ନୂଆଦିଲ୍ଲୀ: ବର୍ଷ ୨୦୨୧ ଥିଲା ଭାରତୀୟ ଆଥଲେଟିକ୍ସ ପାଇଁ ଏକ ନୂଆ ଯୁଗର ଆରମ୍ଭର ବର୍ଷ । ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତି ଏହାର ମୂଳଦୁଆ ପକାଇଥିଲେ । କ୍ରୀଡାର ବୃହତ ଓ ଶ୍ରେଷ୍ଠ ମଞ୍ଚରେ ବିଶ୍ବ ଦେଖିଥିଲା ଭାରତୀୟ ଆଥଲେଟ୍ଙ୍କ ଜଲୱା । ସବୁଠୁ ଉପରେ ଉଡିଥିଲା ତ୍ରିରଙ୍ଗା । ଟ୍ରାକ୍ ଓ ଫିଲ୍ଡ୍ ଇଭେଣ୍ଟରେ ଦେଶର ୧୦୦ ବର୍ଷରୁ ଅଧିକ ସମୟର ପଦକ ବିଜୟ ଅପେକ୍ଷା ପୂରଣ ହୋଇଥିଲା ।
ଜଣେ କୃଷକ ପରିବାରର ପୁଅ, ଦୃଢମନା ନୀରଜ ଶୁକ୍ରବାର ୨୪ ବର୍ଷରେ ପାଦ ଥାପିଛନ୍ତି । ତେବେ ୭ ଅଗଷ୍ଟର ଦିନକୁ ଭାରତବାସୀ କେବେ ଭୁଲିପାରିବେ ନାହିଁ । ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଭାରତୀୟ କ୍ରୀଡା ଇତିହାସରେ ନିଜର ନାମକୁ ନୀରଜ ସବୁଦିନ ପାଇଁ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଦୃଢ ଆତ୍ମବିଶ୍ବାସର ସହିତ ଅଲମ୍ପିକ୍ ପ୍ରତିଯୋଗିତାର କୌଣସି ଚାପରେ ପ୍ରଭାବିତ ନ ହୋଇ ଐତିହାସିକ ଥ୍ରୋ କରିତିଲେ ନୀରଜ । ବିଶ୍ବ ଆଥଲେଟିକ୍ସ ଦ୍ବାରା ଚୟନ ହୋଇଥିବା ଟୋକିଓ ଅଲମ୍ପିକ୍ର ଶ୍ରେଷ୍ଠ ୧୦ଟି ଅବିଶ୍ବସନୀୟ ମୂହୂର୍ତ୍ତ ମଧ୍ୟରେ ଏହା ଗୋଟିଏ ଥିଲା । ବିଶ୍ବ କ୍ରୀଡାର ଶ୍ରେଷ୍ଠ ମଞ୍ଚ ଅଲମ୍ପିକ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାମ୍ପିଅନ ପ୍ରଦର୍ଶନ କରିଥିଲେ ନୀରଜ । ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ନଥିଲା । ମାତ୍ର ନୀରଜ ଦ୍ବିତୀୟ ଭାରତୀୟ ଭାବେ ଅଲମ୍ପିକ୍ରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ହାସଲ କରିଥିଲେ । ପ୍ରଥମ ଭାରତୀୟ ଭାବେ ସୁଟର ଅଭିନବ ବିନ୍ଦ୍ରା ଏହି କରିସ୍ମା କରିଥିଲେ ।
-
THE THROW THAT WON #IND A #GOLD MEDAL 😍#Tokyo2020 | #StrongerTogether | #UnitedByEmotion @Neeraj_chopra1 pic.twitter.com/F6xr6yFe8J
— Olympic Khel (@OlympicKhel) August 7, 2021 " class="align-text-top noRightClick twitterSection" data="
">THE THROW THAT WON #IND A #GOLD MEDAL 😍#Tokyo2020 | #StrongerTogether | #UnitedByEmotion @Neeraj_chopra1 pic.twitter.com/F6xr6yFe8J
— Olympic Khel (@OlympicKhel) August 7, 2021THE THROW THAT WON #IND A #GOLD MEDAL 😍#Tokyo2020 | #StrongerTogether | #UnitedByEmotion @Neeraj_chopra1 pic.twitter.com/F6xr6yFe8J
— Olympic Khel (@OlympicKhel) August 7, 2021
ଛୋଟବେଳେ ମୋଟାପଣ କମ କରିବାକୁ ଆଥଲେଟିକ୍କୁ ଚୟନ କରିଥିବା ନୀରଜ ବନିଯାଇଥିଲେ ଟ୍ରାକ୍ ଓ ଫିଲ୍ଡ ଇଭେଣ୍ଟରେ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା । ୧୩ ବର୍ଷ ପରେ ଏହାଥିଲା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ଓ ୧୯୮୦ ମସ୍କୋ ଅଲମ୍ପିକ୍ସ ପରେ ଦ୍ବିତୀୟ ଥିଲା ।
"ଏହା ଅବିଶ୍ବସନୀୟ ଅନୁଭବ, ମୋ ପାଇଁ ଓ ଦେଶ ପାଇଁ ଏହା ଗର୍ବର ମୂହୂର୍ତ୍ତ । ଏହି ମୂହୂର୍ତ୍ତ ମୋ ସହିତ ସାରାଜୀବନ ରହିବ ।" ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଚୋପ୍ରା ଏହା କହିଥିଲେ । ନୀରଜଙ୍କ ସ୍ବର୍ଣ୍ଣିମ ମୂହୂର୍ତ୍ତ ଭାରତୀୟ ଆଥଲେଟିକ୍ସର ଏକ ନୂଆ ଅୟମାରମ୍ଭ ଥିଲା । ତେବେ କିମ୍ବଦନ୍ତୀ ମିଲଖା ସିଂହଙ୍କ ନିଧନ ପରେ ଗୋଟିଏ ଯୁଗର ଅନ୍ତ ଘଟିଥିଲା । ସ୍ବାଧୀନ ଭାରତର ଅନ୍ୟତମ ମହାନତମ ଆଦର୍ଶ କ୍ରୀଡାବିତ୍ ଥିଲେ ମିଲଖା ସିଂହ । ୧୯୬୦ ରୋମ୍ ଅଲମ୍ପିକ୍ସରେ ମାତ୍ର ଗୋଟିଏ ମୂହୂର୍ତ୍ତ ପାଇଁ ୪୦୦ ମିଟର ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ ।
୯୧ ବର୍ଷ ବୟସରେ 'ଫ୍ଲାଇଙ୍ଗ୍ ଶିଖ୍'('Flying Sikh') ଚଣ୍ଡିଗଡରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ନୀରଜଙ୍କ ଐତିହାସିକ କିର୍ତ୍ତୀମାନର କିଛି ମାସ ପୂର୍ବରୁ ମିଲଖା ସିଂହ ଆଖିବୁଝିଥିଲେ । ନୀରଜ ସ୍ବର୍ଣ୍ଣ ପଦକ ଜିତିବା ପରେ ଚୋପ୍ରା ତାଙ୍କର ପ୍ରେରଣାଦାୟକ ସଫଳତାକୁ ମିଲଖାଙ୍କୁ ଉତ୍ସର୍ଗ କରିଥିଲେ ଯିଏକି ତାଙ୍କ ମୃତ୍ୟୁ ପୂର୍ବରୁ ଆଥଲେଟିକ୍ସରେ ଜଣେ ଭାରତୀୟ ଅଲମ୍ପିକ୍ ସ୍ବର୍ଣ୍ଣ ଜିତିବାର ସ୍ବପ୍ନ ଦେଖିଥିଲେ ।
"ମିଲଖା ସିଂହ ଷ୍ଟାଡିୟମରେ ଜାତୀୟ ସଙ୍ଗୀତ ଶୁଣିବାକୁ ଚାହୁଁଥିଲେ । ମାତ୍ର ସେ ଆମଗତହଣ ନାହାନ୍ତି ସତ, କିନ୍ତୁ ତାଙ୍କର ସ୍ବପ୍ନ ପୂରଣ ହୋଇଛି ।" ଏହା କହିଥିଲେ ନୀରଜ । ଡୋପିଂ ବିବାଦରେ ଦୀର୍ଘ ସଂଘର୍ଷ ପରେ ଭାରତୀୟ ଆଥଲେଟିକ୍ସ ପାଇଁ ଏହା ମୁକ୍ତିର ସମୟ ଥିଲା । ଶେଷରେ ଏହି ଖେଳ ପ୍ରମାଣିତ କରିଥିଲା ଯେ ଏସିଆନ ଗେମ୍ସ ଓ କମନୱେଲ୍ଥ ଗେମ୍ସ ପରେ ମଧ୍ୟ ବଡ ପ୍ରତିଯୋଗିତାରେ ପଦକ ଜିତିବାର କ୍ଷମତା ରଖେ ।
ଡିସକସ୍ ଥ୍ରୋଅର କମଲପ୍ରୀତ ସିଂହ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଦ୍ବିତୀୟରେ ରହିବା ପରେ ନିଜର ପ୍ରଦର୍ଶନ ନେଇ ଚର୍ଚ୍ଚାରେ ରହିଥିଲେ । ମାତ୍ର ଫାଇନାଲରେ ସେ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ୨୫ ବର୍ଷୀୟା ଆଥଲେଟ୍ ଗତ କିଛି ବର୍ଷ ମଧ୍ୟରେ ନିଜର ପ୍ରଦର୍ଶନରେ ପ୍ରାୟ ୪ ମିଟର ଅବିଶ୍ବସନୀୟ ଉନ୍ନତି କରିଥିଲେ । ଅଲମ୍ପିକ୍ସ ପୂର୍ବରୁ ପଟିଆଲାରେ ନ୍ୟାସନାଲ ରେକର୍ଡ(65.06ମିଟର)ର ଅଧିକାରୀ ହୋଇଥିଲେ ।
ପୁରୁଷ ୪x୪୦୦ ମିଟର ରିଲେ ଟିମ ଏସିଆନ ରେକର୍ଡ ଭଙ୍ଗ କରିଥିଲେ ମଧ୍ୟ ଅଲମ୍ପିକ୍ସରେ କଡା ପ୍ରତିନ୍ଦ୍ବନ୍ଦ୍ବୀତାପୂର୍ଣ୍ଣ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଥିଲା । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅବିନାଶ ସାବଲେ ପୁରୁଷ ୩୦୦୦ ମିଟର ପୁରୁଷ ଷ୍ଟେପଲଚେଜ୍ ଇଭେଣ୍ଟରେ ନ୍ୟାସନାଲ ରେକର୍ଡ କରିଥିଲେ ମାତ୍ର ଫାଇନାଲ ଟିକେଟ ହାତେଇବାକୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ତେବେ ଧାବିକା ଦୂତୀ ଚାନ୍ଦ ନିରାଶ କରିଥିଲେ । ହିମା ଦାଶ ଅଲମ୍ପିକ୍ ଯୋଗ୍ୟତା ହାସଲ କରିପାରିନଥିଲେ ।
ଏହାମଧ୍ୟ ପଢନ୍ତୁ: Neeraj Chopra @24: ଆସିଥିଲେ ଓଜନ କମାଇବାକୁ, ବନିଗଲେ ଦେଶର ସୁନା ପୁଅ
COVID-19 ମହାମାରୀ ପ୍ରଭାବରେ ବିଶ୍ବ କ୍ରୀଡା ଜଗତ ସ୍ଥିର ହୋଇଯାଇଥିଲା । ପ୍ରସ୍ତୁତି ପ୍ରଭାବିତ ହୋଇଥିବାରୁ ବିଶ୍ବର କୌଣସି ଖେଳାଳିଙ୍କୁ କୌଣସି ଇଭେଣ୍ଟ ପାଇଁ ପ୍ରବଳ ଦାବିଦାର ମନେକରାଯାଇପାରୁନଥିଲା । କେବଳ ଆତ୍ମବିଶ୍ବାସ ଓ ଅତି ଆତ୍ମବିଶ୍ବାସର ସମୟ ଥିଲା । ଜର୍ମାନୀର ଜୋହାନସ ଭିଟର ମାରାଥନ ୯୦ ମିଟର ଥ୍ରୋ କରି ଅଲମ୍ପିକ୍ ପ୍ରତିଯୋଗିତାରେ ଅଶଂଗ୍ରହଣ କରିବାକୁ ଆସିଥିଲେ । ମାତ୍ର ପୂର୍ବ ପ୍ରଦର୍ଶନକୁ ବଜାୟ ରଖିପାରିନଥିଲେ ।
ଏହି ତୁଳନାରେ ନୀରଜ ଚୋପ୍ରା ମାତ୍ର ୩ଟି ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିଲେ ଓ ସେଥିମଧ୍ୟରୁ ୟୁରାପର ଲୋକାଲ ପ୍ରତିଯୋଗୀଙ୍କ ସହ ଦୁଇଟି ଛୋଟ ଇଭେଣ୍ଟ ଥିଲା । ଫଳରେ ଭିଟରଙ୍କୁ ହରାଇବା ଭାରତୀୟ ଆଥଲେଟ୍ଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା ବୋଲି କୁହାଯାଉଥିଲା ।
ମାତ୍ର ଶେଷ ହସ ହସିଥିଲେ ନୀରଜ ଚୋପ୍ରା । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଶୀର୍ଷସ୍ଥାନ ଦଖଲ କରିବାବେଳେ ଭିଟପର ଫାଇନାଲ ରାଉଣ୍ଡ ଖେଳିବାକୁ ସଂଘର୍ଷ କରିଥିଲେ । ଫଇନାଲରେ ୩ଟି ଥ୍ରୋ ପରେ ଭିଟର ବାଦ୍ ପଡିଥିଲେ ଓ ଧୀର ଓ ଶାନ୍ତ ନୀରଜ ଦ୍ବିତୀୟ ରାଉଣ୍ଡ ପ୍ରୟାସରେ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ ।
ଏହାପରେ ଦେଶ ତମାମ ଖୁସିର ମାହୋଲ ଖେଳିଯାଇଥିଲା । ରାତାରାତି ସୁନାପୁଅ ନୀରଜଙ୍କତ ସୋସିଆଲ ମିଡିଆ ଫଲୋର୍ସ ରେକର୍ଡ ସଂଖ୍ୟା ଅତିକ୍ରମ କରିଥିଲା । ଏହି ବର୍ଷ ଭାରତୀୟ ଯୁବ ଆଥଲେଟ୍ଙ୍କୁ ମଧ୍ୟ ଆକ୍ସନରେ ଦେଖିବାକୁ ମିଳିଛି । କେନିଆରେ ଅନୁଷ୍ଠିତ ୱାର୍ଲ୍ଡ ଜୁନିଅର ଚାମ୍ପିଅନସିପ୍ରେ ଲଙ୍ଗ୍ ଜମ୍ପ୍ର ଶୈଳୀ ସିଂ ଭଲ ପ୍ରଦର୍ଶନ କରିଥିଲେ । ଅଞ୍ଜୁ ବବି ଜର୍ଜ ଓ ୧୦,୦୦୦ ମିଟର ରେସ୍ ୱାଲକ୍ର ଅମିତ ଖତ୍ରୀ ରୌପ୍ୟ ପଦତ ଜିତିଥିଲେ ।
ଏହାମଧ୍ୟ ପଢନ୍ତୁ: Harbhajan Singh Retirement: ଅନ୍ତର୍ଜାତୀୟ କ୍ରିକେଟରୁ ହରଭଜନଙ୍କ ଅବସର
ବେଲାରୁସିଆନ ମଧ୍ୟ ଓ ଲମ୍ବା ଦୂରତା କୋଚ୍ ନିକୋଲାଇ ସ୍ନେସାରେଭ NIS ପଟିଆଲାରେ ପ୍ରତିଯୋଗିତା ଆରମ୍ଭର କିଛି ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଅନ୍ୟଜଣେ ପୂର୍ବତନ ଆଥଲେଟ୍ ୧୯୫୧ ଏସିଆଡ ପଦକ ବିଜେତା ଓ ୧୯୫୨ ଅଲମ୍ପିକ୍ ମାରାଥନର ସୁରତ ସିଂହ ମାଥୁର COVID-19କାରଣରୁ ମୃତ୍ୟୁବରଣ କରିଥିଲେ ।
ଯିଏକି ସେହିପରି କିମ୍ବଦନ୍ତୀ P T ଉଷାଙ୍କୁ ବିଶ୍ବସ୍ତରୀୟ ଆଥଲେଟ୍ ବନାଇଥିବା କିମ୍ବଦନ୍ତୀ କୋଚ୍ ଓ.ଏମ ନାମ୍ବିଆରଙ୍କ ମଧ୍ୟ ଏହିବର୍ଷ ଦେହାନ୍ତ ହେଇଥିଲା । ବର୍ଷ ଆରମ୍ଭରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
PTI