ETV Bharat / sports

ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିବେ ଦୂତୀ ଚାନ୍ଦ, ହିମାଙ୍କୁ ଦେବେ ଟକ୍କର - ତାରକା ଧାବିକା ଦୂତୀ ଚାନ୍ଦ

ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ IV ରେ ମହିଳା 100 ମିଟର ବର୍ଗରେ ଅଂଶଗ୍ରହଣ କରିବେ ଦୂତୀ ଚାନ୍ଦ । ଅଧିକ ପଢନ୍ତୁ...

Athletics GP IV: Only 7, including Dutee, to race in 100m
ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିବେ ଦୂତୀ ଚାନ୍ଦ, ହିମାଙ୍କୁ ଦେବେ ଟକ୍କର
author img

By

Published : Jun 20, 2021, 10:16 PM IST

ପଟିଆଲା: ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିବେ ଦେଶର ତାରକା ଧାବିକା ଦୂତୀ ଚାନ୍ଦ । ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ IV ରେ ମହିଳା 100 ମିଟର ବର୍ଗରେ ଅଂଶଗ୍ରହଣ କରିବେ ଦୂତୀ । ଭାରତୀୟ ଆଥଲେଟିକ୍ସ ଫେଡେରେସନ(AFI) ୱେବସାଇଟରେ ପ୍ରକାଶିତ ସୂଚୀ ଅନୁଯାୟୀ, ଦୂତୀ, ଧନଲକ୍ଷ୍ମୀ ଓ ହିମାଶ୍ରୀ ରୟଙ୍କ ସମେତ କେବଳ 7ଜଣ ଦୌଡକୁଦ ପ୍ରତିଯୋଗୀ ରହିଛନ୍ତି ।

ମାର୍ଟ୍ଟରେ ଆୟୋଜିତ ଫେଡେରେସନ କପ୍‌ ଆଥଲେଟିକ୍ସ ପ୍ରତିଯୋଗିତାରେ ଧନଲକ୍ଷ୍ମୀ 100 ମିଟର ବର୍ଗରେ ଦୂତୀଙ୍କୁ ମାତ ଦେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଦୂତୀ ରୌପ୍ୟରେ ସନ୍ତୁଷ୍ଟ କରାଇଥିଲେ ।

ଧନଲକ୍ଷ୍ମୀ ମଧ୍ୟ IGP IV ରେ 200 ମିଟର ଇଭେଣ୍ଟରେ ଅଂଶଗ୍ରହ କରିବେ । ସେହିପରି ଆହତ ସମସ୍ୟାରୁ ମୁକୁଳିଥିବା ଆସାମ ଧାବିକା ହିମା ଦାସ 400 ମିଟର ବଦଳରେ 200 ମିଟର ଇଭେଣ୍ଟରେ ସୋମବାର ନଜର ଆସିବେ । ଦୂତୀଙ୍କ ସମେତ ପାଞ୍ଚଜଣ ଧାବିକା 200 ମିଟର ଇଭେଣ୍ଟରେ ରହିଛନ୍ତି ।

ମହିଳା 400 ମିଟର ବର୍ଗରେ ଜିଶମାନ ମାଥ୍ୟୁ, ବିସ୍ମୟ ଭି.କେ ଓ ଏମ.ଆର ପୁବାମା ଭେବରିଟ ରହିଛନ୍ତି ।

ସେହିପରି ମହିଳା 1500 ମିଟର ରେସ୍‌ରେ କେବଳ ଦୁଇଜଣ ପ୍ରତିଯୋଗୀ ପିୟୁ ଚିତ୍ରା ଓ ହରମିଲନ ବେନସ ରହିଛନ୍ତି । ମହିଳା 5000 ମିଟରରେ ମଧ୍ୟ ଦୁଇ ଆଥଲେଟ ସୁଦ୍ଧା ସିଂହ ଓ ପାରୁଲ ଚୌଧୁରୀ ରହିଛନ୍ତି ।

ଜାଭେଲିନରେ ବିଶେଷ ଆକର୍ଷଣ ରହିଛନ୍ତି ଅନୁ ରାନୀ । ଜୁଲାଇ 23ରୁ ଆମ୍ଭ ହେବାକୁ ଯାଉଥିବା ଟୋକିଓ ଅଲମ୍ପିକ ଗେମ୍ସ ପାଇଁ ଏବେବି ଅନୁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.