ETV Bharat / sports

କୋରୋନା ଭୟ: ଏସିଆନ ବକ୍ସିଂ ଚମ୍ପିଆନସିପ ଦୁବାଇକୁ ସ୍ଥାନାନ୍ତର

ଦୁବାଇକୁ ସ୍ଥାନାନ୍ତର ହେଲା ଏସିଆନ ବକ୍ସିଂ ଚମ୍ପିଆନସିପ । ପୂର୍ବରୁ ଚମ୍ପିଆନସିପ ନୂଆଦିଲ୍ଲୀରେ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା । ଅଧିକ ପଢ଼ନ୍ତୁ...

କୋରୋନା ଭୟ: ଏସିଆନ ବକ୍ସିଂ ଚମ୍ପିଆନସିପ ଦୁବାଇକୁ ସ୍ଥାନାନ୍ତର
କୋରୋନା ଭୟ: ଏସିଆନ ବକ୍ସିଂ ଚମ୍ପିଆନସିପ ଦୁବାଇକୁ ସ୍ଥାନାନ୍ତର
author img

By

Published : Apr 28, 2021, 5:58 PM IST

ନୂଆଦିଲ୍ଲୀ: ଦୁବାଇକୁ ସ୍ଥାନାନ୍ତର ହେଲା ଏସିଆନ ବକ୍ସିଂ ଚମ୍ପିଆନସିପ । ପୂର୍ବରୁ ଚମ୍ପିଆନସିପ ନୂଆଦିଲ୍ଲୀରେ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା । ଆସନ୍ତା ମେ ମାସରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର ହୋଇଥିବା ନେଇ ଭାରତୀୟ ବକ୍ସିଂ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ଦ୍ରୁତଗତିରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଭାରତ ଭାରତ ଭ୍ରମଣ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି । ମେ ମାସରେ ଏସିଆନ ବକ୍ସିଂ ଚମ୍ପିଆନସିପ ଅନୁଷ୍ଠିତ ହେଲେ ବହୁ ଦେଶ ଏଥିରେ ଭାଗ ନେବାରୁ ବଞ୍ଚିତ ହେବେ । ଏହାକୁ ଦୃଷ୍ଟିରେ ରଖି ଚମ୍ପିଆନସିପକୁ ଦୁବାଇକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାକୁ ନେଇ ଭାରତୀୟ ବକ୍ସିଂ ଫେଡେରେସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, "ବିଭିନ୍ନ ଦେଶ ଭାରତ ଭ୍ରମଣ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ଏସିଆନ ବକ୍ସିଂ କନଫେଡେରେସନ ସହ ଆଲୋଚନା କରିଥିଲା। ଆଲୋଚନାରେ ଏସିଆନ ବକ୍ସିଂ ଚମ୍ପିଆନସିପ 2021କୁ ଦୁବାଇ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତୀୟ ବକ୍ସିଂ ଫେଡେରେସନ ଓ ଦୁବାଇ ବକ୍ସିଂ ଫେଡେରେସନ ମିଳିତ ଭାବରେ ଆୟୋଜନ କରିବେ ।"

ଟୁର୍ଣ୍ଣାମେଣ୍ଟକୁ ନେଇ ଭାରତୀୟ ବକ୍ସିଂ ଫେଡେରେସନ କ୍ରୀଡ଼ା ମନ୍ତ୍ରାଳୟରୁ ନୋ ଅବଜେକ୍ସନ ପ୍ରମାଣ ପତ୍ର ହାସଲ କରିଥିଲେ । ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ କୋରୋନା ସଂକ୍ରମଣ ଓ ଏହାପରେ ଭାରତ ଭ୍ରମଣ ଉପରେ ବିଭିନ୍ନ ଦେଶ ପ୍ରତିବନ୍ଧକ, ଏସିଆନ ବକ୍ସିଂ ଚମ୍ପିଆନସିପକୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.