ETV Bharat / sports

Asian Para Games: ଦ୍ବିତୀୟ ଦିନରେ ଭାରତର ପଦକ ଅଭିଯାନ, ମହିଳା କାନୋଏରେ ସ୍ବର୍ଣ୍ଣ ଜିତିଲେ ପ୍ରାଚୀ - Gold in para canon at Asian Para Games

ଚତୁର୍ଥ ଏସୀୟ ପାରା କ୍ରୀଡା ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦ୍ବିତୀୟ ଦିନରେ ସ୍ବର୍ଣ୍ଣ ପଦକରୁ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଅଧିକ ପଢନ୍ତୁ

prachi yadav wins gold in para canon
prachi yadav wins gold in para canon
author img

By ETV Bharat Odisha Team

Published : Oct 24, 2023, 8:42 AM IST

Updated : Oct 24, 2023, 9:41 AM IST

ହଙ୍ଗଝୌ: ଚୀନରେ ହଙ୍ଗଝୌରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ଦିନରେ 17 ପଦକ ହାତେଇଥିବା ଭାରତ ଦ୍ବିତୀୟ ଦିନରେ ସ୍ବର୍ଣ୍ଣ ପଦକରୁ ଅଭିଯାନ ଆରମ୍ଭ କରିଛି । କାନୋଏ(ଏକ ପ୍ରକାର ନୌଚାଳନା)ରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହା ସହିତ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା 7କୁ ବୃଦ୍ଧି ହୋଇଛି ।

ମହିଳା କାନୋଏ(ଏକ ପ୍ରକାର ନୌଚାଳନା) ଇଭେଣ୍ଟ୍‌ରେ ପ୍ରାଚୀ ଯାଦବ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ସେ ମହିଳା କେଏଲ 2 କାଟାଗୋରୀ ପାରା କାନୋଏ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏସୀୟ ପାରା କ୍ରୀଡ଼ାରେ ଦ୍ବିତୀୟ ଦିନରେ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । ମହିଳା କେଏଲ 2 ପାରା କାନୋଏରେ ପ୍ରାଚୀ 54.962 ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ପ୍ରାଚୀ ମହିଳା ବିଭାଗର କାନୋଏ ଇଭେଣ୍ଟ୍‌ରେ VL2 ବର୍ଗରେ ସିଲଭର ମେଡାଲ ଜିତିଥିଲେ । ସେହିପରି କେଏଲ୍‌ 3 ପୁରୁଷ ପାରା କାନୋଏରେ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି ମନୀଷ କୌବର । ସେ 44.605ରେ ନୌଚାଳନା ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ସେହିପରି ଗଜେନ୍ଦ୍ର ସିଂ ପୁରୁଷ ଭିଏ2 କାନୋଏରେ 1:01.084ସମୟ ନେଇ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 20ରେ ପହଞ୍ଚିଛି । ସେଥିରେ 7ଟି ସ୍ବର୍ଣ୍ଣ 6ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ ମିଳିଛି ।

  • First 🏅 of Day 2 at #AsianParaGames2022

    What a moment of joy and celebration!
    🇮🇳's Manish Kaurav has triumphed with a 🥉 in the Para Canoe Men's KL3 Final event at the, clocking an impressive 44.605! 🛶

    Manish, this Bronze is remarkable and you are incredible 🙌
    Keep shining… pic.twitter.com/Rz0a3fJibA

    — SAI Media (@Media_SAI) October 24, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Para Games 2023: 5000 ମିଟର T11 ଇଭେଣ୍ଟରେ ଅଙ୍କୁରଙ୍କୁ ସ୍ବର୍ଣ୍ଣ, ପ୍ରଥମ ଦିନରେ ଭାରତକୁ ୧୭ ମେଡାଲ

ସେହିପରି ଏସୀୟ କ୍ରୀଡ଼ା ପ୍ରଥମ ଦିନରେ ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ । ଅଙ୍କୁର ଧାମା ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି ହାଇଜମ୍ପ୍‌ରେ ନିଶାଦ କୁମାର ସ୍ବର୍ଣ୍ଣ ପଦକ ଜିତିଥିବାବେଳେ T63 ପୁରୁଷ ହାଇ ଜମ୍ପ୍‌ରେ ପୋଡିୟମ ଅକ୍ତିଆର କରିଥିଲେ ଭାରତୀୟ କ୍ରୀଡାବିତ୍‌ । ଭାରତର ଶୈଲେଶ କୁମାର ସ୍ୱର୍ଣ୍ଣ ଜିତିଥିବା ବେଳେ ମାରିଆପାନ୍ ଥାଙ୍ଗାଭେଲୁ ସିଲଭର ଏବଂ ରାମ ସିଂ ପାଧିଆ ବ୍ରୋଞ୍ଜ୍‌ ଜିତିଥିଲେ । ପୁରୁଷ କ୍ଲବ ଥ୍ରୋରେ ପୋଡିୟମ ପୋଛିଥିଲେ ଭାରତୀୟ କ୍ରୀଡାବିତ । ପାରା ଜୁଡୋ ମହିଳା 48 କେଜି j2ରେ କୋକିଳା ବ୍ରୋଞ୍ଜ ପଦକ ଜିତିଥିଲେ । ପାରା ମହିଳା ଟାଇକୋଣ୍ଡ 47 କେଜିରେ ଅରୁଣା ତନୱାର ବ୍ରୋଞ୍ଜ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Para Games 2023: ହାଇ ଜମ୍ପ୍‌ରେ ସ୍ବର୍ଣ୍ଣ ଜିତିଲେ ନିଶାଦ କୁମାର, 10 ମିଟର ଏୟାର ରାଇଫଲରେ ଅବନିଙ୍କୁ ସ୍ବର୍ଣ୍ଣ

ଏହା ବି ପଢନ୍ତୁ...Asian Para Games 2023: ଆରମ୍ଭରୁ କମାଲ କଲେ ଭାରତୀୟ କ୍ରୀଡ଼ାବିତ୍‌, ହାଇ ଜମ୍ପ୍‌ରେ ପୋଡ଼ିୟମ କ୍ଲିନ୍‌ ସୁଇପ୍‌

ଅକ୍ଟୋବର 23 ତାରିଖରୁ ଚତୁର୍ଥ ଏସୀୟ ପାରା କ୍ରୀଡା ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତଙ୍କ କମାଲ ଦେଖିବାକୁ ମିଳିଛି । ଗୋଟିିିଏ ଗୋଟିଏ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି ଭାରତୀୟ ଖେଳାଳି । ପ୍ରଥମ ଦିନରେ ହାଇଜମ୍ପରେ ଭାରତୀୟ କ୍ରୀଡ଼ାବିତ ପଦକ ପୋଛିଥିଲେ । ପ୍ରଥମ ଦିନରେ 17ଟି ପଦକ ଜିତିଥିଲା ଭାରତ ।

Last Updated : Oct 24, 2023, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.