ବ୍ୟାଙ୍ଗକକ୍: ଚଳିତ ଏସିଆନ୍ ବକ୍ସିଂ ଚାମ୍ପିଅନସିପ୍ରେ ଭାରତର କବିନ୍ଦର ସିଂହ ବିଷ୍ଟ (୫୬ କେଜି) ବର୍ଗରେ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଆନ୍ କାଇରାତ୍ ୟେରାଲିୟେଭଙ୍କୁ ହରାଇ ସେମିଫାଇନାଲରେ ସ୍ଥାନ ହାସଲ କରିବା ସହ ପଦକ ପକ୍କା କରିଛନ୍ତି । ସେହିପରି ଅମିତ୍ ପାନଙ୍ଘଲ(52)କେଜି ବର୍ଗରେ ଅଲମ୍ପିକ ଚମ୍ପିଆନ ହାନବୟ ଦୁସମାଟୋଭାଙ୍କୁ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରଛନ୍ତି ।
ସେହିପରି ସୋନିଆ ଚହଲ୍ (୫୭ କେଜି) ମଧ୍ୟ ମହିଳା ଅନ୍ତିମ-୪ରେ ପହଞ୍ଚିଛନ୍ତି । କଜାଖସ୍ତାନ ବକ୍ସର ୟେରାଲିୟେଭଙ୍କ ବିରୋଧରେ କବିନ୍ଦର ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ୟେରାଲିୟେଭ ଭାରତୀୟ ବକ୍ସରଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ରାଉଣ୍ଡରେ କବିନ୍ଦର ଜବରଦସ୍ତ ଆଟାକ୍ କରି ମୁକାବିଲାକୁ ଜିତି ନେଇଥିଲେ ।