ETV Bharat / sports

ଅର୍ଜୁନ ଆୱାର୍ଡ ଅଲମ୍ପିକ ପ୍ରସ୍ତୁତିରେ ଉତ୍ସାହିତ କରିବ: ଦୂତୀ ଚାନ୍ଦ - ସମ୍ମାନଜନକ ଅର୍ଜୁନ ଆୱାର୍ଡ

ସମ୍ମାନଜନକ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଥିବାରୁ ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ଖୁସି ବ୍ୟକ୍ତ କରିଛନ୍ତି । ଅର୍ଜୁନ ଆୱାର୍ଡ ଆଗାମୀ ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ଉତ୍ସାହିତ କରିବ ବୋଲି ଦୂତୀ କହିଛନ୍ତି ।

Arjuna Award will motivate me for next year's Tokyo Olympics: Dutee Chand
ଅର୍ଜୁନ ଆୱାର୍ଡ ଅଲମ୍ପିକ ପ୍ରସ୍ତୁତିରେ ଉତ୍ସାହିତ କରିବ: ଦୂତୀ ଚାନ୍ଦ
author img

By

Published : Aug 22, 2020, 3:46 PM IST

ଭୁବନେଶ୍ବର: ସମ୍ମାନଜନକ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଥିବାରୁ ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ଖୁସି ବ୍ୟକ୍ତ କରିଛନ୍ତି । ଅର୍ଜୁନ ଆୱାର୍ଡ ଆଗାମୀ ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ଉତ୍ସାହିତ କରିବ ବୋଲି ଦୂତୀ କହିଛନ୍ତି ।

ରାଜ୍ୟ ସରକାର ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ । ଏହା ଗତ 3 ବର୍ଷରେ କଠିନ ପରିଶ୍ରମ ସହ ଏକାଧିକ ମେଡାଲ ବିଜୟର ଫଳ । ତେବେ ଅଧିକ ମେଡାଲ ସହ ଦେଶପାଇଁ ଗୌରବ ଆଣିବାକୁ ସର୍ବଦା ପ୍ରୟାସ ରହିବ ବୋଲି ଦୂତୀ କହିଛନ୍ତି ।

ମାତ୍ର ଦୂତୀ ଏଯାବତ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାଁନ୍ତି । ତେବେ ଆଗାମୀ ଅଲମ୍ପିକ ଯୋଗ୍ଯତା ପର୍ଯ୍ୟାୟ ଇଭେଣ୍ଟରେ ଟୋକିଓ ଟିକେଟ ହାସଲ ଲକ୍ଷ୍ୟରେ ରହିଛନ୍ତି ।

ପୂର୍ବରୁ 2018 ଏସିଆନ ଗେମ୍ସର 100 ମିଟର ଓ 200 ମିଟର ଦୌଡ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଥିଲେ । 2018 ଏସିଆନ ଆଥଲେଟିକ୍ସ ଚମ୍ପିଆନସିପ 4*100ମିଟର ରିଲେ ଇେଭେଣ୍ଟରେ ବ୍ରୋଞ୍ଜ ମେଡାଲ ବିଜେତା ରହିଥିଲେ । ଏଥିସହିତ ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ପ୍ରଥମ ଭାରତୀୟ ଆଥଲେଟ ଭାବେ ବିଜେତା ହୋଇଛନ୍ତି ।

Arjuna Award will motivate me for next year's Tokyo Olympics: Dutee Chand
ଅର୍ଜୁନ ଆୱାର୍ଡ ଅଲମ୍ପିକ ପ୍ରସ୍ତୁତିରେ ଉତ୍ସାହିତ କରିବ: ଦୂତୀ ଚାନ୍ଦ

କ୍ରୀଡା ମନ୍ତ୍ରଣାଳୟ ଶୁକ୍ରବାର ଚଳିତ ବର୍ଷ ଜାତୀୟ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କ ଚୂଡାନ୍ତ ତାଲିକା ପ୍ରକାଶ କରିଛି । ପ୍ରକାଶିତ ତାଲିକାରେ 5ଜଣ ଖେଳାଳିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ ଓ 27ଜଣଙ୍କୁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯିବ ।

ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ମାରିୟାପ୍ପନ ଥାଙ୍ଗାଭେଲୁ(ପାରାଅଲମ୍ପିକ୍ସ)ସ ମୋନିକା ବାତ୍ରା(ଟେବୁଲ ଟେନିସ), ଭିନେଶ ଫୋଗଟ(କୁସ୍ତି) ଓ ରାନୀ ରାମପାଲ(ହକି) ଚଳିତ ବର୍ଷର ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଅଗଷ୍ଟ 29 ଜାତୀୟ କ୍ରୀଡା ଦିବସରେ ମନୋନୀତ ହୋଇଥିବା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ବତନ୍ତ୍ର ଭର୍ଚୁଆଲ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.