ETV Bharat / sports

୨୦ବର୍ଷ ପରେ ରାଜ୍ୟସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ଵର ଖେଳାଳି

author img

By

Published : Sep 14, 2022, 6:57 PM IST

କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସ୍ତରୀୟ ହକି ଚମ୍ପିଆନସିପରେ ଭାଗ ନେବା ପାଇଁ ବାଲେଶ୍ଵରର ଏକ 17 ଜଣିଆ ହକି ଟିମ ଭୁବନେଶ୍ୱର ଯାଇଛନ୍ତି । ଅଧିକ ପଢନ୍ତୁ

୨୦ ବର୍ଷ ପରେ ରାଜ୍ୟସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ଵର ଖେଳାଳି

ବାଲେଶ୍ବର: ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଖାଲି ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି କ୍ରୀଡା ପ୍ରତି ସମସ୍ତଙ୍କ ଆଗ୍ରହ । ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସ୍ତରୀୟ ହକି ଚମ୍ପିଆନସିପରେ ଭାଗ ନେବା ପାଇଁ ବାଲେଶ୍ଵରର ଏକ 17 ଜଣିଆ ହକି ଟିମ ଭୁବନେଶ୍ୱର ଯାଇଛନ୍ତି । ଏହି ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗିତା ଆସନ୍ତା 17 ତାରିଖ ଯାଏ ଚାଲିବ । ଏହି ଚମ୍ପିଅନସିପରେ ଅଂଶଗ୍ରହଣ କରିଛନ୍ତି ବାଲେଶ୍ଵର ଜିଲ୍ଲାର ୧୭ ଜଣିଆ ହକି ଟିମ ।

ଯେଉଁଥିରେ ୧୫ ଜଣ ଖେଳାଳିଙ୍କ ସହ ୨ ଜଣ ଅଫିସିଆଲ ରହିଛନ୍ତି । କିଟରେ ପଞ୍ଜିକରଣ କରିବା ପରେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଖେଳ ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଯାତ୍ରା ସମୟରେ ଖେଳାଳିଙ୍କୁ ଉଦବୋଧନ ଦେଇ ଶୁଭକାମନା ଜାଣାଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ହକି ଦଳର ମନୋବଳ ବଢ଼ାଇଥିଲେ । ଏତେବର୍ଷ ପରେ ବାଲେଶ୍ଵରରୁ ହକି ପାଇଁ ମନୋନୀତ ହୋଇଥିବା ଖେଳାଳିମାନେ ଆଗାମୀ ପିଢିଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବା ସହିତ ଏହି ଚମ୍ପିଆନସିପ ଖେଳାଳିଙ୍କ ମନରେ ଉତ୍ସାହ ଆଣି ଦେଇଛି ବୋଲି ବରିଷ୍ଠ ଅଧିକାରୀ ମାନେ କହିଥିଲେ । ଆଗାମୀ ଦିନରେ ବାଲେଶ୍ବର ହକି ଟିମ ସବୁ ଇଭେଣ୍ଟରେ ଭାଗ ନେବ ବୋଲି ଜଣାପଡିଛି ।

ସେପଟେ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାରେ ଖେଳାଯିବ ହକି ବିଶ୍ଵକପ ଟୁର୍ଣ୍ଣାମେଣ୍ଟ । ଭୁବନେଶ୍ବର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ । ୫ଟି ମହାଦେଶର ୧୬ଟି ଦେଶ ଏଥିରେ ଅଂଶଗ୍ରହଣ କରିବେ । ଷ୍ଟାଡିୟମରେ ଏକ ହକି ଅଭ୍ୟାସ କେନ୍ଦ୍ରର ଉଦଘାଟନ ହୋଇଛି । ପୁରୁଷ ବିଶ୍ବକପ ହକିର ଏହି ସଂସ୍କରଣକୁ ମିଶାଇ ଭାରତ ବିଶ୍ବର ପ୍ରଥମ ଦେଶ ହେବାକୁ ଯାଉଛି, ଯିଏକି ସର୍ବାଧିକ ୪ ଥର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମଧ୍ୟ ଓଡିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ରେକର୍ଡ କରିବାକୁ ଯାଉଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.