ଲାଉସେନ: ଟୋକିଓ ଅଲମ୍ପିକ୍ସ 2020 ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଆଥଲେଟଙ୍କର ସ୍ଥାନ 2021 ଗେମ ପାଇଁ ସ୍ଥାନ ସୁରକ୍ଷିତ ରହିବ । ଏନେଇ ସ୍ପଷ୍ଟ କରିଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) । ଆଥଲେଟଙ୍କୁ ସମ୍ମାନ ଜଣାଇ ଏହି ନିଷ୍ପତି ନିଆଯାଇଛି ।
ଅଲମ୍ପିକ୍ସ ଇତିହାସରେ ପ୍ରଥମ ଥର ସ୍ଥଗିତ ହୋଇଛି ବିଶ୍ବ କ୍ରୀଡାର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ । ବିଶ୍ବର ପ୍ରାୟ 11000 ଆଥଲେଟ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।
ସେଥିମଧ୍ୟରୁ ପ୍ରାୟ 57 ପ୍ରତିଶତ ଆଥଲେଟ ଅଲମ୍ପିକ ଟିକେଟ ହାସଲ କରିସାରିଛନ୍ତି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଆଇଓସି ସଭାପତି ଥୋମାସ ବାଚ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ଆଲୋଚନା ପରେ ଟୋକିଓ ଗେମ୍ସକୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖିବା ନିଷ୍ପତି ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ