ଦୋହା: ଏଠାରେ ଚାଲିଥିବା ଏସିଆନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବପ୍ନା ବର୍ମନ ମହିଳା ହେପ୍ଟାଥଲନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ଅନ୍ୟପଟେ ପୁରୁଷ 1500 ମିଟର ଦୌଡ ଇଭେଣ୍ଟରେ ଜିନସନ ଜୋହସନ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ ପଡିଛନ୍ତି ।
ତେବେ 22 ବର୍ଷୀୟା ସ୍ବପ୍ନା 5993 ଏଗ୍ରିଗେଟ ପଏଣ୍ଟ ସହ ପ୍ରତିଯୋଗିତାର 2ୟ ସ୍ଥାନରେ ରହି ରୌପ୍ୟ ପଦକର ଅଧିକାରିଣୀ ହୋଇଛନ୍ତି । ସେହିପରି 6198 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଛନ୍ତି ଉଜବେଗିସ୍ଥାନର ଏକତେରିନା ଭୋର୍ନିନା । 5528 ଏଗ୍ରିଗେଟ ପଏଣ୍ଟ ସହ 3ୟ ସ୍ଥାନରେ ରହିଛନ୍ତି ପୂର୍ଣ୍ଣିମା ହେମ୍ବ୍ରମ ।
ତେବେ ଏହି ରୌପ୍ୟ ପଦକ ସହ ଭାରତର ପଦକ ଖାତାରେ ଯୋଡି ହୋଇଛି ମୋଟ 11ଟି ପଦକ । ଯେଉଁଥିରେ ସାମିଲ ରହିଛି ଦୁଇଟି ସ୍ବର୍ଣ୍ଣ, 4 ଟି ରୌପ୍ୟ ଓ 5 ଟି ବ୍ରୋଞ୍ଜ ।