ETV Bharat / sports

ISSF ବିଶ୍ବକପ: ସ୍ବର୍ଣ୍ଣ ଜିତିଲେ ଅପୂର୍ବି ଚାନ୍ଦେଲା

IISF ବିଶ୍ବକପରେ 10ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବି ଚାନ୍ଦେଲା ଚାଇନାର ଲୁୟାଓ ୱାଙ୍ଗଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

author img

By

Published : May 27, 2019, 9:33 AM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ହାଇଦ୍ରାବାଦ: IISF ବିଶ୍ବକପରେ ଅପୂର୍ବି ଚାନ୍ଦଲାଙ୍କୁ ମିଳିଛି ଅପୂର୍ବ ସଫଳତା । ରବିବାର ଜର୍ମାନୀର ମୁନିକ ଠାରେ ହୋଇଥିବା ବିଶ୍ବକପରେ ଅପୂର୍ବି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଚଳିତ ବର୍ଷ ଫେବୃଆରୀରେ IISF ବିଶ୍ବକପ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଏହି ସଂସ୍କରଣରେ ମଧ୍ୟ ସ୍ବର୍ଣ୍ଣ ବିଜୟିନୀ ହୋଇଥିଲେ ଅପୂର୍ବି ।

10ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବି ଚାଇନାର ଲୁୟାଓ ୱାଙ୍ଗଙ୍କୁ ହରାଇଛନ୍ତି । ଅପୂର୍ବିଙ୍କର ସ୍କୋର 251 ଥିବାବେଳେ ଲୁୟାଓ ୱାଙ୍ଗ 250.8 ସ୍କୋର ରହିଥିଲା । ଏହା ଏକ ବଡ ବିଜୟ କହିଛନ୍ତି ଅପୂର୍ବି । କାରଣ ଏହିଠାରେ ହିଁ ପୂର୍ବରୁ ସେ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ ।

ମୁନିକରେ ହୋଇଥିବା ଶେଷଥର ବିଶ୍ବକପ ପରଠାରୁ ଅପୂର୍ବି 6ଟି ବଡ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି । ପ୍ରତ୍ୟେକ ଥର ଫାଇନାଲରେ ପ୍ରବେଶ କରିଛନ୍ତି । ଦୁଇଥର ସ୍ବର୍ଣ୍ଣପଦକ ବିଜେତା ହୋଇଛନ୍ତି । 3 ଥର ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥରେ ଲେଖାଏଁ ରହିଛନ୍ତି । ଶେଷ 3 ବିଶ୍ବକପରେ ଅପୂର୍ବିଙ୍କ ସ୍କୋର ରହିଛି 629.3, 630.9 ଓ 633 । ଅପୂର୍ବି 2020ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ସ୍ଥାନ ପକ୍କା କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.