ETV Bharat / sports

ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ତୀରନ୍ଦାଜ ଅତୁନ-ଦୀପିକା

author img

By

Published : Jun 29, 2020, 9:41 AM IST

2008ରେ ତୀରନ୍ଦାଜ ତାରକା ଅତୁନ ଓ ଦୀପିକା ପରସ୍ପରକୁ ଭେଟିଥିଲେ । ତେବେ 2018ରେ ଦୁହିଁଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଜୁନ 30ରେ ଉଭୟ ଜୀବନର ନୂତନ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି ।

ଲକଡାଉନରେ ତୀରନ୍ଦାଜ ଯୋଡିଙ୍କ ବିବାହଘର
ଲକଡାଉନରେ ତୀରନ୍ଦାଜ ଯୋଡିଙ୍କ ବିବାହଘର

ରାଞ୍ଚି: ଜୁନ 30ରେ ତୀରନ୍ଦାଜ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତୀରନ୍ଦାଜ ତାରକା ଅତୁନ ଦାସ ଓ ଦୀପିକା କୁମାରୀ ଆସନ୍ତାକାଲି ଜୀବନର ନୂତନ ଇନିଂସ ଆରମ୍ଭ କରିବେ । ତେବେ ବିବାହକୁ ନେଇ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏପଟେ ସୂଚନା ମିଳିଛି ଯେ, ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ପରିବାର ସହ ଦୀପିକାଙ୍କ ବିବାହ ସମାରୋହରେ ସାମିଲ ହେବେ । ଦୀପିକା ଓ ତାଙ୍କ ବାପା ମାହିଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ସୂଚନାନୁସାରେ ପ୍ରଥମେ କ୍ରୀଡାବିତ ଦାପିକାଙ୍କ ବିବାହ ସମାରୋହ ଡୋରଣ୍ଡାସ୍ଥିତ ଖୁଖରୀ ଗେଷ୍ଟ ହାଉସରେ ହେବାର ଥିଲା । କିନ୍ତୁ ମହାମାରୀ କୋରୋନା ଯୋଗୁଁ ସୁରକ୍ଷାକୁ ନଜରରେ ରଖି ପୋଲିସ ବିଭାଗ ଉକ୍ତ ଗେଷ୍ଟ ହାଉସରେ ବୁକିଂ ରଦ୍ଦ କରାଯାଇଛି । ଏହାପରେ ରାଞ୍ଚିର ମୋରାବାଦୀ ସ୍ଥିତ ବୃନ୍ଦାବନ ବାନକ୍ବିଟ ହଲ୍‌କୁ ବିବାହଘରର ଭେନ୍ୟୁ ଭାବେ ଠିକ୍‌ କରାଯାଇଛି ।

ଖବରମୁତାବକ, ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଖାସ କରି ମହେନ୍ଦ୍ର ସିଂ ଧୋନି ତୀରନ୍ଦାଜ ଯୋଡି ଦୀପିକ-ଅତୁନଙ୍କ ବିବାହ ସମାରୋହରେ ଯୋଗ ଦେବେ । ତେବେ ସାମାଜିକ ଦୂରତାକୁ ଦେଖି ବିବାହ ସମାରୋହରେ କିଛି ବିଶେଷ ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି ।

2008ରେ ଅତୁନ ଓ ଦୀପିକା ପରସ୍ପରକୁ ଭେଟିଥିଲେ । ତେବେ 2018ରେ ଦୁହିଁଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.