ହାଇଦ୍ରାବାଦ: ବିଶ୍ବର ଏକ ନମ୍ବର ବ୍ୟାଟମିଣ୍ଟନ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ । BWF ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଭାରତର ଏହି ପୁରୁଷ ଯୁଗଳ ଯୋଡ଼ି । BWFର ଶୀର୍ଷ ସ୍ଥାନରେ ରହିଛନ୍ତି ସାତ୍ତ୍ବିକ ଏବଂ ଚିରାଗ ସେଟ୍ଟୀଙ୍କ ଯୋଡ଼ି । ଉଭୟଙ୍କ କ୍ୟାରିୟରର ଏହା ସର୍ବଶ୍ରେଷ୍ଠ ମାନ୍ୟତା । ବ୍ୟାଡ୍ମିଣ୍ଟନ ପୁରୁଷ ଯୁଗଳ ଯୋଡ଼ିରେ BWF ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରିବାରେ ପ୍ରଥମ ଭାରତୀୟ ଯୋଡ଼ି ହୋଇପାରିଛନ୍ତି ସାତ୍ତ୍ବିକ-ଚିରାଗ । ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଟ୍ବିଟରରେ ଏନେଇ ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ସାତ୍ତ୍ବିକ ଓ ଚିରାଗଙ୍କ ଯୋଡି BWFର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ ପରେ ଏହି ଯୋଡ଼ି ରାଙ୍କିଂରେ କମାଲ କରିଛନ୍ତି ।
-
On 🔝 of the 🌏!
— BAI Media (@BAI_Media) October 10, 2023 " class="align-text-top noRightClick twitterSection" data="
1️⃣st 🇮🇳 pair to achieve this feat 🫡@himantabiswa | @sanjay091968 | @lakhaniarun1 #BWFWorldRankings#IndiaontheRise#BadmintonTwitter #Badminton pic.twitter.com/B8t9cmEeZc
">On 🔝 of the 🌏!
— BAI Media (@BAI_Media) October 10, 2023
1️⃣st 🇮🇳 pair to achieve this feat 🫡@himantabiswa | @sanjay091968 | @lakhaniarun1 #BWFWorldRankings#IndiaontheRise#BadmintonTwitter #Badminton pic.twitter.com/B8t9cmEeZcOn 🔝 of the 🌏!
— BAI Media (@BAI_Media) October 10, 2023
1️⃣st 🇮🇳 pair to achieve this feat 🫡@himantabiswa | @sanjay091968 | @lakhaniarun1 #BWFWorldRankings#IndiaontheRise#BadmintonTwitter #Badminton pic.twitter.com/B8t9cmEeZc
ଏହା ମଧ୍ୟ ପଢନ୍ତୁ-Korea Open 2023: ସାତ୍ତ୍ବିକ-ଚିରାଗଙ୍କ ସଫଳତା, ହାତେଇଲେ କୋରିଆ ଓପନ ଟାଇଟଲ
ଏହା ମଧ୍ୟ ପଢନ୍ତୁ-Asian Games 2023: ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନରେ ଭାରତକୁ ସ୍ବର୍ଣ୍ଣ
ସାତ୍ତ୍ବିକ ଓ ଚିରାଗଙ୍କ ଯୋଡି 'Sat-chi' ଭାବେ ଜଣାଶୁଣା । ଚଳିତ ବର୍ଷ ଉଭୟଙ୍କ ଯୋଡି କମାଲ କରିଛି । ପ୍ରଥମେ କୋରିଆ ଓପନ ଓ ପରେ ଏସୀୟ କ୍ରୀଡ଼ାରେ ଫାଇନାଲରେ ବିଜୟୀ ହୋଇଛନ୍ତି ସାତ୍ତ୍ବିକ ଓ ଚିରାଗ । ହଙ୍ଗଝୌରେ ଏସୀୟ କ୍ରୀଡାରେ ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନ ଫାଇନାଲରେ ସାତ୍ତ୍ବିକ ସାଇରାଜ ରଙ୍କିରେଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡି ଫାଇଲାରେ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଦକ୍ଷିଣ କୋରିଆର ଚୋଇ ସୋଲ୍-ଗ୍ୟୁ ଏବଂ କିମ୍ ୱନ୍-ହୋଙ୍କୁ ଉଭୟ ପରାସ୍ତ କରିଥିଲେ । ଜୁଲାଇ ମାସରେ କୋରିଆ ଓପନରେ ପୁରୁଷ ଡବଲ୍ସ ଟାଇଟଲ ଜିତିଲେ ସାତ୍ତ୍ବିକ ଓ ଚିରାଗ । ପୁରୁଷ ଡବଲ୍ସ ଫାଇନାଲରେ ଟପ୍ ସିଡ ତଥା ବିଶ୍ବର ଏକ ନମ୍ବର ଇଣ୍ଡୋନେସିଆ ଯୋଡ଼ିଙ୍କୁ 21-13, 17-21, 21-14 ସେଟ୍ରେ ପରାସ୍ତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-BWF Ranking: କ୍ୟାରିଅରର ଶ୍ରେଷ୍ଠ ର଼୍ୟାଙ୍କିଂରେ ସାତ୍ତ୍ବିକ-ଚିରାଗ
ଜୁନ୍ ମାସରେ ପ୍ରକାଶ ପାଇଥିବା ବ୍ୟାଡମିଣ୍ଟନ ୱାର୍ଲ୍ଡ (ବିଡବ୍ଲ୍ୟଏଫ) ମାନ୍ୟତାରେ ଭାରତୀୟ ଷ୍ଟାର ଯୋଡ଼ି ତିନି ନମ୍ବର ସ୍ଥାନରେ ରହିଥିଲେ । ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଂରେ ରହିଥିଲେ । ଆଜି ପ୍ରକାଶ ପାଇଥିବା BWF ବିଶ୍ବ ମାନ୍ୟତାରେ ଏହି ଯୋଡ଼ି ଏକ ନମ୍ବର ସ୍ଥାନରେ ରହିଛନ୍ତି ।