ETV Bharat / sports

Asian Games 2023: ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ, ଜାପାନ ସହ ସ୍ବର୍ଣ୍ଣ ଲଢେଇ

19ତମ ଏସୀୟ କ୍ରୀଡ଼ା ହକିରେ ଭାରତୀୟ ପୁରୁଷ ହକି ଦଳ ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛି । ସେମିଫାଇନାଲରେ ଦକ୍ଷିଣ କୋରିଆକୁ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ଭାରତ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 5, 2023, 10:39 AM IST

Asian Games 2023 Hockey Match
Asian Games 2023 Hockey Match

ହଙ୍ଗଝୌ: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳର ଜଲୱା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଅପରାଜେୟ ରହି ଦଳ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଦକ୍ଷିଣ କୋରିଆକୁ 5-3 ଗୋଲରେ ପରାସ୍ତ କରି ଫାଇନାଲ୍‌ ଟିକେଟ ହାତେଇଛି ଭାରତୀୟ ପୁରୁଷ ହକି ଦଳ । ଆସନ୍ତାକାଲି(ଶୁକ୍ରବାର) ଜାପାନ ବିପକ୍ଷରେ ସ୍ବର୍ଣ୍ଣ ଲଢେଇ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ଫାଇନାଲରେ ବିଜୟ ସହ ଭାରତୀୟ ଦଳ ପ୍ୟାରିସ ଅଲିମ୍ପକ୍ସ ଟିକେଟ୍‌ ହାତେଇବାକୁ ପ୍ରୟାସ କରିବେ ।

  • After a brilliant battle against Korea in the semi final today #TeamIndia 🇮🇳 managed to comfortably take home the win and the confirmed podium finish.

    We March on 🔥 for the final battle on 6th October where we take the defending champions Japan 🇯🇵

    Catch all the live action on… pic.twitter.com/vIDbkfjFsB

    — Hockey India (@TheHockeyIndia) October 4, 2023 " class="align-text-top noRightClick twitterSection" data=" ">

ଦକ୍ଷିଣ କୋରିଆ ବିପକ୍ଷ ସେମିରେ ଭାରତ ଆରମ୍ଭରୁ ପ୍ରଭାବ ବିସ୍ତାର କରିଥିଲା । ପ୍ରଥମ କ୍ବାର୍ଟରରେ ଭାରତ 3ଟି ଗୋଲ୍‌ ସ୍କୋର୍‌ କରିଥିଲା । ପଞ୍ଚମ ମିନିଟ୍‌ରେ ହାର୍ଦ୍ଦିକ ସିଂହ ଫିଲ୍ଡ ଗୋଲ୍‌ କରିଥିଲେ । ଏହାପରେ 11ତମ ମିନିଟରେ ମନନ୍ଦୀପ ସିଂହ ଓ 15ତମ ମିନିଟରେ ଲଳିତ ଉପାଧ୍ୟାୟ ତୃତୀୟ ଗୋଲ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ କମ୍‌ବ୍ୟାକ୍‌ କରିଥିଲା କୋରିଆ । 17ତମ ମିନିଟରେ ମନଜାଏ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ । 24ତମ ମିନିଟରେ ଅମିତ ରୋହିଦାସ ଏକ ଗୋଲ ସ୍କୋର କରିଥିଲେ । 20 ତମ ମିନିଟରେ କୋରିଆର ମନଜାଏ ଆଉ ଏକ ଗୋଲ କରିଥିଲେ । ଏହାପରେ 42ତମ ମିନିଟରେ ସେ ତାଙ୍କର ତୃତୀୟ ଗୋଲ ସ୍କୋର କରିଥିଲେ । ଶେଷ କ୍ବାର୍ଟରରେ 54ତମ ମିନିଟରେ ଅଭିଷେକ ଏକ ଗୋଲ କରି ଦଳକୁ 5-3ରେ ଆଗୁଆ କରିଥିଲେ ।

ଏହା ବି ପଢନ୍ତୁ...Asian Games Hockey: ବାଂଲାଦେଶ ବିପକ୍ଷରେ ବିଶାଳ ବିଜୟ ସହ ସେମିରେ ଭାରତୀୟ ପୁରୁଷ ଦଳ

ଏହା ବି ପଢନ୍ତୁ...Asian Games 2023: ହଂକଂକୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ

ଭାରତ ତାର ପ୍ରଥମ ମ୍ୟାଚରେ ଉଜବେକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । ଉଜବେକିସ୍ତାନକୁ 16-0 ଗୋଲରେ ପରାସ୍ତ କରି ବିରାଟ ବିଜୟ ହାସଲ କରିଥିଲା । ଏହାପରେ ସିଙ୍ଗାପୁରୁ ବିପକ୍ଷରେ 16-1 ଗୋଲରେ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଜାପାନ ବିପକ୍ଷରେ 4-2 ଗୋଲରେ ବିଜୟ ହାସଲ କରିଥିଲା । ଏହାପରେ ଚତୁର୍ଥ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଧୂଳି ଚଟାଇ 10-2 ଗୋଲରେ ବାଜି ମାରିଥିଲା ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ପୁରୁଷ ହକି ଦଳ । ଏସୀୟ କ୍ରୀଡ଼ାରେ ଏପର୍ଯ୍ୟନ୍ତ ଅପରାଜେୟ ରହି ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲ ଟିକେଟ୍‌ ହାତେଇଛି ।

  • Final beckons 🏑✌🏻

    After a thrilling encounter #TeamIndia 🇮🇳 has booked their spot in the Final of #19thAsianGames Hangzhou 2022.

    Next match Semi Final:
    📆 5th Oct 1:30 PM IST 🇮🇳IND vs CHN 🇨🇳 (Women)
    📍Hangzhou, China.
    📺 Streaming on Sony LIV and Sony Sports Network.… pic.twitter.com/cd23TLAC0W

ଏହା ବି ପଢନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

ଆଜି ମହିଳା ହକି ସେମିଫାଇନାଲ: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳର ମଧ୍ୟ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏସୀୟ କ୍ରୀଡ଼ାରେ ଏପର୍ଯ୍ୟନ୍ତ ଅପରାଜେୟ ରହି ଦଳ ଆଜି ଚୀନ ବିପକ୍ଷରେ ସେମିଫାଇନାଲ ଖେଳିବ । ଅପରାହ୍ନ 1ଟା 30ରୁ ମ୍ୟାଚ୍‌ ଆରମ୍ଭ ହେବ । ବିଜୟ ହେଲେ ଦଳ ଫାଇନାଲରେ ପ୍ରବେଶ କରି ରୌପ୍ୟ ପଦକ ପକ୍କା କରିବ । ପୁଲ-ଏ'ରେ ସ୍ଥାନ ପାଇଥିବା ଭାରତୀୟ ମହିଳା ହକି ଦଳ 4ଟି ମ୍ୟାଚ୍‌ ଖେଳି 3ଟି ବିଜୟ ଓ ଗୋଟିଏ ଡ୍ର' ସହ ଶୀର୍ଷରେ ରହିଛି । ଚୀନ 3ଟି ବିଜୟ ଓ ଗୋଟିଏ ପରାଜୟ ସହ 9 ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ଏକ ସେମିରେ ଜାପାନ ଓ ଦକ୍ଷିଣ କୋରିଆ ମୁହାିଁମୁହିଁ ହେବେ ।

ପ୍ରକାଶ ଥାଉ କି, ଚୀନ୍‌ରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି । ମୋଟ 81 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସେଥିରେ 18ଟି ସ୍ବର୍ଣ୍ଣ ଓ 31ଟି ରୌପ୍ୟ ଓ 32ଟି ବ୍ରୋଞ୍ଜ୍‌ ମେଡାଲ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ା ଶେଷ ସୁଦ୍ଧା ଯଦି ଭାରତର ଏହି ପ୍ରଦର୍ଶନ ଜାରି ରୁହେ ତେବେ ଏଥର ପଦକ ସଂଖ୍ୟା 100 ପାର ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.