ETV Bharat / sports

ଏସିଆ ଚମ୍ପିଆନସିପ୍‌ ଟ୍ରାୟଲ୍ସରେ ହାରିଲେ ସାକ୍ଷୀ ଓ ପୂଜା

author img

By

Published : Jan 4, 2020, 11:20 PM IST

ସୋନମ ମଲିକ ଏସିଆ ଚମ୍ପିଆନସିପ୍‌ର ଟ୍ରାୟଲ୍ସରେ ରିୟୋ ଅଲମ୍ପିକ କାଂସ୍ୟ ପଦକ ବିଜେତା ସାକ୍ଷୀ ମଲିକଙ୍କୁ ପରାସ୍ତ କରି ଏସିଆ ଚମ୍ପିଆନସିପ୍‌ର ଟିକେଟ ହାସଲ କରିଛନ୍ତି।

wrestling
wrestling

ଲକ୍ଷ୍ନୋ: 2ଥର ଓ୍ବାର୍ଲ୍ଡ କ୍ୟାଡେଟ ଚମ୍ପିଆନ ସୋନମ ମଲିକ ଏସିଆ ଚମ୍ପିଆନସିପ୍‌ର ଟ୍ରାୟଲ୍ସରେ ରିୟୋ ଅଲମ୍ପିକ କାଂସ୍ୟ ପଦକ ବିଜେକା ସାକ୍ଷୀ ମଲିକଙ୍କୁ ପରାସ୍ତ କରିଛନ୍ତି। ଏହା ସହ ଭାରତର ଆଉ ଜଣେ କୁସ୍ତି ଯୋଦ୍ଧା ପୂଜା ଢାଣ୍ଡାଙ୍କୁ ଟ୍ରାୟଲ୍ସରେ ପରାସ୍ତ କରିଛନ୍ତି। ପୂଜାଙ୍କୁ ଅଂଶୁ ମଲିକ ମାତ୍‌ ଦେଇଛନ୍ତି।

62କି.ଗ୍ରା ବର୍ଗରେ ସୋନମ 2ୟ ରାଉଣ୍ଡରେ 4-6ରେ ପଛରେ ଥିଲେ। ସେ ମ୍ୟାଚର 3 ସେକେଣ୍ଡରେ 10-10ରେ ସ୍କୋରକୁ ବରାବର କରିଥିଲେ। ଶେଷରେ ଅଙ୍କ ହାସଲ କରିଥିବାରୁ ସୋନମଙ୍କୁ ବିଜେତା ଘୋଷଣା କରାଯାଇଛି। ସୋନମ ପୁଣି ରାଧିକାଙ୍କୁ 4-1ରେ ହରାଇ ଏସିଆ ଚମ୍ପିଆନସିପ୍‌ ପାଇଁ ଭାରତୀୟ ଟିମରେ ନିଜର ସ୍ଥାନ ପକ୍କା କରିଛନ୍ତି।

wrestling
ବିନେଶ ଫୋଗାଟ

ସେହିପରି, ଅଂଶୁ ମହିଳାଙ୍କ 57କି.ଗ୍ରା ବର୍ଗରେ ପ୍ରଥମେ ପୂଜା ଓ ମାନସୀଙ୍କୁ ମାତ୍‌ ଦେଇ ଚମ୍ପିଆନସିପ୍‌ରେ ନିଜର ସ୍ଥାନ ସଂରକ୍ଷିତ କରିଛନ୍ତି ।

ବିନେଶ ଫୋଗାଟ(53 କି.ଗ୍ରା ବର୍ଗ) ଓ ଦିବ୍ୟା କାକରାନ(68କି.ଗ୍ରା) ବି ନିଜ ନିଜ ମୁକାବିଲାରେ ଜିତି ଏସିଆ ଚମ୍ପିଆନସିପ୍‌ର ଟିକେଟ ହାସଲ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.