ETV Bharat / sports

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ବିଶ୍ୱକପ ଆୟୋଜନ ସୁନିଶ୍ଚିତ ପାଇଁ FIFA ସହ ଆଲୋଚନା କରନ୍ତୁ କେନ୍ଦ୍ର ସରକାର

FIFA ସହ ଆଲୋଚନା କରି ଭାରତ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ(apex court asked centre take proactive steps for AIFF ) । ଅଧିକ ପଢ଼ନ୍ତୁ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ବିଶ୍ବକପର ଆୟୋଜନ ସୁନିଶ୍ଚିତ ପାଇଁ FIFA ସହ ଆଲୋଚନା କରନ୍ତୁ କେନ୍ଦ୍ର ସରକାର

author img

By

Published : Aug 17, 2022, 10:14 PM IST

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘକୁ(AIFF) ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ FIFA । ସଂଘରେ ଅନିୟମିତତା ନିୟମ ଉଲଙ୍ଘନ କାରଣ ଦର୍ଶାଇ ଭାରତକୁ ସଂଘରୁ ବାସନ୍ଦ କରିଛି ସର୍ବୋଚ୍ଚ ଫୁଟବଲ ବୋର୍ଡ । ଏହାକୁ ନେଇ FIFA ସହ ଆଲୋଚନା କରି ଭାରତ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ (apex court asked centre take proactive steps for AIFF )।

ଏହା ବି ପଢ଼଼ନ୍ତୁ FIFA suspends AIFF, କଳିଙ୍ଗରେ ହେବନି ମହିଳା ଫୁଟବଲ ବିଶ୍ବକପ

ଖାଲି ସେତିକି ନୁହେଁ ଚଳିତବର୍ଷ ଅକ୍ଟୋବରରେ ଭାରତରେ ହେବାକୁ ଥିବା 17 ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପର ଆୟୋଜନ ସୁନିଶ୍ଚିତ କରିବାକୁ ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସର୍ବଭାରତୀୟ ଫୁଟବଲ ମହାସଂଘର ଥିବା ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୨୨ ତାରିଖରେ ହେବ । ଆଜିର ଶୁଣାଣି ସଲିସିଟର ଜେନେରାଲ 17 ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ୍‌ ନେଇ ସୂଚନା ଦେଇଛନ୍ତି । ଏହି ବିଶ୍ବକପ୍‌ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଶାସକ ସମିତି ଫିଫା ସହ ଦୁଇଟି ବୈଠକ କରିଥିଲେ । ବିଶ୍ବକପ୍‌ ଆୟୋଜନ ସୁନିଶ୍ଚିତ କରିବାକୁ ପ୍ରୟାସ ଜାରି ରହିଛି(centre should ensure Under 17 Football World Cup) । ଏହି ବିଶ୍ବକପ୍‌ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରୁ ୩୦ ଯାଏଁ ଆୟୋଜନ ହେବାର ଥିଲା ।

ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଏସ ବୋପାନ୍ନା ଓ ଜେବି ପର୍ଡିୱାଲା ଖଣ୍ଡପୀଠ ଆଜିର ଶୁଣାଣି କରିଥିଲେ । ସେପଟେ ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ମାମଲାର ଆବେଦନକାରୀ ଏହି ସ୍ଥିତି ପାଇଁ ସିଧାସଳଖ ପୂର୍ବତନ ସଭାପତି ପ୍ରଫୁଲ ପଟେଲ୍‌ଙ୍କୁ ଦାୟୀ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଫୁଲ ପଟେଲ୍‌ ସଭାପତି ପଦରୁ ବରଖାସ୍ତ ହୋଇଥିଲେ । କେନ୍ଦ୍ର ସରକାରଙ୍କ ପ୍ରଶାସକ ସମିତିର FIFA ସହ ଆଲୋଚନାରେ ଗଠନମୂଳକ ଭୂମିକା 17 ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପର ଆୟୋଜନ ସୁନିଶ୍ଚିତ କରାଇବ ବୋଲି ଆଶା କରାଯାଉଛି ।

ଅଗଷ୍ଟ ୧୬ ତାରିଖରେ ସର୍ବଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ FIFA । ଫୁଟବଲ୍‌ ମହାସଂଘର ଆଭ୍ୟନ୍ତରୀଣ ବ୍ୟାପାରରେ ତୃତୀୟ ପକ୍ଷର ହସ୍ତକ୍ଷେପ ଯୋଗୁଁ ନିଲମ୍ବନ ଆଦେଶ ଦେଇଛି FIFA(FIFA suspended the AIFF ) । ଏହାକୁ ନେଇ FIFA ପକ୍ଷରୁ ବିଧିବଦ୍ଧ ଭାବରେ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ପ୍ରଦାନ କରାଯାଇଥିଲା । ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଅବଗତ କରିଛି ଫିଫା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.