ନୂଆଦିଲ୍ଲୀ: ଏସିଆନ କୁସ୍ତି ଚମ୍ପିଆନସିପରେ ଭାରତୀୟ ମହିଳା କୁସ୍ତା ଯୋଦ୍ଧାଙ୍କ ଦବ୍ଦବା । ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଦିବ୍ୟା କାକରାନ(68କି.ଗ୍ରା), ପିଙ୍କି(55କି.ଗ୍ରା) ଓ ସରିତା ମୋର(59କି.ଗ୍ରା) ଏସିଆନ କୁସ୍ତି ଚମ୍ପିଆନସିପ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି । ଅନ୍ୟପଟେ ନିର୍ମଳା ଦେବୀ(50କି.ଗ୍ରା)ରେ ରୌପ୍ୟ ପଦକ ହାସଲ କରିଛନ୍ତି ।
ସୂଚନାଥାଉକି, ଗୁରୁବାର ଦିନ 68କି.ଗ୍ରାରେ ଦିବ୍ୟା କାକରାନ ଫାଇନାଲ ମ୍ୟାଚରେ ଜାପାନର ଜୁନିୟର ବିଶ୍ବ ଚମ୍ପିଆନ ନରୂହା ମାତସୁୟୁକୀଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ଏହି ପଦକ ହାସଲ ପରେ ସେ 2ୟ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ହୋଇଯାଇଛନ୍ତି, ଯିଏ ଏସିଆନ କୁସ୍ତି ଚମ୍ପିଆନସିପରେ ସ୍ବର୍ଣ୍ଣ ଜିଣିଛନ୍ତି ।
ସେହିପରି 55କି.ଗ୍ରାରେ ସ୍ବର୍ଣ୍ଣ ଜିଣିଥିବା ପିଙ୍କି ମଙ୍ଗୋଲିୟାର ଡୁଲଗୁନ ବୋଲୋରମାଙ୍କୁ2-1ରେ ମାତ୍ ଦେଇ ପଦକ ହାସଲ କରିଛନ୍ତି । ସରିତା 59କି.ଗ୍ରାରେ ଫାଇନାଲ ମ୍ୟାଚରେ ମଙ୍ଗୋଲିଆର ବଟସେଟେଗକୁ 3-2ରେ ହରାଇଛନ୍ତି । ମହିଳାବର୍ଗର ଅନ୍ତିମ ମ୍ୟାଚ 53,57,62,65 ଓ 72କି.ଗ୍ରା ବର୍ଗର ମୁକାବିଲା ଖେଳାଯିବ ।