ETV Bharat / sports

ଏସିଆନ୍‌ ଆଥଲେଟିକ୍ସ ଚମ୍ପିଆନସିପ: ଦୂତୀଙ୍କୁ ବ୍ରୋଞ୍ଜ, ଚିତ୍ରାଙ୍କୁ ସ୍ବର୍ଣ୍ଣ - Dutee Chand

23.24 ସେକେଣ୍ଡରେ ନିର୍ଦ୍ଧାରିତ 200 ମିଟର ଦୂରତା ଅତିକ୍ରମ କରି 3ୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାତେଇଛନ୍ତି ଦୂତୀ ଚାନ୍ଦ । ଅନ୍ୟପକ୍ଷରେ ୧୫ ଶହ ମିଟର ଦୌଡ ଇଭେଣ୍ଟରେ ଭାରତର ପିୟୁ ଚିତ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 24, 2019, 11:54 PM IST

ଦୋହା: ପୁଣି ଥରେ ଚମକିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ଏଠାରେ ଖେଳାଯାଉଥିବା ଏସିଆନ୍‌ ଆଥଲେଟିକ୍ସ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ଓଡିଶାର ଦୌଡ ରାଣୀ ଦୂତୀ ଚାନ୍ଦ । 23.24 ସେକେଣ୍ଡରେ ନିର୍ଦ୍ଧାରିତ 200ମିଟର ଦୂରତା ଅତିକ୍ରମ କରି 3ୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାତେଇଛନ୍ତି ।

ତେବେ ମହିଳା 200 ମିଟର ଦୌଡ ଇଭେଣ୍ଟରେ ବାହାରିନ୍‌ର ସାଲୱା ନାସିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଜାଖସ୍ତାନର ଓଲଗା ସାର୍ଫନୋଭା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସାଲୱା ନିର୍ଦ୍ଧାରିତ ଦୂରତାକୁ ୨୨.୭୪ ସେକେଣ୍ଡ ଓ ଓଲଗା ୨୨.୮୭ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି ।

ଅନ୍ୟପକ୍ଷରେ ୧୫ ଶହ ମିଟର ଦୌଡ ଇଭେଣ୍ଟରେ ଭାରତର ପିୟୁ ଚିତ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୪:୧୪.୫୬ ସେକେଣ୍ଡରେ ଅତିକ୍ରମ କରି ଭାରତକୁ 3ୟ ସ୍ବର୍ଣ୍ଣ ଭେଟି ଦେଇଛନ୍ତି । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ବାହାରିନ୍‌ ଖେଳାଳି ରହିଛନ୍ତି।

ସେହିପରି ପୁରୁଷ ୧୫ଶହ ମିଟିର ଦୌଡ଼ରେ ଭାରତର ଷ୍ଟାର ଆଥଲେଟ ଅଜୟ କୁମାର ସରୋଜ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ଧାର୍ଯ୍ୟ ଦୂରତାକୁ ୩:୪୩.୧୮ ସେକେଣ୍ଡରେ ଅତିକ୍ରମ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।

ସେହିଭଳି ମହିଳା 4x400 ରିଲେ ଇଭେଣ୍ଟରେ ପ୍ରାଚୀ, ପୂଭାମା, ସରିତା ବେନ ଓ ବିକେ ଭିସ୍ମୟା ମିଳିତ ଭାବେ ରୌପ୍ୟ ପଦକ ହାତେଇଛନ୍ତି । ସେହିପରି ସମାନ ଇଭେଣ୍ଟର ପୁରୁଷ ବିଭାଗରେ କାହ୍ନୁ ମହମ୍ମଦ, ଜୀବନ କଏସ, ମହମ୍ମଦ ଆନସ ଓ ରବି ଆରକୋଇ ମିଲିତ ଭାବେ ରୌପ୍ୟ ଜିତିଛନ୍ତି ।

ତେବେ ଆଜି ଦିନର ଖେଳ ଶେଷ ସୁଦ୍ଧା ଭାରତ ପଦକ ତାଲିକାରେ ରହିଛି 3ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 7ଟି କାଂସ୍ୟ । ତାଲିକାରେ ଭାରତ ବାହାରିନ୍‌ ଓ ଚୀନ୍‌ ପଛରେ 3ୟ ସ୍ଥାନରେ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.