ETV Bharat / sports

Asian Games 2023: ଭାରତୀୟ ସୁଟରଙ୍କ କମାଲ ଜାରି, ଗୋଲ୍ଡ ପରେ ବ୍ୟକ୍ତିଗତ ବିଭାଗରେ ଚେନାଇଙ୍କୁ ବ୍ରୋଞ୍ଜ - ଏସିଆନ୍‌ ଗେମ୍ସ ୨୦୨୩

ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ସୁଟର୍‌ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ପୁରୁଷ ସୁଟିଂ ଦଳରେ ଜୋରାବର ସିଂହ ଓ ପୃଥ୍ବୀରାଜ ଟୋଣ୍ଡିମନଙ୍କ ସହ କିନ୍ନାନ ଚେନାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହାପରେ ବ୍ୟକ୍ତିଗତ ବର୍ଗରେ ଚେନାଇ ଭାରତକୁ ବ୍ରୋଞ୍ଜ ମେଡାଲ ଭେଟି ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବ୍ୟକ୍ତିଗତ ବିଭାଗରେ ଚେନାଇଙ୍କୁ ବ୍ରୋଞ୍ଜ
ବ୍ୟକ୍ତିଗତ ବିଭାଗରେ ଚେନାଇଙ୍କୁ ବ୍ରୋଞ୍ଜ
author img

By ETV Bharat Odisha Team

Published : Oct 1, 2023, 9:19 PM IST

ହାଙ୍ଗଝୌ: ଜାରି ରହିଥିବା ଏସିଆନ୍‌ ଗେମ୍ସ-୨୦୨୩ରେ ଭାରତୀୟ ସୁଟର୍‌ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଆଜି ଅଷ୍ଟମ ଦିନରେ ସୁଟିଂରେ ଭାରତୀୟ ପୁରୁଷ ଦଳ ଗୋଲ୍ଡ ହାତେଇଛନ୍ତି । ପୁରୁଷ ସୁଟିଂ ଦଳରେ କିନ୍ନାନ ଚେନାଇ, ଜୋରାବର ସିଂହ ଓ ପୃଥ୍ବୀରାଜ ଟୋଣ୍ଡିମନ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏଥିରେ ଭାରତ ପ୍ରତିଦ୍ବନ୍ଦ୍ବୀ କୁଏତ୍‌ ଓ ଚୀନ୍‌କୁ ପଛରେ ପକାଇ ଗୋଲ୍ଡ ମେଡାଲ ହାସଲ କରିଛି । ଭାରତ ସୁଟିଂରେ ଏପର୍ଯ୍ୟନ୍ତ ୭ଟି ସ୍ବର୍ଣ୍ଣ, ୯ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ସହ ମୋଟ ୨୨ଟି ପଦକ ହାସଲ କରିସାରିଲାଣି । ଏହି ସ୍ବର୍ଣ୍ଣ ଜିତିବା ପରେ ଚେନାଇ ଓ ସନ୍ଧୁ ବ୍ୟକ୍ତିଗତ ଭାବେ ଫାଇନାଲ୍‌ ଖେଳିବାକୁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ । ତେବେ ବ୍ୟକ୍ତିଗତ ବିଭାଗରେ କିନ୍ତୁ କିନ୍ନାନ ଚେନାଇଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଏସିଆନ୍‌ ଗେମ୍ସ-୨୦୨୩ରେ ଆଜି ଆରମ୍ଭରୁ ସୁଟିଂରେ ମହିଳା ଟ୍ରାପ୍ ଟିମ୍‌ ରୌପ୍ୟ ପଦକ ହାସଲ କରିଥିଲା । ରାଜେଶ୍ବର କୁମାରୀ, ମନୀସା କୀର ଓ ପ୍ରୀତି ରଜାକ ୩୩୭ ପଏଣ୍ଟ ପାଇ ରନର୍ସ୍‌ ଅପ୍ ହୋଇଥିବାବେଳେ ଚୀନ ଏହି ମୁକାବିଲା ଜିତି ନେଇଥିଲା । ଏସିଆନ୍‌ ଗେମ୍ସରେ ଭାରତୀୟ ସୁଟରମାନେ ପଦକ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ପୂର୍ବତନ ବିଶ୍ ଚମ୍ପିଆନ୍‌ ରୁଦ୍ରାକ୍ଷ ପାଟିଲ ଓ ଅଲିମ୍ପିଆନ ଐଶ୍ବର୍ଯ୍ୟା ପ୍ରତାପ ସିଂହ ତୋମାରଙ୍କ ନେତୃତ୍ବରେ ଭାରତୀୟ ମହିଳା ସୁଟିଂ ଟିମ୍ ଏସିଆନ୍ ଗେମ୍ସ ଖେଳୁଛି । ଦଳରେ ୩୩ ଖେଳାଳି ରାଇଫଲ, ପିସ୍ତଲ ଓ ସଟ୍‌ଗନ୍‌ ଇଭେଟଣ୍ଟରେ ପ୍ରତିଯୋଗିତା କରୁଛନ୍ତି । ତେବେ ଏସିଆନ୍‌ ଗେମ୍ସ ଇତିହାସରେ ଭାରତ ଏଥର ସବୁଠାରୁ ଭଲ ପ୍ରଦର୍ଶନ କରି ଇତିହାସ ରଚିଛି । ଏହା ପୂର୍ବରୁ ଭାରତ କେବଳ ସୁଟିଂରେ ୨୨ଟି ମେଡାଲ ଜିତିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asian Games : ସୁଟିଂରେ ଆଉ ଏକ ସ୍ବର୍ଣ୍ଣିମ ସଫଳତା, ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲା ଭାରତ

ସୁଟିଂରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା ସୁଟରଙ୍କ ମଧ୍ୟରୁ ସରବ୍‌ଜୋତ ସିଂହ, ଯିଏ ପରୁଷ ୧୦ ମିଟର ଏୟାର ପିସ୍ତଲ ବର୍ଗର ଫାଇନାଲ୍ ମ୍ୟାଚ୍‌ରେ ଭଲ ସ୍କୋର କରି ସ୍ବର୍ଣ୍ଣ ହାତେଇଛନ୍ତି । ସେହିପରି ଦିବ୍ୟା ଟିଏସ୍‌ ମହିଳା ବର୍ଗରେ ୧୦ ମିଟର ଏୟାର ପିସ୍ତଲ୍‌ରେ ରୌପ୍ୟ ପଦକ ହାତେଇଛନ୍ତି । ସୁଟିଂରେ ସ୍ବର୍ଣ୍ଣ ବିଜେତା ହେଲେ ସିଫ୍ଟ କୌର ଶର୍ମା (ମହିଳା ୫୦ ମିଟର ରାଇଫଲ ୩ ପୋଜିସନ), ପଲକ ଗୁଲିଆ (ମହିଳା ୧୦ ମିଟର ଏୟାର ପିସ୍ତଲ), ଐଶ୍ବର୍ଯ୍ୟ ସିଂହ ତୋମାର, ସ୍ବପ୍ନିଲ କୁଶାଲେ ଓ ଅଖିଲ ଶିଓରାନ (ପୁରୁଷ ଟିମ୍‌ ୫୦ ମିଟର ରାଇଫଲ ୩ ପୋଜିସନ), ମନୁ ଭାକେର, ରିଦମ ସାଙ୍ଗୱାନ, ଈଶା ସିଂହ (୨୪ ମିଟର ସ୍ପୋର୍ଟ୍ସ ପିସ୍ତଲ କାଟେଗୋରୀ)ରେ ସ୍ବର୍ଣ୍ଣ ଜିତିଛନ୍ତି । ସେହିପରି ରୁଦ୍ରାକ୍ଷ ପାଟିଲ, ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର, ଦିବ୍ୟା ସିଂହ ପାୱନରା ପୁରୁଷ ୧୦ ମିଟର ଏୟାର ରାଇଫଲ ବର୍ଗରେ ଭାରତ ପାଇଁ ସ୍ବର୍ଣ୍ଣ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.