ETV Bharat / sports

ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକ - କୋଭିଡ-19 ଟେଷ୍ଟ

କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟକୁ ଅପେକ୍ଷା । ଅଧିକ ପଢନ୍ତୁ...

ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକ

author img

By

Published : Jun 11, 2021, 4:27 PM IST

ହାଇଦ୍ରାବାଦ: ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ କୁସ୍ତିଯୋଦ୍ଧା ଅଂଶୁ ମଲ୍ଲିକ ଶୁକ୍ରବାର ପୋଲାଣ୍ଡ ଓପନରୁ ଓହରି ଯାଇଛନ୍ତି । ଜ୍ବରରେ ପୀଡିତ ହେବାପରେ ସତର୍କତାମୂଳକ ପଦକ୍ଷେପ ଭାବେ ଆଇସୋଲେସନରେ ରହିଛନ୍ତି ଅଂଶୁ ଓ କୋଭିଡ-19 ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏସିଆନ ଚମ୍ପିଆନ ଅଂଶୁ 57 କିଲୋଗ୍ରାମ ବର୍ଗରେ ପ୍ରତିଯୋଗିତାରୁ ଓହରିଯାଇଥିବା ଜଣାପଡିଛି ।

ଗତ ମାସରେ ଅଂଶୁଙ୍କ ପିତାମାତା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଓ ସୁସ୍ଥ ହେଆଇଥିଲେ । 19ବର୍ଷୀୟା ଅଂଶୁ ଏସିଆନ ଅଲମ୍ପିକ କ୍ବାଲିଫାୟର ଜରିଆରେ ଟୋକିଓ ଟିକେଟ ହାସଲ କରିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ଅଲମିଟିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଦ୍ବିତୀୟ ଭାରତୀୟ ଭାବେ ଟୋକିଓ ଅଳମ୍ପିକ୍ସ ପୂର୍ବରୁ ଶେଷ ରାକିଂ ସିରିଜ ଇଭେଣ୍ଟରୁ ଓହରିଯାଇଛନ୍ତି ଅଂଶୁ । ପୂର୍ବରୁ ଦୀପକ ପୁନିଆ ପୁରୁଷ 86କିଲୋଗ୍ରାମ ବର୍ଗର ଫ୍ରିଷ୍ଟାଇଲ ପ୍ରତିଯୋଗିତାରୁ ଆହତ କାରଣରୁ ଓହରିଯାଇଥିଲେ ।

53 କିଲୋଗ୍ରାମ ବର୍ଗରେ ବିନେଶ ଫୋଗଟ ଶୁକ୍ରବାର ଲଢେଇ କରିବେ । ଭାରତ ବର୍ତ୍ତମାନ ସୁଦ୍ଧା ପୁରୁଷ 61 କିଲୋଗ୍ରାମ ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ରବି ଦହିୟାଙ୍କ ଠାରୁ ରୌପ୍ୟ ପଦକ ହାସଲ କରିପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.