ETV Bharat / sports

Asian Games 2023: ଜାପାନକୁ ଓଡ଼ିଆ ପୁଅଙ୍କ ଗୋଲ୍‌, ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Oct 6, 2023, 6:00 PM IST

Updated : Oct 6, 2023, 6:11 PM IST

ଚାଇନାର ହାଙ୍ଗଝୌରେ ଜାରି ରହିଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ଇତିହାସ ରଚିଲା ଭାରତ । ଫାଇନାଲରେ ଗତଥରର ଏସିଆ ଚମ୍ପିଆନ୍‌ ଜାପାନକୁ ୫-୧ରେ ହରାଇ ସ୍ବର୍ଣ୍ଣ ଜିତିଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ
ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ

ହାଙ୍ଗଝୌ: ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ହକିରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ହରାଇ ସ୍ବର୍ଣ୍ଣ ହାସଲ କରିଛି ଭାରତ । ଭାରତୀୟ ପୁରୁଷ ଟିମ୍‌ ଶୁକ୍ରବାର ଖେଳାଯାଇଥିବା ହକି ଫାଇନାଲରେ ୨୦୧୮ର ଚମ୍ପିଆନ୍‌ ଜାପାନକୁ ୫-୧ ଗୋଲରେ ମାତ ଦେଇଛି । ସବୁଠାରୁ ବଡ଼କଥା ହେଉଛି ଏହି ସ୍ବର୍ଣ୍ଣ ପଦକ ଲଢ଼େଇରେ ଭାରତ ପାଇଁ ଗୋଲ କରିଛନ୍ତି ଓଡ଼ିଆ ପୁଅ ଅମିତ ରୋହିଦାସ । ଦଳର ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୨ଟି ଗୋଲ ସ୍କୋର କରିଥିବାବେଳେ ତାଙ୍କ ବ୍ୟତୀତ ଦଳର ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ଓ ଅଭିଷେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଛନ୍ତି ।

ଏମିତି ଥିଲା ଫାଇନାଲ୍‌ ମ୍ୟାଚ୍‌: ପ୍ରଥମ କ୍ବାର୍ଟର ବେଶ ସଙ୍ଘର୍ଷପୂର୍ଣ୍ଣ ଥିଲା । ହେଲେ କୌଣସି ଦଳ ଗୋଲ୍‌ କରିବାରେ ସକ୍ଷମ ହୋଇନଥିଲେ । ହେଲେ ଦ୍ବିତୀୟ କ୍ବାର୍ଟରର ୨୫ ମିନିଟ୍‌ରେ ଭାରତ ପ୍ରଥମ ଗୋଲ୍‌ କରିଥିଲା । ଦଳର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ମନଦୀପ ସିଂହ ଏହି ଗୋଲ କରି ଭାରତକୁ ୧-୦ରେ ଲିଡ୍‌ ଦେଇଥିଲେ । ପରେ ତୃତୀୟ କ୍ବାର୍ଟରର ୩୨ ମିନିଟରେ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ଦ୍ବିତୀୟ ଗୋଲ୍ କରି ଦଳକୁ ୨-୦ ଲିଡ୍‌କୁ ନେଇଥିଲେ । ତୃତୀୟ କ୍ବାର୍ଟର ଶେଷ ହେବା ପୂର୍ବରୁ ଓଡ଼ିଆ ପୁଅ ଅମିତ୍ ରୋହିଦାସ ଜାପାନକୁ ତୃତୀୟ ଗୋଲ ଦେଇଥିଲେ । ସେହିଭଳି ଚତୁର୍ଥ କ୍ବାର୍ଟରରେ ହରମନପ୍ରୀତ ଓ ଅଭିଷେକ ଭାରତ ପାଇଁ ଆଉ ଦୁଇ ଗୋଲ୍ ହାସଲ କରିଥିଲେ । ଅବଶ୍ୟ ଚତୁର୍ଥ କ୍ବାର୍ଟରରେ ଜାପାନ ମଧ୍ୟ ପ୍ରଥମ ଗୋଲ୍‌ ସହ ଖାତା ଖୋଲିଥିଲା, ହେଲେ ସେତେବେଳକୁ ଭାରତ ସ୍ବର୍ଣ୍ଣ ପଦକର ଯଥେଷ୍ଟ ନିକଟତର ହୋଇସାରିଥିଲା । ଶେଷରେ ୫-୧ ଗୋଲରେ ଭାରତ ମ୍ୟାଚ୍‌ ଜିତିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ଜିତିଲେ ପ୍ରଣୟ, ପଦକ ସଂଖ୍ୟା 88

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ତିଲକ ବର୍ମାଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ 9 ୱିକେଟରେ ହରାଇ ଫାଇନାଲରେ ଭାରତ

ତେବେ ଏହି ସୁବର୍ଣ୍ଣ ବିଜୟ ସହିତ ଭାରତୀୟ ହକି ଦଳ ଚତୁର୍ଥ ଥର ପାଇଁ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି । ଏହାପୂର୍ବରୁ ଶେଷଥର ପାଇଁ ୨୦୧୪ରେ ଗୋଲ୍ଡ ମେଡାଲ ଜିତିଥିଲା ଟିମ୍‌ ଇଣ୍ଡିଆ । ୨୦୧୮ରେ ଦଳ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ବେ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା । ଏଥର କିନ୍ତୁ ଦଳ ସ୍ବର୍ଣ୍ଣ ଜିତିବାର କୌଣସି ସୁଯୋଗକୁ ହାତଛଡ଼ା କରିନାହିଁ । ୨୦୧୪ ପୂର୍ବରୁ ୧୯୯୮ ଓ ୧୯୬୬ରେ ଭାରତୀୟ ପୁରୁଷ ହକି ଟିମ ଏସୀୟ କ୍ରୀଡ଼ାରେ ଚମ୍ପିଆନ୍‌ ହୋଇଥିଲା । ସେପଟେ ଆଜି ଚମ୍ପିଆନ୍‌ ହେବା ସହ ଭାରତୀୟ ପୁରୁଷ ହକି ଦଳ ୨୦୨୪ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ଗତ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲା । ଅଲିମ୍ପିକ୍ସରେ ୪୧ ବର୍ଷ ପରେ ଭାରତକୁ ହକିରେ ପଦକ ମିଳିଥିଲା । ତେବେ ଏଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ରହିବ ମେନ୍‌ ଇନ୍‌ ବ୍ଲ୍ୟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2023, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.