ETV Bharat / sports

Asian Games 2023: ତୀରନ୍ଦାଜରେ ଭାରତକୁ ଆଉ ଦୁଇଟି ସ୍ବର୍ଣ୍ଣ - ଏସୀୟ କ୍ରୀଡା

ଏସୀୟ କ୍ରୀଡାର 14ତମ ଦିନରେ ତୀରନ୍ଦାଜରେ ଭାରତକୁ ଆଉ ଦୁଇଟି ସ୍ବର୍ଣ୍ଣ । ମହିଳା ଓ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ଓ ପ୍ରବୀଣ ଓଜାସ ଡେଓଟେଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

asian games 2023
asian games 2023
author img

By ETV Bharat Odisha Team

Published : Oct 7, 2023, 8:03 AM IST

ହଙ୍ଗଝୌ: ଏସୀୟ କ୍ରୀଡାର 14ତମ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ସ୍ବର୍ଣ୍ଣରୁ ପଦକୁ ଅଭିଯାନ ଆରମ୍ଭ କରିଛି ଭାରତ । ତୀରନ୍ଦାଜରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ମହିଳା ଓ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ଷ୍ଟାର ଜ୍ୟୋତି ସୁରେଖା ଓ ପ୍ରବୀଣ ଓଜାସ ଡେଓଟେଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏସୀୟ କ୍ରୀଡାରେ ଜ୍ୟୋତି 3ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ କୋରିଆରକୁ 149-145ରେ ହରାଇ ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି ଜ୍ୟୋତି ।

ସେହିପରି ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଅଭିଶେଖ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଇଣ୍ଡୋନେସିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଗୋପୀଚାନ୍ଦ ସ୍ୱାମୀ । ଏହାକୁ ମିଶାଇ ଭାରତ ମୋଟ ପଦକ ସଂଖ୍ୟା 99ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡାରେ ଭାରତ 24ଟି ସ୍ବର୍ଣ୍ଣ, 35 ରୌପ୍ୟ ଓ 40ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଆଉ ଗୋଟିଏ ପଦକ ହାସଲ ପରେ ଭାରତର ପଦକ ସଂଖ୍ୟା 100 ଛୁଇଁବ । 1975 ପରଠାରୁ ତୀରନ୍ଦାଜରେ ଚଳିତ ବର୍ଷ ରେର୍କଡ ପଦକ ହାସଲ କରିଛି ଭାରତ ।

ଏହା ମଧ୍ୟ ପଢନ୍ତୁ-Asian Games 2023: କ୍ରିକେଟରେ ଆଜି ଫାଇନାଲ ମୁକାବିଲା, ମୁହାଁମୁହିଁ ହେବ ଭାରତ ଓ ଆଫଗାନିସ୍ତାନ

ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ଆଜି 100 ପାର କରିବ । ଏସିଆନ ଗେମ୍ସର 14ତମ ଦିନରେ ପୁରୁଷ କ୍ରିକେଟ, ମହିଳା ସ୍କେଟିଂ, ପୁରୁଷ ବ୍ୟାଟମିଣ୍ଟନ ଓ କବାଡିରେ ଉଭୟ ପୁରୁଷ ଏବଂ ମହିଳା ଦଳର ଫାଇନାଲ ମୁକାବିଲା ରହିଛି । ପଦକ ଏକପ୍ରକାର ପକ୍କା ହୋଇଥିଲେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛନ୍ତି ଭାରତୀୟ କ୍ରୀଡାବିତ । ଶୁକ୍ରବାର ଭାରତ ଏସୀୟ କ୍ରୀଡାରେ 9 ପଦକ ହାସଲ କରିଥିଲା । ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ 6ଟି ବ୍ରୋଞ୍ଚ ପଦକ ଏଥିରେ ସାମିଲ ରହିଛି । ଶୁକ୍ରବାର ମୋଟ ପଦକ ସଂଖ୍ୟା 95ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା 97ରେ ପହଞ୍ଚିଛି ।

ପ୍ରକାଶ ଥାଉକି, ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି । ମୋଟ 99 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସେଥିରେ 24ଟି ସ୍ବର୍ଣ୍ଣ ଓ 35ଟି ରୌପ୍ୟ ଓ 40ଟି ବ୍ରୋଞ୍ଜ ମେଡାଲ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.