ETV Bharat / sports

Asian Games 2023: ଭାରତକୁ ଆଉ 3 ପଦକ, ବକ୍ସିଂରେ ଲଭଲିନାଙ୍କୁ ରୌପ୍ୟ

author img

By ETV Bharat Odisha Team

Published : Oct 4, 2023, 2:13 PM IST

19 ତମ ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ବଢି ବଢି ଚାଲିଛି । 11ତମ ଦିନରେ ଏଯାବତ ଭାରତକୁ 5ଟି ପଦକ ହାସଲ କରିଛି । ଅଧିକ ପଢନ୍ତୁ

Asian Games 2023
medal in boxing at asian games

ହାଙ୍ଗଝୌ: ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । 11ତମ ଦିନରେ ଭାରତକୁ ଆଉ 3ଟି ପଦକ ମିଳିଛି । ବକ୍ସିଂରେ 2ଟି ପଦକ ମିଳିଥିବାବେଳେ ସ୍କ୍ବାଶ ମିକ୍ସଡରେ ଏକ ପଦକ ମିଳିଛି । ଲଭଲିନା ବୋର୍ଗହେନ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରବିନ ହୁଡା ବ୍ରୋଞ୍ଜ ପଦକ ଜିତିଛନ୍ତି । ସ୍କ୍ବାଶ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ମିଳିଛି । ଏହା ସହିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 74ରେ ପହଞ୍ଚିଛି ।

  • SHINING SILVER🥈 FOR LOVLINA🌟

    🇮🇳's Boxer and #TOPSchemeAthlete @LovlinaBorgohai wins the SILVER 🥈medal in the Women's 75 kg category 🇮🇳🏅

    Her incredible prowess in the ring shines brighter than ever. Let's give her a thunderous round of applause! 🥳💪

    Congratulations,… pic.twitter.com/i0qSwfD51o

    — SAI Media (@Media_SAI) October 4, 2023 " class="align-text-top noRightClick twitterSection" data=" ">

ମହିଳା ବକ୍ସିଂ 75 କେଜି ବର୍ଗରେ ଲଭଲିନା ବୋର୍ଗହେନ୍‌ ରୌପ୍ୟ ପଦକ ଜିତିଛନ୍ତି । ବକ୍ସିଂ ଇଭେଣ୍ଟ୍‌ର 75 କେଜି ବର୍ଗରେ ଫାଇନାଲରେ ପହଞ୍ଚିବା ସହିତ ତାଙ୍କୁ ପ୍ୟାରିସ୍‌ ଅଲମ୍ପିକ୍ସ ଟିକେଟ ମିଳିଥିଲା । ଫାଇନାଲରେ ଚୀନର କ୍ବିଆନ୍‌ ଲି'ଙ୍କୁ ଭେଟିଥିଲେ । ଏଥିରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି । 75 କେଜି ବର୍ଗ ସେମିରେ ଅଲିମ୍ପକ୍ସ ବ୍ରୋଞ୍ଜ ପଦକ ବିଜୟୀନ ଲଭ୍‌ଲିନା ଥାଇଲାଣ୍ଡର ବେସନ ମନିକନଙ୍କୁ 5-0ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି ମହିଳା 57 କେଜି ବର୍ଗରେ ପ୍ରବୀନ ହୁଡା ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଭାରତ ରେକର୍ଡ ପଦକ ହାସଲ କରିଛି । 2018 ସଂସ୍କଣରେ ମୋଟ 70ଟି ପଦକ ଜିତିଥିଲା ।

PARVEEN SETTLES FOR BRONZE🥉🥊

In the Women's 57 kg boxing category at #AsianGames2022, @BoxerHooda has secured a BRONZE🥉, adding another medal to India's rich medal haul🌟

Very well played, Parveen👍🏻#Cheer4India#JeetegaBharat#BharatAtAG22#Hallabol pic.twitter.com/NMtvVN5hqR

— SAI Media (@Media_SAI) October 4, 2023

ଏହା ବି ପଢନ୍ତୁ...Asian Games 2023: ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ, ପଦକ ସଂଖ୍ୟା 71 ଛୁଇଁଲା

ସ୍କ୍ବାଶ୍‌ ମିକ୍ସଡ୍‌ ଡବଲ୍ସରେ ଅନାହତ ଓ ଅଭୟ ଯୋଡି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । ମିକ୍ସଡ ଡବଲ୍ସ ସେମିରେ ପରାସ୍ତ ହୋଇ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । ଅନାହତ ଓ ଅଭୟ ଯୋଡ଼ି 11-8,2-11, 9 -11 ସେଟରେ ମାଲେସିଆ ନିକଟରୁ ପରାଜାତି ହୋଇଛନ୍ତି । ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରେ ଜିତିଥିଲେ ମାତ୍ର ଦ୍ବିତୀୟ ଗେମରେ ପରାସ୍ତ ହୋଇଥିଲେ । ବ୍ରୋଞ୍ଜ ପଦକ ସହ ସେମାନଙ୍କ ଅଭିଯାନ ଶେଷ ହୋଇଛି ।

ଏହା ବି ପଢନ୍ତୁ...Asian Games 2023: ପାରୁଲ ଚୌଧୁରୀ ଓ ଅନ୍ନୁ ରାନୀଙ୍କୁ ସ୍ବର୍ଣ୍ଣ, ୧୦ମ ଦିନରେ ଭାରତକୁ ୯ ପଦକ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଭିମୁଖେ ରହିଛି ଭାରତ । ଭାରତ ଏଯାବତ 74ଟି ପଦକ ହାସଲ କିରିଛି । ସେଥିରେ 16ଟି ସ୍ବର୍ଣ୍ଣ, 27ଟି ରୌପ୍ୟ ଓ 31ଟି ବ୍ରୋଞ୍ଜ୍‌ ପଦକ ରହିଛି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆୟୋଜକ ଚୀନ ସର୍ବାଧିକ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଜାପାନ ଓ ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ରହିଛି ।

ହାଙ୍ଗଝୌ: ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । 11ତମ ଦିନରେ ଭାରତକୁ ଆଉ 3ଟି ପଦକ ମିଳିଛି । ବକ୍ସିଂରେ 2ଟି ପଦକ ମିଳିଥିବାବେଳେ ସ୍କ୍ବାଶ ମିକ୍ସଡରେ ଏକ ପଦକ ମିଳିଛି । ଲଭଲିନା ବୋର୍ଗହେନ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରବିନ ହୁଡା ବ୍ରୋଞ୍ଜ ପଦକ ଜିତିଛନ୍ତି । ସ୍କ୍ବାଶ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ମିଳିଛି । ଏହା ସହିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 74ରେ ପହଞ୍ଚିଛି ।

  • SHINING SILVER🥈 FOR LOVLINA🌟

    🇮🇳's Boxer and #TOPSchemeAthlete @LovlinaBorgohai wins the SILVER 🥈medal in the Women's 75 kg category 🇮🇳🏅

    Her incredible prowess in the ring shines brighter than ever. Let's give her a thunderous round of applause! 🥳💪

    Congratulations,… pic.twitter.com/i0qSwfD51o

    — SAI Media (@Media_SAI) October 4, 2023 " class="align-text-top noRightClick twitterSection" data=" ">

ମହିଳା ବକ୍ସିଂ 75 କେଜି ବର୍ଗରେ ଲଭଲିନା ବୋର୍ଗହେନ୍‌ ରୌପ୍ୟ ପଦକ ଜିତିଛନ୍ତି । ବକ୍ସିଂ ଇଭେଣ୍ଟ୍‌ର 75 କେଜି ବର୍ଗରେ ଫାଇନାଲରେ ପହଞ୍ଚିବା ସହିତ ତାଙ୍କୁ ପ୍ୟାରିସ୍‌ ଅଲମ୍ପିକ୍ସ ଟିକେଟ ମିଳିଥିଲା । ଫାଇନାଲରେ ଚୀନର କ୍ବିଆନ୍‌ ଲି'ଙ୍କୁ ଭେଟିଥିଲେ । ଏଥିରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି । 75 କେଜି ବର୍ଗ ସେମିରେ ଅଲିମ୍ପକ୍ସ ବ୍ରୋଞ୍ଜ ପଦକ ବିଜୟୀନ ଲଭ୍‌ଲିନା ଥାଇଲାଣ୍ଡର ବେସନ ମନିକନଙ୍କୁ 5-0ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି ମହିଳା 57 କେଜି ବର୍ଗରେ ପ୍ରବୀନ ହୁଡା ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଭାରତ ରେକର୍ଡ ପଦକ ହାସଲ କରିଛି । 2018 ସଂସ୍କଣରେ ମୋଟ 70ଟି ପଦକ ଜିତିଥିଲା ।

ଏହା ବି ପଢନ୍ତୁ...Asian Games 2023: ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ, ପଦକ ସଂଖ୍ୟା 71 ଛୁଇଁଲା

ସ୍କ୍ବାଶ୍‌ ମିକ୍ସଡ୍‌ ଡବଲ୍ସରେ ଅନାହତ ଓ ଅଭୟ ଯୋଡି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । ମିକ୍ସଡ ଡବଲ୍ସ ସେମିରେ ପରାସ୍ତ ହୋଇ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । ଅନାହତ ଓ ଅଭୟ ଯୋଡ଼ି 11-8,2-11, 9 -11 ସେଟରେ ମାଲେସିଆ ନିକଟରୁ ପରାଜାତି ହୋଇଛନ୍ତି । ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରେ ଜିତିଥିଲେ ମାତ୍ର ଦ୍ବିତୀୟ ଗେମରେ ପରାସ୍ତ ହୋଇଥିଲେ । ବ୍ରୋଞ୍ଜ ପଦକ ସହ ସେମାନଙ୍କ ଅଭିଯାନ ଶେଷ ହୋଇଛି ।

ଏହା ବି ପଢନ୍ତୁ...Asian Games 2023: ପାରୁଲ ଚୌଧୁରୀ ଓ ଅନ୍ନୁ ରାନୀଙ୍କୁ ସ୍ବର୍ଣ୍ଣ, ୧୦ମ ଦିନରେ ଭାରତକୁ ୯ ପଦକ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଭିମୁଖେ ରହିଛି ଭାରତ । ଭାରତ ଏଯାବତ 74ଟି ପଦକ ହାସଲ କିରିଛି । ସେଥିରେ 16ଟି ସ୍ବର୍ଣ୍ଣ, 27ଟି ରୌପ୍ୟ ଓ 31ଟି ବ୍ରୋଞ୍ଜ୍‌ ପଦକ ରହିଛି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆୟୋଜକ ଚୀନ ସର୍ବାଧିକ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଜାପାନ ଓ ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.