ETV Bharat / sports

Asia Cup 2022: ହକି ଟିମ ଇଣ୍ଡିଆର ଦମଦାର ବିଜୟ - ଭାରତ ବନାମ ଜାପାନ ଏସିଆ କପ ମ୍ୟାଚ୍‌ ରେଜଲ୍ଟ

ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭାରତର ଦମଦାର ବିଜୟ । Super4 ମ୍ୟାଚ୍‌ରେ ଜାପାନକୁ ୨-୧ରେ ହରାଇଲା ବୀରେନ୍ଦ୍ର ଲାକ୍ରାଙ୍କ ଟିମ । ଅଧିକ ପଢନ୍ତୁ

Asia Cup 2022: India beats Japan 2-1 in first Super4s match
Asia Cup 2022: ହକି ଟିମ ଇଣ୍ଡିଆର ଦମଦାର ବିଜୟ
author img

By

Published : May 28, 2022, 6:59 PM IST

Updated : May 28, 2022, 7:15 PM IST

ଜାକର୍ତ୍ତା(ଇଣ୍ଡୋନେସିଆ): ଏସିଆ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଟିମର ଦମଦାର ବିଜୟ । Super4 ମ୍ୟାଚ୍‌ରେ ଜାପାନକୁ ୨-୧ରେ ହରାଇଲା ବୀରେନ୍ଦ୍ର ଲାକ୍ରାଙ୍କ ଟିମ । ଡିଫେଣ୍ଡିଂ ଚାମ୍ପିୟନ ଭାରତ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଜାପାନିଜ ଟିମ ଠାରୁ ୫-୨ରେ ପରାସ୍ତ ହୋଇଥିଲା । ତେବେ ଶନିବାର ଜବରଦସ୍ତ ପ୍ରଦର୍ଶନ ସହ ବିଜୟୀ ହୋଇଛି ଭାରତ ।

ବୀରେନ୍ଦ୍ର ଲାକ୍ରାଙ୍କ ନେତୃତାଧୀନ ଭାରତୀୟ ଟିମ ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା । ପ୍ରଥମ କ୍ବାର୍ଟରରେ ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ମନଜିତ୍‌ ଏକ ଚମତ୍କାର ଫିଲ୍ଡ ଗୋଲ୍‌ କରିବା ପରେ ୧-୦ରେ ଆଗୁଆ ହୋଇଥିଲା ଭାରତ । ତେବେ ଦ୍ବିତୀୟ କ୍ବାର୍ଟରରେଏକ ପେନାଲିଟି କର୍ଣ୍ଣର ସୁଯୋଗର ଫାଇଦା ଉଠାଇ ୧୭ତମ ମିନିଟ୍‌ରେ ନିୱା ତାକୁମା ଗୋଲ୍‌ କରିବା ପରେ ଜାପାନ ସ୍କୋର ବରାବର କରିଥିଲା ।

ମାତ୍ର ପବନ ରାଜଭର ତୃତୀୟ କ୍ବାର୍ଟରରେ ୩୪ତମ ମିନିଟ୍‌ରେ ଅନ୍ୟଏକ ଫିଲ୍ଡ ଗୋଲ୍‌ ସହ ଭାରତକୁ ପୁନର୍ବାର ଆଗୁଆ କରାଇଥିଲେ । ପରେ ମେନ୍‌ ଇନ ବ୍ଲୁ ଚତୁର୍ଥ କ୍ବାର୍ଟର ଶେଷ ପର୍ଯ୍ୟନ୍ତ ଆଗୁଆ ରହିବା ସହ ୨-୧ରେ ବିଜୟୀ ହୋଇଥିଲା ।

ଅନ୍ୟଏକ Super୪s ମ୍ୟାଚ୍‌ ମାଲେସିୟା ଓ କୋରିଆ ମଧ୍ୟରେ ଖେଳାଯାଇଛି ଓ ଏହି ମ୍ୟାଚ୍‌ ୨-୨ ଡ୍ର ରହିଛି । ଭାରତର ଦ୍ବିତୀୟ ମ୍ୟାଚ୍‌ ମାଲେସିୟା ବିପକ୍ଷରେ ରହିବାର ରହିଛି ।

Last Updated : May 28, 2022, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.