ETV Bharat / sports

Asian Para Games: ରଙ୍ଗାରଙ୍ଗ ଉତ୍ସବରେ ଏସୀୟ ପାରା କ୍ରୀଡା ଆରମ୍ଭ, ଭାରତୀୟ ଦଳରେ 309 କ୍ରୀଡ଼ାବିତ - ଏସୀୟ ପାରା କ୍ରୀଡା 2023

ଚୀନରେ ହଙ୍ଗାଝୌରେ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଛି ଏସୀୟ ପାରା କ୍ରୀଡ଼ା । ଅଧିକ ପଢ଼ନ୍ତୁ

Asian Para Games opening ceremony
Asian Para Games
author img

By ETV Bharat Odisha Team

Published : Oct 23, 2023, 8:23 AM IST

Asian Para Games opening ceremony

ହଙ୍ଗଝୌ: ରଙ୍ଗାରଙ୍ଗ ଉତ୍ସବ । ଆତସବାଜି ସାଙ୍ଗକୁ ଝିଲମିଲ ଆଲୋକମାଳ ସହ ମନମୁଗ୍ଧକର ପରିବେଶ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚୀନର ହଙ୍ଗଝୌରେ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଉଦଘାଟିତ ହୋଇଛି । ଅକ୍ଟୋବର 28 ତାରିଖ ପର୍ଯ୍ୟନ୍ତ ଏହି ସମ୍ମାନଜନତ ପ୍ରତିଯୋଗିତା ଚାଲିବ । ଏସୀୟ ପାରା କ୍ରୀଡ଼ାରେ 43ଟି ଦେଶରୁ 4 ହଜାରରୁ ଊର୍ଦ୍ଧ୍ବ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ଦଳରେ 309 ଜଣ କ୍ରୀଡାବିତ ଭାଗ ନେଇଛନ୍ତି । ମୋଟ 22ଟି କ୍ରୀଡ଼ାରେ 566ଟି ଇଭେଣ୍ଟ ରହିଛି । ଉଦଘାଟନୀ ଉତ୍ସବରେ ଅମିତ କୁମାର ସାରୋହା ଏବଂ ପାରୁଲ ପାରମର ଧ୍ୱଜା ବାହାକ ସାଜି ଭାରତୀୟ ଦଳର ନେତୃତ୍ବ ନେଇଥିଲେ । ରଙ୍ଗୀନ ଆଲୋକମାଳର ସମାରୋହ ମଧ୍ୟରେ ଏସୀୟ ପାରା କ୍ରୀଡାର ଉଦଘାଟନୀ ଉତ୍ସବ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା ।

  • As the Asian Para Games begin, I convey my best wishes to the incredible Indian contingent! Each athlete representing India has an inspiring life journey. I am confident they will give a glimpse of the true essence of Indian sportsmanship. pic.twitter.com/nFhFgpIUU4

    — Narendra Modi (@narendramodi) October 22, 2023 " class="align-text-top noRightClick twitterSection" data=" ">

ଏହି ସମ୍ମାନଜନକ କ୍ରୀଡାବିତରେ ଭାରତରୁ 309 ଜଣ କ୍ରୀଡାବିତ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରେ 196 ଜଣ ପୁରୁଷ ଓ 113ଜଣ ମହିଳା ରହିଛନ୍ତି । ଗତ ସଂସ୍କରଣରେ 190ଜଣ ଭାରତୀୟ କ୍ରୀଡାବିତ ଭାଗ ନେଇଥିଲେ । 15ଟି ସ୍ବର୍ଣ୍ଣ, 24ଟି ରୌପ୍ୟ ଓ 33ଟି ବ୍ରୋଞ୍ଜ ପଦକ ସହ ଭାରତ ନବମ ସ୍ଥାନରେ ରହିଥିଲା । ଗତ 19 ତାରିଖରୁ ବିିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଆଜିଠୁ ପଦକ ପ୍ରତିନ୍ଦ୍ବନ୍ଦିତା ଆରମ୍ଭ ହେବ ।

ଓଡିଶାରୁ 7 କ୍ରୀଡାବିତ ସାମିଲ: 309 ଜଣିଆ ଭାରତୀୟ ଦଳରେ ଓଡିଶାରୁ 7 ଜଣ କ୍ରୀଡାବିତ ସ୍ଥାନ ପାଇଛନ୍ତି । ସେମାନେ ହେଲେ ପାରାଲିମ୍ପିକ ଚମ୍ପିଆନ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରାଖାଲ କୁମାର ସେଠୀ, ଭି, ରମେଶ ରାଓ, ପ୍ରଫୁଲ୍ନ କୁମାର ଖଣ୍ଡାୟତରାଏ ଓ ପୂଜାସ୍ବିନୀ ନାଏକ ।

ଏହା ବି ପଢନ୍ତୁ...Asian Games Closing Ceremony: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏସୀୟ କ୍ରୀଡା ଉଦଯାପିତ, ଜାପାନରେ 20ତମ ସଂସ୍କରଣ

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତୀୟ ଦଳରେ 309 ଜଣ କ୍ରୀଡାବିତ ରହିଛନ୍ତି । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଏସିଆନ ପାରା ଗେମ୍ସ ଆରମ୍ଭ ହୋଇଛି । ଭାରତୀୟ କଣ୍ଟିଜେଣ୍ଚଙ୍କୁ ମୋ ଶୁଭେଚ୍ଛା । ପ୍ରତି ଆଥଲେଟ୍‌ ଭାରତକୁ ପ୍ରତିନିଧିତ୍ବ କରି ସେମାନଙ୍କ ଯାତ୍ରା ଆରମ୍ଭ କରିବେ । ମୋର ବିଶ୍ବାସ ରହିଛି କ୍ରୀଡାବିତ ସେମାନଙ୍କ ଉନ୍ନତ ପ୍ରଦର୍ଶନ କରିବେ ।''

ଆଜି ଟ୍ରାକକୁ ଓହ୍ଲାଇବେ ଜୟନ୍ତୀ: ଏହି ସମ୍ମାନଜନକ କ୍ରୀଡାବିତରେ ଭାରତରୁ 309 ଜଣ କ୍ରୀଡାବିତ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରେ 196 ଜଣ ପୁରୁଷ ଓ 113ଜଣ ମହିଳା ରହିଛନ୍ତି । ଗତ ସଂସ୍କରଣରେ 190ଜଣ ଭାରତୀୟ କ୍ରୀଡାବିତ ଭାଗ ନେଇଥିଲେ । 15ଟି ସ୍ବର୍ଣ୍ଣ, 24ଟି ରୌପ୍ୟ ଓ 33ଟି ବ୍ରୋଞ୍ଜ ପଦକ ସହ ଭାରତ ନବମ ସ୍ଥାନରେ ରହିଥିଲା ।

ଏହା ବି ପଢନ୍ତୁ...Asian Games 2023: ଐତିହାସିକ ସଫଳତା ସହ ଚତୁର୍ଥରେ ଭାରତ ଅଭିଯାନ ଶେଷ, ଏଥର ପଦକ ଶହେ ପାର

ପ୍ରକାଶ ଥାଉ କି, ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତୀୟ କ୍ରୀଡ଼ାବିତ 22ଟି ଇଭେଣ୍ଟରେ ମୋଟ 107 ରେକର୍ଡ ପଦକ ହାସଲ କରି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ମୋଟ 107 ପଦକରେ 28ଟି ସ୍ବର୍ଣ୍ଣ, 38ଟି ରୌପ୍ୟ ଓ 41ଟି ବ୍ରୋଞ୍ଜ ପଦକ ରହିଛି । ଏଥର 100ପାର ସ୍ବପ୍ନରେ ନେଇ ଏସିଆନ ଗେମ୍ସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.