ଚଣ୍ଡିଗଡ଼: ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ଏହାପରେ ଭାରତୀୟ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳୀଙ୍କ ସଂକ୍ଷିପ୍ତ ଆତ୍ମଜୀବନୀକୁ ନେଇ ଏକ ପୁସ୍ତକ ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ପଞ୍ଜାବୀ ଭାଷାରେ ରଚନା କରାଯାଇଥିବାବେଳେ ଏହାର ରଚୟିତା ହେଉଛନ୍ତି ପଞ୍ଜାବର ଲେଖକ ନବଦୀପ ସିଂହ ଗିଲ୍ । ନବଦୀପ ସିଂହ ଗିଲ୍ ପଞ୍ଜାୟ ଅଲମ୍ପିକ୍ ଆସୋସିଏସନର ମିଡିଆ ପରାମର୍ଶଦାତା ମଧ୍ୟ ରହିଛନ୍ତି ।
କ୍ରୀଡ଼ାକୁ ନେଇ ଅନେକ ପୁସ୍ତକ ରଚନା କରିଛନ୍ତି ନବଦୀପ । ଏହାର ତାଙ୍କର ପଞ୍ଚମ ପୁସ୍ତକ । ବ୍ରୋଞ୍ଜ ବିଜେତା ହକି ଦଳର ଖେଳାଳିଙ୍କ ଆତ୍ମଜୀବନୀକୁ ନେଇ ରଚନା କରାଯାଇଥିବା ଏହି ପୁସ୍ତକ ନାମ ହେଉଛି "ଟୋକିଓ ଅଲମ୍ପିକ୍ସ ଦେ ସାଡେ ହକି ଖିଡ଼ାରି" । ପଞ୍ଜାବ ଅଲମ୍ପିକ୍ ଆସୋସିଏସନ ପକ୍ଷରୁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି ।
ଏହାକୁ ନେଇ ଏକ ବିଶେଷର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଜାବ ଆସୋସିଏସନ୍ର ଉପସଭାପତି ରାଜଦୀପ ସିଂହ ଗିଲ୍ ଓ ସଚିବ ରାଜା ସିନ୍ଧୁ ଓ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଟୋକିଓ ଅଲମ୍ପିକ୍ ଗେମ୍ସରେ ପ୍ରାୟ ୪୧ ବର୍ଷ ପରେ ପଦକ ହାସଲ କରି ଫେରିଥିଲା ଭାରତୀୟ ହକି ଦଳ । ଟୋକିଓରୁ ଭାରତୀୟ ଦଳ ଫେରିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କ୍ରମରେ ଖେଳାଳିଙ୍କୁ ନେଇ ଏକ ପୁସ୍ତକ ରଚନା କରିଛନ୍ତି ଅଲମ୍ପିକ୍ ଆସୋସିଏସନର ମଡିଆ ପରାମର୍ଶଦାତା ନବଦୀପ ସିଂହ ଗିଲ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ