ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସର ନୂଆ ମୁଖ୍ୟ କୋଚ ହେଲେ ଅଭିଜ୍ଞ ରାଧାକ୍ରୀଷ୍ଣନ ନାୟର । ଶୁକ୍ରବାର ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ରାଧାକ୍ରୀଷ୍ଣନଙ୍କୁ ନିଯୁକ୍ତି ଦେଇଛି ।
62 ବର୍ଷୀୟ ରାଧାକ୍ରୀଷ୍ଣନ ଚଳିତ ବର୍ଷ ଜୁଲାଇରୁ କାର୍ଯ୍ୟକାରୀ କୋଚ ଭାବେ କାର୍ଯ୍ୟ କରୁଥିଲେ । ବାହାଦୂର ସିଂହଙ୍କ ଇସ୍ତଫା ପରେ ଦାୟିତ୍ବ ସମ୍ଭାଳିଥିଲେ ।
ନୂଆ କୋଚଙ୍କ ଭାରତୀୟ ଆଥଲେଟ୍ସକୁ ଶିଖରରେ ପହଞ୍ଚାଇବେ ବୋଲି ଆତ୍ମବିଶ୍ବାସ ପ୍ରକାଶ କରିଛନ୍ତି ଏଫଆଇ ସଭାପତି ଆଡିଲେ ଜେ. ସୁମାରୀୱାଲା । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ମଧ୍ୟ ନାୟରଙ୍କ ନିଯୁକ୍ତିରେ ସନ୍ତୋଷ ପ୍ରକାଶ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ