ETV Bharat / sports

Asian Games : ସୁଟିଂରେ ଆଉ ଏକ ସ୍ବର୍ଣ୍ଣିମ ସଫଳତା, ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲା ଭାରତ

author img

By ETV Bharat Odisha Team

Published : Oct 1, 2023, 11:13 AM IST

19 ତମ ଏସୀୟ କ୍ରୀଡାରେ ଭାରତକୁ ସୁଟିଂରେ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲା ଭାରତ । ଅଧିକ ପଢନ୍ତୁ

Asian Games
ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲା ଭାରତ

ହଙ୍ଗଝୌ: ଚୀନରେ ପୁଣି ଉଡ଼ିଲା ତ୍ରିରଙ୍ଗା । ଚୀନ୍‌ରେ ଚାଲିଥିବା ଏସୀୟ କ୍ରୀଡ଼ାରେ ପୁଣି ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣିମ ସଫଳତା ମିଳିଛି । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ପୁରୁଷ ଟ୍ରାପ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛି ଭାରତ । ସେହିପରି ମହିଳା ଟ୍ରାପ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ଏହା ସହିତ ଭାରତର ପଦକ ସଂଖ୍ୟା 41ରୁ ବୃଦ୍ଧି ହୋଇଛି ଯେଉଥିରେ 11ଟି ସ୍ବର୍ଣ୍ଣ ପଦକ ରହିଛି ।

ଏହା ବି ପଢନ୍ତୁ...Asian Games 2023: ସୁଟିଂରେ ସ୍ବର୍ଣ୍ଣିମ ସଫଳତା, ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ

ପୁରୁଷ ଟ୍ରାପ ଇଭେଣ୍ଟରେ କାଇନାନ ଚେନାଇ, ଜୋରାଭର ସିଂହ, ପୃଥ୍ବୀରାଜ ଟୋଣ୍ଡାଇମାନ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛନ୍ତି । 361 ସ୍କୋର ସହ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଥିବାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେହିପିର ମହିଳା ଟ୍ରାପ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ଏହି ଦଳରେ ମନୀଷା କିର, ପ୍ରୀତି ରାଜାକ୍‌, ରାଜେଶ୍ବରୀ କୁମୀର ରୌପ୍ୟ ପଦକ ଜିତିଛନ୍ତି । ବିଶେଷ କରି ଏସୀୟ କ୍ରୀଡ଼ାରେ ସୁଟିଂ ବା ବନ୍ଧୁକ ଚାଳନାରେ କମାଲ କରିଛନ୍ତି ଭାରତୀୟ । ସର୍ବାଧିକ ପଦକ ସୁଟିଂରେ ମିଳିଛି । ଏସୀୟ କ୍ରୀଡ଼ାରେ ଷଷ୍ଠ ଦିନରେ ଭାରତକୁ ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ମିଳିଥିବାବେଳେ ମହିଳା 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ମିଳିଥିଲା ।

  • 🥈 Bang On Target! 🎯

    Our Women's Trap Shooting Team:
    🌟 #KheloIndiaAthletes Manisha Keer and Preeti Rajak
    🌟 @RiaKumari7

    Aimed high and hit the mark, securing the SILVER🥈 medal for India! 🇮🇳

    Let's cheer out loud for our sharpshooters for their incredible achievement! 🙌🥈… pic.twitter.com/Wvf1lV6vQp

    — SAI Media (@Media_SAI) October 1, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games 2023 : ଟେନିସରେ ଋତୁଜା-ରୋହନ ଯୋଡି ଜିତିଲେ ସ୍ବର୍ଣ୍ଣ

19ତମ ଏସୀୟ କ୍ରୀଡ଼ାରେ ଏଯାବତ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଅଷ୍ଟମ ଦିନରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ସହ ରୌପ୍ୟ ପଦକ ମିଳିଛି । ଏଯାବତ ଭାରତ ମୋଟ 41 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ମୋଟ ପଦକରେ 11ଟି ସ୍ବର୍ଣ୍ଣ, 16ଟି ରୌପ୍ୟ ଓ 14ଟି କାଂସ୍ୟ ପଦକ ରହିଛି । ଆୟୋଜକ ଚୀନ ସର୍ବାଧିକ ପଦକ ସହ ଶୀର୍ଷରେ ଥିବାବେଳେ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛନ୍ତି । ସପ୍ତମ ଦିନରେ ଭାରତର ସ୍କ୍ବାସ୍‌ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ସହ ଲଙ୍ଗ୍‌ ଡିଷ୍ଟାନ୍ସ ଇଭେଣ୍ଟ୍‌ର 10,000 ମିଟର ଦୌଡ଼ରେ କାର୍ତ୍ତିକଙ୍କୁ ରୌପ୍ୟ ଓ ଗୁଲବୀରଙ୍କୁ କାଂସ୍ୟ ପଦକ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.