ETV Bharat / sports

Asian Para Games 2023: 5000 ମିଟର T11 ଇଭେଣ୍ଟରେ ଅଙ୍କୁରଙ୍କୁ ସ୍ବର୍ଣ୍ଣ, ପ୍ରଥମ ଦିନରେ ଭାରତକୁ ୧୭ ମେଡାଲ - ପ୍ରଥମ ଦିନରେ ଭାରତକୁ ୧୭ ମେଡଲ

ଏସୀୟ ପାରା ଗେମ୍ସ ୨୦୨୩ରେ ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ । ୨୯ ବର୍ଷୀୟ ଅଙ୍କୁର ଧାମା ହାସଲ କରିଛନ୍ତି ଏହି ସ୍ବର୍ଣ୍ଣ ପଦକ । ପ୍ରଥମ ଦିନରେ ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ସମେତ ୧୭ ପଦକ ହାସଲ କରିଛି ଭାରତ । ଅଧିକ ପଢ଼ନ୍ତୁ

ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲେ ଅଙ୍କୁର ଧାମା

author img

By ETV Bharat Odisha Team

Published : Oct 23, 2023, 10:59 PM IST

Updated : Oct 24, 2023, 7:37 AM IST

ହାଙ୍ଗଝୌ: ଚୀନ୍‌ର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୩ରେ ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ । ୧୬:୩୭.୨୯ ମିନିଟରେ ରେସ ଶେଷ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅଙ୍କୁର ଧାମା । ୨୯ ବର୍ଷୀୟ ଅଙ୍କୁର ଧାମା ପୂର୍ବରୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ତେବେ ହାଙ୍ଗଝୌରେ ଏସିଆନ୍‌ ଗେମ୍ସ ୨୦୨୩ରେ ଜବରଦସ୍ତ ପ୍ରଦର୍ଶନ ପରେ ଏସିଆନ୍‌ ପାରା ଗେମ୍ସରେ ମଧ୍ୟ ଭାରତ ଦମଦାର ଅଭିଯାନ ଆରମ୍ଭ କରିଛି । ଆଜି ପ୍ରଥମ ଦିନରେ ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ସମେତ ୧୭ ପଦକ ହାସଲ କରିଛି ଭାରତ ।

ତେବେ ଏସିଆନ ପାରା ଗେମ୍ସ ୨୦୨୩ରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଛନ୍ତି ୭ ଓଡ଼ିଆ । ପଦ୍ମଶ୍ରୀ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ବିନୀ ନାୟକ ଏହି ଏସିଆନ୍‌ ପାରା ଗେମ୍ସ ୨୦୨୩ରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଛନ୍ତି । ସେହିପରି ଭି.ରମେଶ ରାଓ, ରାଖାଲ କୁମାର ସେଠୀ, ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ସୌନ୍ଦର୍ଯ୍ୟ ପ୍ରଧାନ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ବ କରୁଛନ୍ତି । ସେମାନେ ମଧ୍ୟ ଭାରତ ପାଇଁ ଆଶାନୁରୂପ ସଫଳତା ଆଣିପାରିବେ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି । ଏସୀୟ ପାରା ଗେମ୍ସରେ ଭାରତ ଆଜି ପ୍ରଥମ ଦିନରେ ୧୭ଟି ପଦକ ସହ ଆଜିର ଅଭିଯାନ ଆରମ୍ଭ କରିଛି । ଏଥିରେ ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ସମେତ ୧୭ ପଦକ ହାସଲ କରିଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...Asian Para Games 2023: ହାଇ ଜମ୍ପ୍‌ରେ ସ୍ବର୍ଣ୍ଣ ଜିତିଲେ ନିଶାଦ କୁମାର, 10 ମିଟର ଏୟାର ରାଇଫଲରେ ଅବନିଙ୍କୁ ସ୍ବର୍ଣ୍ଣ

ପ୍ରକାଶ ଥାଉ ନିକଟରେ ଏହିଠାରେ (ହାଙ୍ଗଝୌ) ଶେଷ ହୋଇଥିବା ଏସିଆନ୍ ଗେମ୍ସ ୨୦୨୩ରେ ମଧ୍ୟ ଇତିହାସ ରଚିଥିଲା ଭାରତ । ଏସିଆନ୍ ଗେମ୍ସରେ ଭାରତ ୧୦୭ ପଦକ ଜିତି ଇତିହାସ ରଚିଥିଲା । ଏଥିରେ ମୋଟ ୨୮ଟି ସ୍ଵର୍ଣ୍ଣ, ୩୮ ରୌପ୍ୟ ଓ ୪୧ଟି ବ୍ରୋଞ୍ଚ ପଦକ ହାସଲ କରିଥିଲା ଭାରତ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଆ ପୁଅ କିଶୋର ଜେନା ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ । ଏହି ଇଭେଣ୍ଟରେ ଦେଶର ସୁନା ପୁଅ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2023, 7:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.