ETV Bharat / sports

Asian Games 2023: ଅଶାନ୍ତ ମଣିପୁର ପାଇଁ ଖୁସି ଖବର, ଉଷୁରେ ରୌପ୍ୟ ଜିତିଲେ ରୋଶିବିନା - ଉଷୁରେ ଭାରତକୁ ପଦକ

19 ତମ ଏସୀୟ କ୍ରୀଡାର ଷଷ୍ଠ ଦିନରେ ଭାରତକୁ ପଦକ ଭେଟି ଦେଇଛନ୍ତି ରୋଶିବିନା ଦେବୀ । ଉଷୁ ମହିଳା 60 କେଜି ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି ରୋଶିବିନା । ଅଧିକ ପଢନ୍ତୁ

Roshibina Devi wins silver medal in Wushu
Asian Games 2023
author img

By ETV Bharat Odisha Team

Published : Sep 28, 2023, 8:07 AM IST

Updated : Sep 28, 2023, 9:20 AM IST

ହାଙ୍ଗଝୌ: ଏସୀୟ କ୍ରୀଡାର ଷଷ୍ଠ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଉଷୁରେ ଭାରତକୁ ରୌପ୍ୟ ପଦକ ମିଳିଛି । ଉଷୁ ମହିଳା 60 କେଜି ବର୍ଗ ଫାଇନାଲରେ ରୋଶିବିନା ଦେବୀ ନାଓରେମ ରୌପ୍ୟ ପଦକ ଜିତିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 23ରେ ପହଞ୍ଚିଛି । ସେଥିରେ 5ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 10ଟି ବ୍ରୋଞ୍ଜ ମେଡାଲ ରହିଛି ।

  • REMARKABLE ROSHIBINA🥈🌟

    Roshibina won a sparkling Silver medal in the Wushu women’s 60 kg category at the #AsianGames2022

    Interestingly, Roshibina upgraded the color of her medal from bronze, which she won in 2018, Jakarta AG, to Silver this time.🔥🫡

    Kudos, champ!… pic.twitter.com/5uygAMK8Ta

    — SAI Media (@Media_SAI) September 28, 2023 " class="align-text-top noRightClick twitterSection" data=" ">

ଉଷୁ ମହିଳା 60 କେଜି ବର୍ଗ ଫାଇନାଲରେ ପ୍ରବେଶ କରିଥିଲେ ରୋଶିବନା । ସେ ସେମି ଫାଇନାଲରେ ଭିଏତନାମର ଥି ଥୁ ଥ୍ବେ ନଗେନଙ୍କୁ 2-0ରେ ପରାସ୍ତ କରିଥିଲେ । ଫାଇନାଲରେ ସେ ଚୀନର ଊ ଜିଆୱେଇଙ୍କୁ ଭେଟିଥିଲେ । ଗତ 2018 ଏସିଆଡ ଗେମ୍ସରେ ରୋଶିବିନା ବ୍ରୋଞ୍ଜ ପଦକ ଜିତିଥିଲେ । ଏଥରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି ।

  • "This Silver medal is dedicated to the people of Manipur. I tried my best in this game. I will rectify the faults I made in this game and play better. I will train harder for the upcoming World Championships in November," says Roshibina Devi Naorem, who won Silver medal in Wushu… pic.twitter.com/fU8CXwKK19

    — ANI (@ANI) September 28, 2023 " class="align-text-top noRightClick twitterSection" data=" ">

ରୌପ୍ୟ ସଫଳତା ପରେ ରୋଶିବିନା କହିଛନ୍ତି, ମୁଁ ମୋର ଏହି ପଦକ ମୋର ମଣିପୁରବାସୀଙ୍କୁ ଉତ୍ସର୍ଗ କରୁଛି । ମଣିପୁରର ସେହି ପ୍ରତିଟି ଲୋକ ପାଇଁ ଏ ପଦକ। ମୁଁ ଆଜି ଏଠି ସେମାନଙ୍କ ପାଇଁ ପହଞ୍ଚିଛି । ମୁଁ ମୋର ଖେଳରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ହାର ଜିତ ତ ଲାଗି ରହିଥାଏ । ଆଗକୁ ନଭେମ୍ବରରେ ଦେବାକୁ ଥିବା ବିଶ୍ବ ଚମ୍ପିଅନସିପରେ ଭଲ ପ୍ରଦର୍ଶନ କରିବି ।''

ଏହା ବି ପଢନ୍ତୁ...Asian Games: ଭାରତକୁ ଆଉ ଏକ ପଦକ, 50 ମିଟର ରାଇଫଲସ ମହିଳା ଟିମକୁ ରୌପ୍ୟ

ଏହା ବି ପଢନ୍ତୁ...Asian Games 2023: ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା, ପିସ୍ତଲ ଇଭେଣ୍ଟରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ

ଗତକାଲି ଭାରତକୁ 2ଟି ସ୍ବର୍ଣ୍ଣ ପଦକ ସହ ମୋଟ 8ଟି ପଦକ ମିଳିଥିଲା । ବନ୍ଧୁକଚାଳନାରେ କମାଲ କରିଥିଲା ଭାରତ । ମହିଳା 25 ମିଟର ଏୟାର ପିସ୍ତର ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା । 25 ମିଟର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ ଈଶା ସିଂ । ସେହିପରି ମହିଳା 50 ମିଟର ରାଇଫଲରେ ରୌପ୍ୟ ପଦକ ମିଳିଥିଲା । ପୁରୁଷ ସ୍କିଟରେ ରୌପ୍ୟ ଜିତିଥିଲେ ସୁଟର ଅନନ୍ତଜିତ ସିଂ ନାରୁକା । ସ୍କିଟ୍‌ ବା ସଟଗନ ଚାଳନାରେ ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତିଥିଲା । ସେଲିଂରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ ବିଷ୍ଣୁ ସରଦାନନ ।

ଏହା ବି ପଢନ୍ତୁ...Asian Games 2023: ମହିଳା ହକି ଦଳର ବିଜୟ ଅଭିଯାନ, 13-0 ଗୋଲରେ ହାରିଲା ସିଙ୍ଗାପୁର

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଜି ଷଷ୍ଠ ଦିନରେ ପଦକ ଅଭିଯାନ ଆରମ୍ଭ ହୋଇଛି । ଏଯାବତ ଭାରତ 5ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 10ଟି ବ୍ରୋଞ୍ଜ ପଦକ ହାସଲ କରିଛି । ମୋଟ 23 ପଦକ ସହି ଭାରତ ତାଲିକାରେ ସପ୍ତମ ସ୍ଥାନରେ ରହିଛି । 141 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ଜାପାନ, ଚତୁର୍ଥରେ ଉଜବେକିସ୍ତାନ, ପଞ୍ଚମରେ ଥାଇଲାଣ୍ଡ ଓ ଷଷ୍ଠରେ ହଂକଂ ରହିଛନ୍ତି ।

Last Updated : Sep 28, 2023, 9:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.