର୍ବିତ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.