ନୂଆଦିଲ୍ଲୀ: ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଅଷ୍ଟମ ଦିନରେ ଯେଉଁଠି ଭାରତ 2ଟି ସ୍ବର୍ଣ୍ଣ ପଦକ ସହ 4ଟି ରୌପ୍ୟ ଓ 3ଟି ବ୍ରୋଞ୍ଜ ପହକ ହାସଲ କରିଥିଲା ସେଠି ଅଲମ୍ପିକ୍ସ ମେଡାଲ ବିଜେତା ମୀରବାଈ ଚାନୁ ନିରାଶ ହୋଇଛନ୍ତି । 49କେଜି ଭାରତ୍ତୋଳନ ଇଭେଣ୍ଟରେ ଷ୍ଟେଜରେ ପଡ଼ି ଗୁରୁତର ଆହତ ହୋଇଛନ୍ତି । ଫଳରେ ଭାରତ୍ତୋଳରେ ଭାରତର ପଦକ ଆଶା ମଉଳିଛି । ସେ ଚତୁର୍ଥ ସ୍ଥାନରେ ରହି ତାଙ୍କ ଅଭିଯାନ ଶେଷ କରିଛନ୍ତି ।
ମୀରାବାଈ ଚାନୁ ଗଭୀର ଆହତ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 49କେଜି ଭାରତ୍ତୋଳନ ଇଭେଣ୍ଟରେ ଆହତ ହୋଇଛନ୍ତି ମୀରାବାଈ ଚାନୁ । ଏହି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ସ୍ନେଚ ରାଉଣ୍ଡରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଚାପରେ ଥିଲେ ଚାନୁ । ଏହା ପରେ କ୍ଲିନ୍ ଆଣ୍ଡ ଜର୍କରେ 117କିଲୋ ଓଜନ ଉଠାଇବାକୁ ପ୍ରୟାସ କରିଥିଲେ ଯେଉଥିପାଇଁ ସେ କାଂସ୍ୟ ପଦକ ଜିତିଥାଆନ୍ତେ । ମାତ୍ର 2ଟି ପ୍ରୟାସ ପରେ ବି ସଫଳ ହୋଇ ନଥିଲେ । ଅନ୍ତିମ ପ୍ରୟାସରେ ମୀରାବାଈ ଚାନୁ ଭାର ଉଠାଉଥିବାବେଲେ ପଡି ଯାଇଥିଲେ । ସେ ଗଭୀର ଆହତ ହୋଇଛନ୍ତି । ତାଙ୍କୁ ସାହାର ଦେଇ ଷ୍ଟେଜରୁ ନିଆଯାଇଥିଲା । ତାଙ୍କ ଗୋଡରେ ଆଘାତ ହୋଇଥିବା ଅନୁମାନ କରାଯାଉଛି ।
ଏହା ବି ପଢନ୍ତୁ...Asian Games 2023: ପୁରୁଷ ଓ ମହିଳା ସ୍ପିଡ ସ୍କେଟିଂ ରିଲେ ଦଳକୁ ବ୍ରୋଞ୍ଜ
ମୀରାବାଈ ଚାନୁ ସ୍ନାଚ୍ ବର୍ଗରେ 83 କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ସେ ମୋଟ 191 କେଜି (83କେଜି+108କେଜି ) ଉଠାଇ ଚତୁର୍ଥ ସ୍ଥାନରେ ରହି ତାଙ୍କ ଅଭିଯାନ ଶେଷ କରିଛନ୍ତି । ମୀରାଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା । ମ୍ୟାଚ ପୂର୍ବରୁ ତାଙ୍କ କୋଚ୍ ତାଙ୍କୁ ଇଭେଣ୍ଟ୍ରେ ଅଂଶଗ୍ରହଣ କରିବାକୁ ମନା କରିଥିଲେ ତଥାପି ସେ ଭାଗ ନେଇଥିଲେ । 2018 ଏସୀୟ କ୍ରୀଡ଼ାରେ ସେ ଭାଗ ନେଇଥିଲେ ତେଣୁ ଚଳିତ ସିଜନରେ ସେ ପଦକ ଜିତିବା ଆଶା କରିଥିଲେ । ପ୍ରତିକ୍ରିୟାରେ ମୋ ସ୍ବପ୍ନ ଅଧୁରା ରହିଗଲା ବୋଲି କହିଛନ୍ତି ମୀରାବାଇ ଚାନୁ ।
ଏହା ବି ପଢନ୍ତୁ...Asian Games 2023: ପୁରୁଷ ବ୍ୟାଡମିଣ୍ଟନ ଦଳକୁ ଐତିହାସିକ ରୌପ୍ୟ ପଦକ
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 55ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବାବେଳେ 21ଟି ରୌପ୍ୟ ପଦକ ଓ 21ଟି ବ୍ରୋଞ୍ଜ୍ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସୁଟିଂରେ ଶ୍ରେଷ୍ଠ ସଫଳତା ସହ ମୋଟ 15 ପଦକ ଭାରତକୁ ମିଳିଛି । ଆଜି ନବମ ଦିନରେ ଭାରତତୁ ସ୍ପିଡ୍ ସ୍କେଟିଂରେ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।